Health Tips- ଦହି ଖାଇବା ସମୟରେ କେବେ ବି କରିବେନି ଏହି ସବୁ ଭୁଲ, ଜାଣନ୍ତୁ ଦହି ଖାଇବାର ସଠିକ ଉପାୟ

ନମସ୍କାର ବନ୍ଧୁଗଣ, ଦହି ଯାହାକି ଆମ ମନ ମସ୍ତିସ୍କକୁ ଥଣ୍ଡା କରିଦେବା ଭଳି ଏକ ଖାଦ୍ୟ ଅଟେ । ଯଦି ଘରେ କିଛି ନଥିବ ଆଉ ଦହି ଥିବ ତାହାଲେ ମଣିଷ କେବେ ଉପାସ ଶୋଇ ନଥାଏ । ଦହି ଆମ ଶରୀର ପାଇଁ ବହୁତ ସ୍ଵସ୍ଥକର ଅଟେ । କିନ୍ତୁ ଦହିକୁ ଖାଇବାର ତରିକା ଯଦି ଭୁଲ ଥିବ ତେବେ ଆପଣଙ୍କ ଦହି ଖାଇବାରର କୌଣସି ଫାଇଦା ଶରୀରକୁ ମିଳିନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣ ଦହି ଖାଇବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

1- ଦହି ଖାଇବା ସମୟରେ ଆମେ ପ୍ରଥମ ଭୁଲ ଏହା କରିଦେଇ ଥାଉ କି ଏହାର ସ୍ଵାଦ ବଢାଇବା ପାଇଁ କିଛି ଲୋକ ଦହିରେ ଚିନି ପକାଇ ଖାଆନ୍ତି ତ ଆଉ କିଛି ଲୋକ ଲୁଣ ପକାଇ ଖାଆନ୍ତି । ଦହିରେ ଲୁଣ କିମ୍ବା ଚିନି ପକାଇ ଖାଇବା ଭୁଲ ନୁହେଁ । ବରଂ ସେଥିରେ ଆପଣ ପକାଉଥିବା ଟେବଲ ଲୁଣ ଏବଂ ଟେବଲ ଚିନି ହାନିକାରକ ହୋଇଥାଏ ।

କେମିକାଲ ଦ୍ଵାରା ପ୍ରସ୍ତୁତ ହୋଇ ଆସୁଥିବା ଲୁଣ ଏବଂ ଚିନିକୁ ଯଦି ଆପଣ ଦହିରେ ପକାଉଛନ୍ତି ତେବେ ଏଥିରେ ଥିବା କେମିକାଲ ଦହିରେ ଥିବା ଭଲ ବ୍ୟାକ୍ଟେରିଆ ଗୁଡିକୁ ନଷ୍ଟ କରି ଦେଇଥାଏ । ଯଦି ଆପଣ ଦହିକୁ ମିଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସେଥିରେ ଚିନି ବଦଳରେ ମହୁ ପକାନ୍ତୁ । ଏହା ଛଡା ଆପଣ ମିଶ୍ରି ମଧ୍ୟ ପକାଇ ପାରିବେ । ଲୁଣ ବଦଳରେ ଆପଣରେ କଳା ଲୁଣ ପକାଇ ପାରିବେ ।

2- ଦହିକୁ ରାତିରେ ଖାଇବା ଅନୁଚିତ । କାରଣ ସୂର୍ଯ୍ୟସ୍ତ ହେବା ପରେ ଆମ ଶରୀରର ତାପମାତ୍ରା କମିବାକୁ ଲାଗିଥାଏ । ଏବଂ ଆପଣ ଶରୀର ଭିତରେ କଫ ସମସ୍ୟା ବଢିବାକୁ ଲାଗିଥାଏ । ଦହି କଫକୁ ବହୁତ ଅଧିକ ବଢାଇ ଦେଇଥାଏ । ତେଣୁ ଆପଣ ରାତିରେ ଦହି ଖାଇବା ଦ୍ଵାରା ଅଧିକ କଫ ପାଇଁ ଶରୀର ଭିତରେ ବଲଗମ ପ୍ରସ୍ତୁତ ହେବାକୁ ଲାଗିଥାଏ । ଆପଣଙ୍କୁ ଆଣ୍ଠୁ ଗଣ୍ଠିରେ କଷ୍ଟ ହେବା ସହ କାଶ ହୋଇଥାଏ । ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇ ପାରେ । ଏହା ଛଡା ଆପଣଙ୍କ ହଜମ ପ୍ରକ୍ରିୟା ମଧ୍ୟ କମଜୋର ହୋଇ ପାରେ ।

3- ଯଦି ଆପଣ ଦହି ସହ କାକୁଡି ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଯଦି ଆପଣ ଦହି ସହ ବୁନ୍ଦି ଖାଉଛନ୍ତି ତେବେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବୁନ୍ଦି ତେଲରେ ଛଣାଯାଇଥାଏ ଆଉ କୌଣସି ତେଲ ଜାତୀୟ ଜିନିଷ ଦହି ସହ ଖାପ ଖାଇନଥାଏ ।

4- ଆପଣଙ୍କୁ କଦଳୀ କିମ୍ବା ଖଟା ଫଳ ସହ କେବେ ମଧ୍ୟ ଦହି ଖାଇବା ଉଚିତ ନୁହେଁ । ଅଣ୍ଡା, ମାଛ ବାଇଗଣ ସହ ଦହି ଖାଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *