Health Tips- ଛାତି ମଝିରେ କଷ୍ଟ କାହିଁକି ହୋଇଥାଏ ? ଜାଣନ୍ତୁ କାରଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ, ଛାତିରେ କଷ୍ଟ ଅନୁଭବ ହେବା ମାତ୍ରେ ଆମ ମନରେ କେବଳ ଗୋଟିଏ ଧାରଣା ହିଁ ଆସିଥାଏ । ଏହା ଆଉ ହୃଦରୋଗର କାରଣ ନୁହେଁ ତ ! ହାର୍ଟ ଆଟାକ ହୋଇଯିବନି ତ ଏହା ଭାବି ଆମେ ମାନେ ଡରିଯାଉ । କିନ୍ତୁ ଛାତିରେ ଆଉ ଅନ୍ୟ କାରଣ ପାଇଁ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ତେବେ ଛାତିରେ କଷ୍ଟ ଅନୁଭୂତ ହେଲେ ତାହାକୁ କେବେ ମଧ୍ୟ ଅଣଦେଖା ବି କରିବା ଉଚିତ ନୁହେଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଛାତି ମଝିରେ କେଉଁ କାରଣ ପାଇଁ କଷ୍ଟ ହୋଇଥାଏ ।

ଛାତିର ମଝିରେ ତଥା ଆହର ନଳୀ ସ୍ଥାନରେ କଷ୍ଟ ଅନୁଭବ ହେବା ଆସିରିଟିର ଏକ କାରଣ ହୋଇପାରେ । ଆହାର ନଳୀରେ ଯେତେବେଳେ ଏସିଡ ହୋଇଥାଏ ତ ଛାତିର ମଝିରେ ଏହି କାରଣ ପାଇଁ କଷ୍ଟ ଅନୁଭବ ହେବାର ସମ୍ଭାବନା ଥାଏ । ଏହି କଷ୍ଟ ପେଟର ଉପର ଭାଗରେ ମଧ୍ୟରେ ହୋଇଥାଏ ।

ନିଶା ସେବନ କିମ୍ବା ମସଲା ଯୁକ୍ତ ଖାଦ୍ୟପେୟ କାରଣ ପାଇଁ ଆସିରିଟି ବଢିଥାଏ । ଆଉ ଏଥିପାଇଁ ଆପଣଙ୍କୁ ଛାତି ମଝିରେ ଅଧିକ କଷ୍ଟ ଅନୁଭବ ହୋଇଥାଏ । ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହାର୍ଟ ଆଟାକ ହେବାର ଲକ୍ଷଣ ଅଲଗା ଅଲଗା ହୋଇଥାଏ । ଯଦି ମହିଳା ମାନଙ୍କ ଛାତି ମଝିରେ କଷ୍ଟ ଅନୁଭବ ହୁଏ ତେବେ ଏହା ହାର୍ଟ ଆଟାକ ହେବାର ଏକ ଲକ୍ଷଣ ହୋଇପାରେ ।

ମହିଳା ମାନଙ୍କୁ ଏହି କଷ୍ଟ କେତବେଳେ କମ ତ ଆଉ କେତେବେଳେ ଅଧିକ ଅନୁଭୂତ ହୋଇଥାଏ । ତେଣୁ ଯଦି ଆପଣଙ୍କ ଛାତିରେ ଲଗାତାର କଷ୍ଟ ଅନୁଭବ ହୁଏ ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଯଦି ଆପଣଙ୍କୁ ଛାତି ମଝିରେ କଷ୍ଟ ଅନୁଭବ ହେବା ସହ ନିଶ୍ଵାସ ନେବାରେ ବି ଅସୁବିଧା ହେଉଥାଏ ତେବେ ଆପଣ ଏହି ଲକ୍ଷଣକୁ କେବେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

ଯଦି କୌଣସି ବ୍ୟକ୍ତିଙ୍କ ଛାତିରେ କଷ୍ଟ ଅନୁଭବ ହୋଇଥାଏ ତେବେ ଏହା ଗ୍ୟାଷ୍ଟ୍ରୋ ଓଶୋଫିଗସ ରିଫ୍ଲେକ୍ସ ରୋଗ କାରଣ ରୁ ମଧ୍ୟ ହୋଇପାରେ । ଏହି ସମସ୍ୟା ଅଧିକ ମାତ୍ରାରେ ଅଧିକ ଓଜନ ଥିବା ଲୋକଙ୍କ ଠାରେ ଦେଖିବା ପାଇଁ ମିଳିଥାଏ । ଏହାଦ୍ୱାରା ପେଟରେ ତିଆରି ହୋଇଥିବା ଏସିଡ ଆହାର ନଳୀକୁ ଆସିଯାଏ ।

ଯାହାଦ୍ୱାରା ଗ୍ୟାଷ୍ଟ୍ରୋ ଓଶୋଫିଗସ ରିପ୍ଲେକ୍ସ ହେବା ଫଳରେ ଛାତିର ମଝିରେ କଷ୍ଟ ଏବଂ ଜଳନ ଅନୁଭବ ହୋଇପାରେ । ଯଦି ଏଭଳି ଲକ୍ଷଣ ଆପଣ ଦେଖନ୍ତି ତେବେ ଏହା ଏସିଡ କିମ୍ବା ହାର୍ଟ ଆଟାକର କାରଣ  ବି ହୋଇପାରେ । ଯଦି ଛାତିର ମଝିରେ କଷ୍ଟ ହେଉଛି ତେବେ ଶୀଘ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *