Vastu Tips- ମା’ ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ ଏହି 5 ଟି ଜିନିଷ, ଯେଉଁ ଘରେ ଥାଏ ସେଠି ହେଇଥାଏ ଖାଲି ଟଙ୍କା ବର୍ଷା

ନମସ୍କାର ବନ୍ଧୁଗଣ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ ।

କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ । କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ । ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଏବଂ ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ ।

ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରୁହେ । ଏବଂ ଯାହା ପାଖରେ ଧନ ନ ଥାଏ । ତାକୁ କେହି ବି ପଚାରି ନ ଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ । ଏବଂ ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ । ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ ।

କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି । ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି । ଏବଂ ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ । ଏବଂ ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ । ତେବେ ଯଦି ଆପଣଙ୍କ ଘରେ ଏହି ଜିନିଷ ରହିଥାଏ ତେବେ ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ ।

୧- ପ୍ରଥମ ରେ ହେଉଛି ନଡ଼ିଆ ଯାହାକୁ ଶ୍ରୀଫଳ ମଧ୍ୟ କୁହାଯାଏ । ନଡ଼ିଆ କୁ ମାଆ ଲକ୍ଷ୍ମୀ ଙ୍କ ଫଳ କୁହାଯାଏ । ଏହାକୁ ବିଧିବିଧାନ ରେ ପୂଜା କରି ଏବଂ କପଡା ରେ ବାନ୍ଧି ଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନଧାନ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ଶ୍ରୀ ଯନ୍ତ୍ର । ଶ୍ରୀ ଯନ୍ତ୍ର କୁ ଧନ ବୃଦ୍ଧି ଏବଂ ଧନ ପ୍ରାପ୍ତ ପାଇଁ ପୂଜା କରାଯାଇଥାଏ । ଏହାକୁ ଘରର ପୂଜା ଘରେ ରଖିବା ଆବଶ୍ୟକ । ଏହା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି ।

୩- ତୃତୀୟ ଟି ହେଉଛି ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ । ଘରର ଏଭଳି ଦିଗରେ ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକା ରଖନ୍ତୁ ଯାହା ଫଳରେ ମାତା ଲକ୍ଷ୍ମୀ ସର୍ଵଦା ଆପଣଙ୍କ ଘରେ ବାସ କରିବେ ।

୪- ଚତୁର୍ଥ ରେ ହେଉଛି ଶଙ୍ଖ । ଶଙ୍ଖ କୁ ବହୁତ ଶୁଭ ବୋଲି ମାନ୍ୟତା ରହିଛି । ଘରର ପୂଜା ଘରେ କିମ୍ବା ସିନ୍ଧୁକ ରେ ଶଙ୍କ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ସୁଖ ଏବଂ ଧନ ର ବୃଦ୍ଧି ହୋଇଥାଏ ।

୫- ପଞ୍ଚମ ରେ ହେଉଛି କୁବେର ଙ୍କ ମୂର୍ତ୍ତି ଏବଂ ଫୋଟୋ । ଘରର ଉତ୍ତର ଦିଗରେ ଭଗବାନ କୁବେରଙ୍କ ପ୍ରତିମା ରଖିବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ଧନ ର ବୃଦ୍ଧି ହୋଇଥାଏ । ତେଣୁ କୁବେର ଙ୍କ ପ୍ରତିମା ଘରେ ରଖିବା ଦ୍ୱାରା ଘରେ ଧନ ଏବଂ ସୁଖ ପ୍ରାପ୍ତି ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *