ଜାମୁ କୋଳି ଖାଇବା ଦ୍ଵାରା ମିଳିଥାଏ ଏହି ଆଶ୍ଚର୍ଯ୍ୟ ଜନକ ଫାଇଦା, ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ- Health Tips

ଦୁନିଆରେ ବିଭିନ୍ନ ପ୍ରକାରର ଫଳ ଅଛି । ସବୁ ଫଳ ର କିଛି ନା କିଛି ଔଷଧିୟ ଗୁଣ ମଧ୍ୟ ଥାଏ । ତେବେ ଆମେ ଯେତେବେଳେ ଅସୁସ୍ଥ ହୋଇଥାଏ ଆମେ ଖାଦ୍ୟ ଠୁ ବେଶୀ ଫଳ କୁ ଗୁରୁତ୍ୱ ଦେଇଥାଉ । ତେବେ ଫଳ ମାନଙ୍କ ମଧ୍ୟରୁ ଜାମୁ କୋଳି ମଧ୍ୟ ଅନ୍ୟତମ ।

ଆୟୁର୍ବେଦିକ ପୁସ୍ତକ ଅଷ୍ଟାଙ୍ଗ ହୃଦ୍ୟମ ରେ ଜାମୁ କୋଳି କୁ ନେଇ ବିଭିନ୍ନ କଥା ଲେଖା ଅଛି । ଏହାର ଔଷଧୀୟ ଗୁଣ ଓ କିପରି ଏହାର ସେବନ କରିବା ଦ୍ୱାରା ଆମେ ରୋଗ ରୁ ମୁକ୍ତ ହୋଇଥାଉ ଆଦି ଲେଖା ହେଇଛି । ଯଦି ଆପଣ ସକାଳ ଖାଦ୍ୟ ପରେ ଜାମୁ କୋଳି ଖାଆନ୍ତି ବା ଦିନରେ ଖାଦ୍ୟ ଖାଇବା ପରେ ଜାମୁ କୋଳି ର ସେବନ କରନ୍ତି ତେବେ ଏହା ଦ୍ୱାରା ଆମ ପେଟ ରେ ଥିବା ଗ୍ୟାଷ୍ଟିକ ଅଗ୍ନି ରୁ ବାହାରୁଥିବା ଏଞ୍ଜାଇମ କୁ ଆକ୍ଟିଭ କରିଥାଏ ଏହା ଖାଦ୍ୟ କୁ ପାଚନ କରିବାରେ ସାହାଯ୍ୟ କରିଥାଏ ।

ଗ୍ୟାଷ୍ଟିକ ଅଗ୍ନି ଯଦି କମ ହୋଇଯାଏ ତେବେ ଖାଦ୍ୟ ସଢିଯାଏ। ଯେଉଁମାନଙ୍କୁ ମଧୁମେହ ରୋଗ ଥାଏ ତେବେ ସେମାନେ ଜାମୁକୋଳି ଖାଇବା ପରେ ଯେଉଁ ମଞ୍ଜି ବାହାରିଥାଏ ତାହାକୁ ଖରାରେ ଅତିକମରେ ତିନି ଦିନ ରୁ ପାଞ୍ଚ ଦିନ ଟାଣ ଖରା ରେ ସୁଖାଇକି ଏହା ପରେ ଶୀଳ, ହେମଦସ୍ତା, ଗ୍ରାଇଣ୍ଡର ଆଦି ରେ ପକାଇ ଶୁଖିଲା ପେଶୀ ଦେବେ । ପ୍ରତେକ ଦିନ ସକାଳୁ ଉଠି ତମ୍ବା ପାତ୍ରରେ ଥିବା ଉଷୁମ ପାଣି ରେ ଏହି ପାଉଡର ଏକ ଚାମଚ ମିଶାଇ ପିଅନ୍ତୁ ମଧୁମେହ ପୁରା କମିଯାଇଥାଏ ।

କିନ୍ତୁ ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ ଯଦି ଆପଣ ଚାହାନ୍ତି ଏହାକୁ ତିନି ମାସ ବ୍ୟବହାର କରିବାକୁ ତେବେ ଆପଣ ଏକ ମାସ ଖାଇକି ଏହା ପରେ ପନ୍ଦର ଦିନ ର ଅନ୍ତରରେ ପୁଣି ଏକ ମାସ ଖାଇବେ ଲଗାତାର ତିନି ମାସ ଖାଇବେ ନାହିଁ ।  ଜାମୁକୋଳି ଆପଣଙ୍କ ମୁହଁ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।  ଏହା ଖାଇବା ଦ୍ୱାରା ମୁହଁରେ ଏକ ଚମକ ଆସିଥାଏ । ଯେଉଁମାନଙ୍କୁ ଉଚ୍ଚ ରକ୍ତଚାପ ଅଛି ସେମାନେ ମଧ୍ୟ ଜାମୁ କୋଳି ର ସେବନ କରିବା ଦ୍ୱାରା ଏହା ନିୟନ୍ତ୍ରଣ ହୋଇଥାଏ ।

ଯଦି ଆପଣଙ୍କ ଘରେ କେହି ବି ଚଷମା ବ୍ୟବହାର କରନ୍ତି ବା ଯେଉଁମାନଙ୍କୁ ଦୃଷ୍ଟି ରଶ୍ମି ର ଅସୁବିଧା ଅଛି ସେମାନେ ସକାଳୁ ଉଠି ଉଷୁମ ପାଣି ରେ ଏକ ଚାମଚ ଅଁଳା ଓ ଏକ ଚାମଚ ଜାମୁ କୋଳିର ମଞ୍ଜିର ପାଉଡର ମିଶାଇ ପିଇବା ଦ୍ୱାରା ଏହା ଭଲ ହୋଇଥାଏ । ଆଜି କାଲି ଚିନ୍ତା, ଚାପ ଆଦି ସାଧାରଣ କଥା ତେବେ ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ଆଖି ତଳେ କଳା ଦାଗ ହୋଇଥାଏ ।

ତେଣୁ ଆପଣ ଜାମୁକୋଳି ଖାଇବା ନିହାତି ଜରୁରୀ ଓ ସେହି କଳା ଦାଗ ରେ ବରଫ ର ପ୍ୟାକେଜ ଯାହା ଅନଲାଇନ ମିଳିଥାଏ ତାହାକୁ ଆଣି ଲଗାନ୍ତୁ ଏହା କମିଯିବ। ଯଦି ପୁରୁଷ ମାନେ ଶିଘ୍ର ପତନ ଆଦି ପାଈଁ ଚିନ୍ତିତ ତ ସେମାନେ ଦେଶୀ ଜାମୁକୋଳି କୁ ଖାଆନ୍ତୁ ଏହା ସେମାନଙ୍କ ବୀରତ୍ବକୁ ବଢ଼ାଇଥାଏ । ଯଦି ଆପଣଂକୁ ବିରାଶ୍ରମ ରୋଗ ଥାଏ ତେବେ ଏଥିରେ ଜାମୁକୋଳି ମଧ୍ୟ ବହୁତ ଭଲ କାର୍ଯ୍ୟ କରିଥାଏ । ଜାମୁକୋଳିର ରସ ପିଇବା ଦ୍ୱାରା ଏହା ଭଲ ହୋଇଥାଏ ଓ ରାତିରେ ଭଲ ରେ ନିଦ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *