Overthinking ରୁ କିପରି ପାଇବେ ମୁକ୍ତି ? ସବୁବେଳେ ଚିନ୍ତିତ ରହୁଥିଲେ ନିଜକୁ କିପରି ସମ୍ଭାଳିବେ ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତିର ମସ୍ତିସ୍କରେ ସବୁବେଳେ କିଛି ନା କିଛି କଥା ଚାଲୁଥାଏ । ଯଦି ଜଣେ ବ୍ୟକ୍ତି ଦରକାର ଅଧିକ କୌଣସି କଥାକୁ ଭାବିଥାଏ ବା ଚିନ୍ତା କରିଥାଏ । ତେବେ ସେ ବ୍ୟକ୍ତି ଓଭର ଥିଙ୍କିଙ୍ଗ କରୁଛି ବୋଲି କୁହାଯାଇଥାଏ । ଡାକ୍ତରଙ୍କର କହିବା ଅନୁସାରେ ମନୁଷ୍ୟର ମସ୍ତିସ୍କରେ ସବୁବେଳେ ନୂଆ ନୂଆ ଯୋଜନା ଆସିବାନ କିଛି ନା କିଛି କଥା ଭାବିବା ଏହା ଏକ ସାଧାରଣ କଥା ହୋଇଥାଏ ।

ଯଦି ବ୍ୟକ୍ତି ପ୍ରତ୍ଯେକଟି କଥାକୁ ବହୁତ ସମୟ ଧରି ଭାବି ଭାବି ଚିନ୍ତାରେ ରହିଥାଏ । ଏହା ସହିତ କୌଣସି କାରଣରୁ ବହୁତ ଚିନ୍ତା କରୁଥାଏ । ତେବେ ତାହା ତା’ ର ଶାରୀରିକ ଓ ମାନସିକ ସ୍ଥିତିରେ କିଛି ସମସ୍ଯା କାରଣରୁ ହେଉଥାଏ । ବ୍ୟକ୍ତି ତା’ ର ନିଜସ୍ୱ କିଛି ବ୍ୟକ୍ତିଗତ କାରଣକୁ ନେଇ ଯଦି ଅଧିକ ସିରିଏସ ହୋଇଯାଇଥାଏ ।

ସେହି ସମୟରେ ସେ ଦରକାରରୁ ଅଧିକ ଚିନ୍ତା ବା ଓଭରଥିଙ୍କିଙ୍ଗ କରିଥାଏ । ଯେପରି ସେହି ସମସ୍ଯା ଘରୋଇ ହେଉ ବା ନିଜ କାର୍ଯ୍ୟ କ୍ଷେତ୍ରକୁ ନେଇ ଯଦି କିଛି ସମସ୍ଯା ହୋଇଥାଏ । ଓଭର ଥିଙ୍କିଙ୍ଗ କରିବା ଦ୍ଵାରା ବ୍ୟକ୍ତିର ଶରୀର ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ଯେପରି ବ୍ୟକ୍ତିର ହାଇପର ଟେନସନ ବଢିଯାଇଥାଏ, ରିପ୍ରଡ଼କ୍ଟିଭ ସିଷ୍ଟମ ଉପରେ କୁପ୍ରଭାବ ପକାଇବା ସହିତ ଆହୁରି ଅନେକ କିଛି ସ୍ଵାସ୍ଥ ଜନିତ ସମସ୍ଯାକୁ ଆଣିପରେ ।

ଯଦି ବ୍ୟକ୍ତି ଅଧିକ ଚିନ୍ତା କରିଥାଏ । ତେବେ ତାହା ଶାରୀରିକ ସହିତ ମାନସିକ ସ୍ଥିତିରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ବ୍ୟକ୍ତିର ଡିପ୍ରେସନ ବଢିବା ସହିତ ମାନସିକ ସ୍ଥିତି ବିଗିଡିବାର ସମ୍ଭାବନା ରହିଥାଏ । ଏହା ଶାରୀରିକ, ମାନସିକ ଓ ସାମାଜିକ ସ୍ଥିତିରେ ମଧ୍ୟ ଖରାପ ପରିଣାମ ପକାଇଥାଏ । ଯାହା ଦ୍ଵାରା ଆପଣ ଓଭର ଥିଙ୍କିଙ୍ଗ କରିବା ଦ୍ଵାରା ଅଧିକ ଚିଡିଚିଡି ସ୍ଵଭାବର ହୋଇଯିବେ ।

ତେବେ ଅନ୍ୟ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିବ । ତେବେ ବ୍ୟକ୍ତି ଓଭର ଥିଙ୍କିଙ୍ଗ ଯଦି କରୁଥିବ । ତେବେ ସେହି ବ୍ୟକ୍ତି ଚାହିଁଲେ ହିଁ ଏହି ସମସ୍ଯାର ସମାଧାନ କରିପାରିବ । ସେ ନିଜ ମନ ଓ ମସ୍ତିସ୍କ ଉପରେ ନିୟନ୍ତ୍ରଣ ରକ୍ଷା କରିବ । କୌଣସି ପରିସ୍ଥିତିରେ ଅଧିକ ଭୟଭୀତ ନହୋଇ ସେହି ପରିସ୍ଥିତିକୁ ଉତ୍ତମ ବୁଝାବଣା ସହ ଠିକ କରିବାକୁ ଚେଷ୍ଟା କରିବାକୁ ପଡିବ ।

କୌଣସି କଥାକୁ ନେଇ ବହୁତ ସମୟ ଭାବି ଭାବି ନିଜର ମୂଲ୍ୟବାନ ସମୟ ନଷ୍ଟ କରିବା ଉଚିତ ନୁହେଁ । ତେବେ ବ୍ୟକ୍ତି ନିଜର ମସ୍ତିସ୍କ ଉପରେ ନିଜର ନିୟନ୍ତ୍ରଣ ରଖିବା ଦ୍ଵାରା ହିଁ ଓଭର ଥିଙ୍କିଙ୍ଗକୁ କମାଇପରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *