ଧଳା ଦାଢ଼ି ଏବଂ ନିଶ ବିନା ଡ଼ାଈ ରେ ଏମିତି କରନ୍ତୁ କଳା, ୧୦୦ ବର୍ଷ କଳା ରହିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯଦି ଆପଣଙ୍କ ଦାଢ଼ି ଏବଂ କେଶ କମ ବୟସ ରୁ ହିଁ ଧଳା ହୋଇଯାଉଛି ତେବେ ଏହାର ମୁଖ୍ୟ କାରଣ ହେଉଛି ଆମ ଶରୀର ରୁ ନିର୍ଗତ ମିଲେନିୟମ କମିବା ଦ୍ଵାରା ଏପରି ହୋଇଥାଏ ।

ଏହା ବ୍ୟତୀତ ଅଧିକ ଚିନ୍ତା କରିବା ଦ୍ୱାରା ମଧ୍ୟ କେଶ ଓ ଦାଢ଼ି ଶୀଘ୍ର ଧଳା ହୋଇଯାଇଥାଏ ଏବଂ ଏହାର କାରଣ ଜେନେଟିକ ସମସ୍ୟା ମଧ୍ୟ ହୋଇପାରେ । ଆପଣ ନିଜ କେଶ ଓ ଦାଢ଼ି କୁ କଳା କରିବା ନିମନ୍ତେ ବିଭିନ୍ନ କେମିକାଲ ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କିଛି ଲାଭ ମିଳି ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଜ ଦାଢ଼ି ଓ କେଶ କୁ ପ୍ରାକୃତିକ ଉପାୟ ରେ କଳା କରି ପାରିବେ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିନାହିଁ ।

ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଆମକୁ ଦୁଇଟି ଉପଚାର କୁ ପ୍ରସ୍ତୁତ କରିବାକୁ ପଡିବ । ପ୍ରଥମ ରେ ହେଉଛି ଯେଉଁମାନେ ନିଜ କେଶ କୁ ପ୍ରାକୃତିକ ଉପାୟ ରେ କଳା କରିବାକୁ ଚାହୁଁଛନ୍ତି ଏବଂ ଦ୍ୱିତୀୟ ରେ ହେଉଛି ବୀୟର୍ଡ ସିରମ ବିଷୟରେ ଯାହା ଆପଣଙ୍କ ଦାଢ଼ି ଓ କେଶ କୁ ଧଳା ହେବାକୁ ଦେଇ ନଥାଏ ।

ଏହି ଉପଚାର କୁ ବନାଇବା ନିମନ୍ତେ ଆଵଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଉଛି, ଲୁଣ, ଆମ୍ଲା ପାଉଡର, ମେହେନ୍ଦି ପାଉଡର ଏବଂ ଇଣ୍ଡିଗୋ ପାଉଡର । ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ ଦୁଇ ଚାମଚ ମେହେନ୍ଦି ପାଉଡର ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଅଁଳା ପାଉଡର ମିଶାନ୍ତୁ । ଏହାପରେ ଅଳ୍ପ ପାଣି ମିଶାଇ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣ କୁ ଆପଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।

ଏହି ପେଷ୍ଟ କୁ ଆପଣ ନିଜ ଦାଢ଼ି ରେ ଲଗାଇ ଦିଅନ୍ତୁ । ଏକ ରୁ ଦୁଇ ଘଣ୍ଟା ପରେ ଆପଣ ସାଧା ପାଣି ରେ ନିଜ ଦାଢ଼ି କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଏହା ଧ୍ୟାନ ରଖିବେ ଯେ, ମୁହଁ ଧୋଇବା ବେଳେ କୌଣସି ସାବୁନ ବା ସାମ୍ପୁ ର ବ୍ୟବହାର କରିବେ ନାହିଁ ।

ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣ ରେ ଆପଣ ଏକ ଚାମଚ ଇଣ୍ଡିଗୋ ପାଉଡର ପକାନ୍ତୁ ଏବଂ ଦୁଇ ରୁ ତିନି ଚିମୁଟା ଲୁଣ ପକାନ୍ତୁ । ଏହାପରେ ଏଥିରେ ହାଲକା ଗରମ ପାଣି ମିଶାଇ ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ୧୦ ରୁ ୧୫ ମିନିଟ ରଖନ୍ତୁ ଏବଂ ନିଜ କେଶ ଓ ଦାଢ଼ି ରେ ଲଗାଇ ଦିଅନ୍ତୁ ।

ଲଗାଇବାର ଏକ ଘଣ୍ଟା ପରେ ଆପଣ ମୁହଁ ଓ କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣ ଦେଖିବେ ଯେ, ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ କଳା ହୋଇଯିବ ଏବଂ ଆପଣଙ୍କୁ କୌଣସି କେମିକାଲ ପ୍ରଡକ୍ଟ ର ବ୍ୟବହାର ମଧ୍ୟ କରିବାକୁ ପଡ଼ିବ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *