Immunity ବଢେଇବାର 3 ଟି ଉପାୟ ! ଏହା ସହିତ ଜାଣନ୍ତୁ ନିଜ Immunity Score କେତେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତି ଶରୀରର ଯେତେ ଅଧିକ ଇମମୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି ରହିଥିବ । ସେତେ ଅଧିକ ହିଁ ଶରୀର ସୁସ୍ଥ ଓ ସତେଜ ରହିବ । ତେଣୁ ଆଜି ଆମେ ବ୍ୟକ୍ତିର ଶରୀରରେ ଇମମୁନିଟି ପାୱାର କେତେ ଅଛି ତାହାକୁ ଏକ ରୁଟିନ ପ୍ରସ୍ତୁତ କରି ଜାଣିବା । ଏହା ସହିତ ଶରୀରରେ ଇମମୁନିଟି ପାୱାର ବଢାଇବା ପାଇଁ ୩ ଟି ବେଷ୍ଟ ନିୟମ ବିଷୟରେ ଜାଣିବା ।

ତେବେ ଚାଲନ୍ତୁ ଆପଣଙ୍କର ଶରୀରରେ ଇମମୁନିଟି ପାୱାର କେତେ ଅଛି ୮ ଟି ଲକ୍ଷଣ ମାଧ୍ୟମରେ ଜାଣିବା । ଆପଣଙ୍କର ଯଦି ପ୍ରତିଦିନ ପେଟ ସଫା ବା ମଳତ୍ୟାଗ କରିବା ପାଇଁ କୌଣସି ପ୍ରକାର ମେଡ଼ିସିନ ନଖାଇ ମଧ୍ୟ ଠିକ ସମୟରେ ପେଟ ପରିଷ୍କାର ହୋଇଯାଉଛି । ତେବେ ଆପଣଙ୍କର ଇମମୁନିଟି ପାୱାର ଭଲ ରହିଛି । କାରଣ ପେଟ ସଫା ତେବେ ସବୁ ରୋଗ ଶରୀରରୁ ଦୂରରେ ରହିବ ।

ଦିତୀୟରେ ବ୍ୟକ୍ତିର ଶରୀରରେ  ଯଦି ଉଚତା ସାଙ୍ଗକୁ ଓଜନ ଠିକ ଭାବରେ ରହିଛି । ଅଧିକ କମ୍ ବା ଅଧିକ ନାହିଁ । ତୃତୀୟରେ ବ୍ୟକ୍ତିର ଚେହେରା ଦାଗବ୍ରଣ ମୁକ୍ତ ଓ ଚମକଦାର ଯଦି ରହୁଥିବ । ତେବେ ବ୍ୟକ୍ତିର ଇମମୁନିଟି ପାୱାର ଭଲ ଅଛି । କାରଣ ଶରୀରର ଭିତର ଯଦି ପରିଷ୍କାର ରହିବ, ତେବେ ଚେହେରାରେ କୌଣସି ପ୍ରକାର ଦାଗ ବ୍ରଣ ଆସିବ ନାହିଁ ।

ଚତୁର୍ଥରେ ବ୍ୟକ୍ତି ଦିନମାନ ସତେଜ ଅନୁଭବ କରିବା ସହିତ କାର୍ଯ୍ୟ କରିବାକୁ ଅଳସୁଆ ଲାଗୁନଥିବ । ପଞ୍ଚମରେ ଖାଇବା ସମୟରେ ଭଲ ଭାବରେ ପେଟ ସଫା ହେବା ଦ୍ଵାରା ଭୋକ ଯଦି ବହୁତ ଜୋରସେ ଲାଗୁଥିବ । ଷଷ୍ଠରେ ଯଦି ଠିକ ଭାବରେ ନିଦ ଲାଗିବା ସହିତ ଆପଣଙ୍କର ନିଦ୍ରା ସମୟ ମୁତାବକ ଠିକ ଭାବରେ ସଂପୂର୍ଣ୍ଣ ହେଉଥିବ । ସପ୍ତମରେ ଶରୀରର କିୟଉନସି ଭାଗ ଦରଜ ଯନ୍ତ୍ରଣା ସବୁବେଳେ ଯଦି କରୁନଥିବ ।

ତେବେ ଆପଣଙ୍କର ଇମ୍ମ୍ଯୁନିଟି ପାୱାର ଭଲ ଅଛି । ଅଷ୍ଟମରେ ଆପଣଙ୍କର ଦିନ ସାରା ମନ ଖୁସି ଓ ଚଞ୍ଚଳ ରହୁଥିବ । ତେବେ ଚାଲନ୍ତୁ ଇମମୁନିଟି ପାୱାରକୁ ଆହୁରି ଅଧିକ ବଢାଇବା ପାଇଁ କଣ କଣ କରିବା । ପ୍ରଥମେ ଯଦି ଆପଣ କିଛି ଦିନ ପାଇଁ ଦିନରେ କିଛି ସମୟ ପାଇଁ ଉପବାସ ପାଳନ କରିବେ ଉପବାସ ପାଳନ କରିବା ପାଇଁ ଆପଣଙ୍କୁ ଭୋକିଲା ରହିବାକୁ ପଡିବ ନାହିଁ ।

ଆପଣ ସନ୍ଧ୍ଯା ୭ କିମ୍ବା ୮ ରୁ ଖାଇଦେବେ । ରାତି ସମୟରେ ଅନ୍ୟ କିଛି ଭାରୀ ଖାଦ୍ୟ ନଖାଇ ସକାଳ ପର୍ଯ୍ୟନ୍ତ ଉପବାସ ରହିବେ । ଯଦି ଭୋକ ଲାଗେ ତେବେ ଆପଣ ହେଲଦି ଜୁଷ ବା ପାଣି ସେବନ କରିପାରିବେ । ଦିତୀୟରେ ବ୍ରେକଫାଷ୍ଟ ସମୟରେ ତାଜା ଫଳ ଲଞ୍ଚରେ ଭାତ କିମ୍ବା ରୁଟି ଖାଇବେ । ଏହା ସହିତ ଯେତିକି ଶଶ୍ଯ ଜାତୀୟ ଖାଦ୍ୟ ଖାଇବେ ତାହା ଠାରୁ ଅଧିକ ପରିବାରୁ ପ୍ରସ୍ତୁତ ତରକାରୀ ଭଜା ଓ ତରକାରୀ ଖାଇବେ ।

ରାତିରେ ହାଲୁକା କୌଣସି ଖାଦ୍ୟ ସେବନ କରନ୍ତୁ । ଦେଖିବେ ବହୁତ ଶୀଘ୍ର ହିଁ ଆପଣଙ୍କର ଇମମୁନିଟି ପାୱାର ଅଧିକ ବଢିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *