ସାରା ରାତି ପାଣିରେ ଭିଜେଇ ଖାଆନ୍ତୁ ଏହି 5 ଜିନିଷ, କେବେ ବି ବୁଢା ହେବେ ନାହିଁ, 60 ବର୍ଷରେ ବି ଲାଗିବେ 22 ପରି- Health Tips

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।

ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ଏହା ଛଡା ଏହି କାରଣ ଯୋଗୁଁ ଆମ ଶରୀର ଧୀରେ ଧୀରେ ଦୁର୍ବଳ ହୋଇ ପଡୁଛି ଏବଂ ଆମେ ବୟସ ପୂର୍ବରୁ ହିଁ ବୁଢା ହୋଇ ଯାଉଛୁ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁକ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ ।

୧- ପ୍ରଥମ ରେ ହେଉଛି ଅଳସି । ଏହାକୁ ଗୋଟିଏ ଚାମଚ ଶୋଇଲା ବେଳେ ଭିଜେଇ କି ରଖିଦେବେ । ଏହା ଭିତରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ରହିଥାଏ । ଏବଂ ଏହା ଆପଣ ଙ୍କୁ ବଜାରରେ ବହୁତ ଶସ୍ତା ରେ ମିଳିଯାଏ । ଏହା ହୃଦୟ କୁ ମଜବୁତ ରଖିବାରେ ଏବଂ ହୃଦଘାତ ଭଳି ସମସ୍ୟାରୁ ଏହା ସୁରକ୍ଷିତ କରିଥାଏ । ଏବଂ ଚେହେରା ରେ ଚମକ ଆଣିଥାଏ ଏବଂ କେଶ କୁ କଳା ରଖିଥାଏ । ତେଣୁ ଏହାକୁ ରାତିରେ ଭିଜେଇ ସକାଳେ ସେବନ କରିବା ଆବଶ୍ୟକ ।

୨-ଦ୍ଵିତୀୟ ରେ ହେଉଛି ଗଜା ମୁଗ ଏବଂ ଚଣା । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି ଥାଏ ଏହା ଆମ କେଶ ପାଇଁ ବହୁତ ଲାଭ ଦାୟକ ଅଟେ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏବଂ ମୋଟାପା ଏବଂ ପେଟ ଜନିତ ସମସ୍ୟା କୁ ମଧ୍ୟ ଦୁର କରିଥାଏ ।

୩- ତୃତୀୟ ରେ ହେଉଛି ବାଦାମ । ଆପଣ ରାତିରେ ଶୋଇବା ପୂର୍ବରୁ ତିନୋଟି କିମ୍ବା ଚାରୋଟି ବାଦାମ କୁ ଭିଜେଇ ସକାଳେ ଏହାର ଚୋପା କୁ ଛଡାଇ ଖାଇବା ଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୁଏ ଏବଂ ଶରୀର ରେ ମଧ୍ୟ ଭିଟାମିନ ମିଳେ ଏବଂ ଆମ ତ୍ୱଚା ମଧ୍ୟ ବହୁତ ଭଲ ରହିବ ।

୪- ଚତୁର୍ଥ ରେ ହେଉଛି ଅଖରତ । ଆପଣ ଶୋଇବା ପୂର୍ବରୁ ଯଦି ଦୁଇଟି ଅଖରତ କୁ ଭିଜେଇ ତାକୁ ସକାଳେ ଖାଇବା ଦ୍ୱାରା ଆମ ହୃଦୟ ଠିକ ରୁହେ । ଦୃଷ୍ଟି ଶକ୍ତି ପ୍ରଖର ହୁଏ ଏବଂ କେଶ ମଧ୍ୟ ଭଲ ଭାବରେ ବଢ଼ିଥାଏ । ଏହା ଛଡା ବୟସ ପୂର୍ବରୁ ବୁଢ଼ାପା ମଧ୍ୟ ଆସେ ନାହିଁ ।

୫-ପଞ୍ଚମ ରେ ହେଉଛି ରାଶି । ରାଶି ରେ ବହୁତ ପ୍ରକାର ଗୁଣମାନ ରହିଥାଏ । ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ଏହା ଛଡା ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୁର କରିଥାଏ । ଆପଣ ଛୋଟ ଚାମଚ ରେ ରାଶି କୁ ଶୋଇବା ପୂର୍ବରୁ ଭିଜେଇ ରଖି ସକାଳେ ସେବନ କରି ଦେବେ ।

Leave a Reply

Your email address will not be published. Required fields are marked *