ହାର୍ଟ ଆଟାକ୍ ର ଲକ୍ଷଣ କ’ ଣ ଓ ଏହାକୁ କିପରି ଚିହ୍ନିବେ ? Dr Mahendra Prasad Tripathy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରେ ହାର୍ଟ ମଧ୍ୟ ରହିଥାଏ । ହାର୍ଟର ମୁଖ୍ୟତଃ କାର୍ଯ୍ୟ ହେଉଛି ରକ୍ତ ସଂଚାଳନ କରି ସମସ୍ତ ଅଙ୍ଗକୁ ରକ୍ତ ପହଞ୍ଚାଇ ଥାଏ । ତେଣୁ ହାର୍ଟର ବିଶେଷ ଯତ୍ନ କରି ତା’ ର ସୁରକ୍ଷା କରିବା ଉଚିତ । କାରଣ ଯଦି କୌଣସି କାରଣ ବଶତଃ ହାର୍ଟ ଉପରେ ପ୍ରେସର ପଡିଥାଏ । ତେବେ ହୃଦ ଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ ।

ଯାହାକି ବ୍ୟକ୍ତି ପାଇଁ ପ୍ରାଣଘାତୀ ମଧ୍ୟ ହୋଇଥାଏ । ହାର୍ଟ ଆଟାକ୍ ହେବା ପାଇଁ ବିଶେଷ କିଛି ପ୍ରମୁଖ କାରଣମାନ ରହିଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଶରୀରରେ ବ୍ଲଡ୍ ପ୍ରେସର, ଡାଇବେଟିସ, କୋଲେଷ୍ଟ୍ରଲ୍, ଓବେସିଟି ଏପରି ରୋଗରେ ପୀଡିତ ବ୍ୟକ୍ତିଙ୍କର ହୃଦ ଘାତ ହେବାର ସମ୍ଭାବନା ଅଧିକ ପରିମାଣରେ ରହିଥାଏ ।

ଏହା ସହିତ ମଦ୍ୟପାନ, ଧୃମ ପାନ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ମଧ୍ୟ ହାର୍ଟ ଆଟାକ୍ ହେବାର ଚାନ୍ସ ରହିଥାଏ । ବିଶେଷ କଥା ହେଉଛି ପ୍ରାୟତଃ ଲୋକ ଜୀବନ କାଳ ମଧ୍ୟରେ ବହୁତ ସମୟ କିଛି ନା କିଛି କାରଣ ପାଇଁ ଅଧିକ ଚିନ୍ତିତ ରହିଥାନ୍ତି । ତେଣୁ ଅଧିକ ଷ୍ଟ୍ରେସରେ ରହୁଥିବା ବ୍ୟକ୍ତିର ମଧ୍ୟ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ ।

ହାର୍ଟ ଆଟାକ୍ ହେବାର ଥିବା ବ୍ୟକ୍ତି ମାନଙ୍କ ଶରୀରରେ କିଛି ସମୟ ପୂର୍ବରୁ ଏପରି କିଛି ଲକ୍ଷଣ ପ୍ରକାଶ ପାଇଥାଏ । ଯେପରି ପ୍ରଥମେତଃ ଛାତିର ମଧ୍ୟ ଭାଗରେ ପେନ୍ ଆରମ୍ଭ ହୋଇ ଧୀରେ ଧୀରେ କରି ବାମ କିମ୍ବା ଡାହାଣ ହାତକୁ ଯନ୍ତ୍ରଣା ଗତି କରି ସେହି ହାତ ମଧ୍ୟ ପେନ୍ ହୋଇଥାଏ । ବେଳେ ବେଳେ ଏହି ଯନ୍ତ୍ରଣା ଗତି ପିଠି ମଧ୍ୟକୁ ମଧ୍ୟ ଯାଇଥାଏ ।

ଥଣ୍ଡା ସ୍ଥାନରେ ଥିଲେ ମଧ୍ୟ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରିବ । କିଛି ଲୋକଙ୍କ କ୍ଷେତ୍ରରେ ଶ୍ଵାସ ସମସ୍ଯା ନଥାଇ ମଧ୍ୟ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଏପରି କିଛି ସ୍ଥଳେ ମୁଣ୍ଡ ବୁଲାଇ ବେହୋସ ହୋଇଯିବାର ମଧ୍ୟ ଦେଖାଯାଇଥାଏ । ବହୁ ଦିନରୁ ଡାଇବେଟିସରେ ପୀଡିତ ଥିବା ବ୍ୟକ୍ତି ମାନଙ୍କର କେତେକ କ୍ଷେତ୍ରରେ ଛାତିରେ ଯନ୍ତ୍ରଣା ନହୋଇ କିମ୍ବା ମୁଣ୍ଡ ନବୁଲାଇ ମଧ୍ୟ ସିଭିଅର ହାର୍ଟ ଆଟାକ୍ ହୋଇଯାଇଥାଏ ।

ହାର୍ଟ ଜନିତ ଏହି ସବୁ ସମସ୍ଯା ଶରୀରରେ ପ୍ରକାଶ ପାଉଥିଲେ । ଏଥିପ୍ରତି ଜମାରୁ ମଧ୍ୟ ଅବହେଳା କରିବା ଅନୁଚିତ । କାରଣ ଯେତେ ଶୀଘ୍ର ଡାକ୍ତରଙ୍କର ପରାମର୍ଶ ନେଇ ଡାଇଗ୍ନୋଶିଷ୍ କରାଇବେ । ସେତେ ଶୀଘ୍ର ହାର୍ଟର ସମସ୍ଯାକୁ ନିରୀକ୍ଷଣ କରି ତାକୁ ଠିକ କରାଯାଇପରିବ । କାରଣ ହାର୍ଟର ମସଲକୁ ଯେତେ ଶୀଘ୍ର କାର୍ଯ୍ୟକାରୀ କରାଯାଇ ପାରିବ ।

ସେତେ ଆପଣ ହାର୍ଟ ଆଟାକ୍ ଭଳି ପ୍ରାଣଘାତୀ ରୋଗରୁ ମୁକ୍ତି ପାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *