ଯଦି କେହି ଆପଣଙ୍କ ସହ ଛଳନା କରୁଛନ୍ତି ଓ ଆପଣଙ୍କୁ କଷ୍ଟ ଦେଉଛନ୍ତି ତେବେ ଆପଣ କଣ କରିବେ ? (Krishna Vani)

ନମସ୍କାର ବନ୍ଧୁଗଣ ,   ମଣିଷ ଜୀବନରେ ଯଦି କେହି ଧୋକା , ଛଳନା କରିଥାନ୍ତି । ତେବେ ମଣିଷ ପ୍ରତିଶୋଧ ଜ୍ଵଳାରେ ଜଳିଉଠିଥାଏ । କିନ୍ତୁ କଣ ଛଳନା ବଦଳରେ କ୍ରୋଧ ଓ ପ୍ରତିଶୋଧ ନେବା ଉଚିତ୍ ଯୋଇଥାଏ । ଏହି ପରିସ୍ଥିତି ରେ କଣ କରିବା ମଣିଷ ପକ୍ଷେ ନ୍ୟାୟ ର ବିଷୟ ହୋଇଥାଏ । ଭଗବାନ  ଶ୍ରୀ କୃଷ୍ଣ ଅତି ସୁନ୍ଦର କଥା ଟିଏ କହିଛନ୍ତି ଯେ ଏହି ପରିସ୍ଥିତି ରେ କଣ କରିବା ନ୍ୟାୟ ହୋଇଥାଏ ।

ଯଦି କେହି ଆପଣଙ୍କୁ ଛଳନା କରି ଆପଣଙ୍କ ହୃଦୟ କୁ କଷ୍ଟ ଦେଇଥାନ୍ତି । ତେବେ ଆପଣଙ୍କୁ ପ୍ରତିଶୋଧ ନ ନେଇ ସେହି ବ୍ୟକ୍ତି କୁ କ୍ଷମା କରିଦେବା ଉଚିତ୍ । ଯଦି ଆପଣ ନ୍ୟାୟ ଚାହିଛନ୍ତି ତେବେ ନିଶ୍ଚିୟ ଆପଣଙ୍କୁ କ୍ଷମା କରିବା ଦେବା ଦରକାର ଏହା ହିଁ ସତ୍ୟ , ନ୍ୟାୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଭଲ କାମ କରିବା ଧର୍ମ ଓ ଖରାପ କାମ କରିବା ଅଧର୍ମ , ନମ୍ରତା ହେଛି ଧର୍ମ ଓ କ୍ରୋଧ କରିବା ଅଧର୍ମ ।

ମାତ୍ର ଏମିତି କିଛି ପରିସ୍ଥିତି ଉପୁଜି ଥାଏ ଯାହା ସବୁ ଓଲଟା ପୋଲଟା କରିଦେଇଥାଏ । ଏହି ସଂସାର ରେ  ପରିସ୍ଥିତି ଅନୁସାରେ ଚାଲିବା ହେଉଛି ମହାନ  ହୋଇଥାଏ । ଆପଣାମାନେ ଜାଣିଥିବେ ଯେ ଜଟାୟୁ ଯିଏ ରାବଣଙ୍କ ଉପରେ କ୍ରୋଧ କରି ଆକ୍ରମଣ କରିଥିଲେ । ସେହି ସମୟରେ ଜଟାୟୁ କରିଥିବା କାମ ପାପ ନୁହେଁ , ମାତ୍ର ପରିସ୍ଥିତି ଅନୁଯାୟୀ ଧର୍ମ କୁ ପାଳନ କରିଥିଲେ ।

ଯଦି ମଣିଷ ବା ପାଖୁ ଅକାରଣ ରେ କୋଣସି ଲୋକକୁ ମାରିବାକୁ ଚେଷ୍ଟା କରିଥାଏ ତେବେ ଏହି ପରିସ୍ଥିତିରେ ନିଜ କୁ ବଞ୍ଚାଇବା ପାଇଁ ଅନ୍ୟ କୁ ମାରିବା ପାପ ହୋଇନଥାଏ  , ମାତ୍ର ସମୟ ଖେଳ ହୋଇଥାଏ । ଯଦି କୋଣସି ଦୁଷ୍ଟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ଵାରା ସାଧୁ ବ୍ୟକ୍ତି କଷ୍ଟ ପାଇଥାଏ ତେବେ ଆପଣ  ସେହି ଦୁଷ୍ଟ ବ୍ୟକ୍ତିଙ୍କର ସାହାଯ୍ୟ କଦାପି କରିବେ ନାହିଁ ଏହା ହିଁ ଧର୍ମ କହିଥାଏ ।

ଯେ ପର୍ଯ୍ୟନ୍ତ ମଣିଷ ସତ୍ୟ କୁ ସ୍ଵୀକାର କରିନଥାଏ ତେବେ ଯାଏ ଅଧର୍ମ ସହିତ ଲଢିବାର ଶକ୍ତି ପାଇନଥାଏ । ଜୀବନ ର ଯେକୋଣସି ବିଷୟ କୁ ଛାଡିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ସ୍ଵୀକାର କରିବାକୁ ପଡିଥାଏ । ଆମେମାନେ ପକ୍ଷୀମାନଙ୍କୁ ଦେଖି ତାଙ୍କ ପରି ଆକାଶ ରେ ସ୍ଵାଧୀନ ଭାବରେ ଉଡିବା ପାଇଁ ଆଶା କରିଥାଉ , କିନ୍ତୁ ଆପଣ ଜାଣିଛନ୍ତି କି ପକ୍ଷୀ ଟି ଯେବେ ନୂଆ ନୂଆ ଉଡିବା ଶିଖିଥାଏ କେତେ ଥର ତଳେ ପଡିଥାଏ ଓ କେତେ ଦୁଃଖ କଷ୍ଟ ର ସାମ୍ନା କରେ ।

ଯଦି ଆପଣ  ପକ୍ଷୀ ପରି ମୂଲ୍ୟ କୁ ଦେବାକୁ ଇଛା କରନ୍ତି ତେବେ ଆପଣ ବି ସ୍ଵାଧୀନତା ର ଜୀବନ କୁ ପ୍ରାପ୍ତ କରିଥାନ୍ତି । ଠିକ ସେହି ଯେବେ ଆପଣ ସଫଳତା ଲୋମାନଙ୍କୁ ଦେଖିଥାନ୍ତି ତେବେ ତାଙ୍କୁ ଘୃଣା ନ କରି ତାଙ୍କ ପରିଶ୍ରମ , ଅନିଦ୍ରା ହେଇ ପାଇଥିବା କଷ୍ଟ ରୁ ଶିଖିବା ଉଚିତ୍ । ଆପଣମାନେ ମଧ୍ୟ ଧର୍ମ ଅନୁସାରେ ଜୀବନଶୈଳୀ କୁ ପରିବର୍ତ୍ତନ କରିବା ଉଚିତ ।

Leave a Reply

Your email address will not be published. Required fields are marked *