ଆପଣଙ୍କ ହାତରେ ଅଛି କି ଏପରି ଚିହ୍ନ ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା- X sign in Palm

ଆଜି କାଲି ଦୁନିଆ ରେ ଯେଉଁ ବ୍ୟକ୍ତି ପାଖରେ ପଇସା ଓ ସମାଜ ରେ ମାନ ସମ୍ମାନ ଥାଏ ସେହି ବ୍ୟକ୍ତିଙ୍କୁ ସବୁ ସୁବିଧା ଆଦି ମିଳିଥାଏ । ତେଣୁ ପ୍ରତ୍ୟକ ବ୍ୟକ୍ତି ଚାହେଁ ଯେ ତା ଜୀବନରେ ଉନ୍ନତି କରିବାକୁ ତେବେ ଏଥିରେ ମଣିଷ ର ପରିଶ୍ରମ ଓ ଭାଗ୍ୟ ଦୁଇଟି ଯାକ ନିର୍ଭର କରିଥାଏ । ତେବେ ମଣିଷର ଭାଗ୍ୟ ମଣିଷ ର କପାଳ, କର, ଜାତକ ଆଦି ରୁ ଜଣା ଯାଇଥାଏ ।

କର ମାନେ ହାତ ମଣିଷ ର ହାତ ର ପାପୁଲି ରେଖା ଦ୍ୱାରା ମଣିଷ ର ଭାଗ୍ୟ ଜଣା ଯାଇଥାଏ । ଅନେକ ଜ୍ୟୋତିଷ ମଣିଷର ହାତ ର ପାପୁଲି ଦେଖି ତାହାର ଆଗାମୀ ଦିନ ର କଥା କହିଥାନ୍ତି । ମହିଳା ମାନଙ୍କ ର ବାମ ହାତ ର ପାପୁଲି ଦେଖି ଏମାନଙ୍କ ଭବିଷ୍ୟତ ବର୍ଣ୍ଣନା କରାଯାଏ । ପୁରୁଷ ମାନଙ୍କର ଦକ୍ଷିଣ ପାର୍ଶ୍ୱ ହାତର ପାପୁଲି ରେଖା ଦ୍ୱାରା ଏମାନଙ୍କ ଭବିଷ୍ୟତ ବର୍ଣ୍ଣନା କରାଯାଏ ।

ତେବେ ହାତ ର ପାପୁଲି ରେଖା ରେ ଏପରି ରେଖା ଅଛି ଯାହା ମଣିଷ ପାଇଁ ଭାଗ୍ୟ ଶାଳୀ ହୋଇଥାଏ । କିନ୍ତୁ ଏପରି ରେଖା ଅଛି ଯାହା ଦ୍ୱାରା ଦୁଃଖ ଆଦି ମିଳିଥାଏ । ତେବେ ସେହିପରି କେଉଁ ରେଖା ଥାଏ ଯାହା ରହିବା ଦ୍ୱାରା ମଣିଷ ଭାଗ୍ୟଶାଳୀ ହୋଇଥାଏ ତାହା ଜାଣନ୍ତୁ । ଯଦି ଆପଣଙ୍କ ହାତ ର ପାପୁଲି ରେ ଇଂରାଜୀ ଅକ୍ଷର ଏକ୍ସ ଭଳି କୌଣସି ରେଖା ଥାଏ ତେବେ ଆପଣ ବହୁତ ଭାଗ୍ୟବାନ ।

ଏହି ରେଖା ଜୀବନ ରେଖା ର ପାଖରେ ଥାଏ । ବେହି ରେଖା ଥିବା ବ୍ୟକ୍ତି ମାନେ ସର୍ବଦା ସୁଖ ଶାନ୍ତି ରେ ରହିଥାନ୍ତି ଓ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ଭବିଷ୍ୟତ କୁ ନେଇ ବହୁତ ସଚେତନ ଥାଆନ୍ତି ତେଣୁ ଏମାନେ ବହୁତ କମ ସମୟରେ ବେଶି ଧନ ଉର୍ପାଜନ କରିଥାନ୍ତି । ଏମାନଙ୍କୁ ସମାଜରେ ମାନ ଓ ସମ୍ମାନ ମଧ୍ୟ ମିଳିଥାଏ । ଏହି ରେଖା ଥିବା ବ୍ୟକ୍ତିମାନେ ବହୁତ ଉଚ୍ଚ ଆସନର  ଭାବନାରେ ଥାନ୍ତି ତେଣୁ ଏମାନେ କୌଣସି ରାଜନୈତିକ ଆସନ ଗ୍ରହଣ କରିଥାନ୍ତି ।

ଏହି ବ୍ୟକ୍ତିମାନଙ୍କ  ନିକଟ ରେ ଟଙ୍କା ପଇସା ର ଅଭାବ ହୋଇ ନଥାଏ । ଏହି ବ୍ୟକ୍ତିମାନେ ଅନେକ ପରିଶ୍ରମ କରନ୍ତି । ଏମାନେ ସର୍ବଦା କିପର୍ରି ପଇସା ରୋଜଗାର କରି ସମାଜରେ ନିଜେ ମାନ ସମ୍ମାନ ର ପ୍ରତିଷ୍ଠା କରିବେ ତାହା ହିଁ ଚିନ୍ତା କରିଥାନ୍ତି । ଏମାନଙ୍କ ପରିଶ୍ରମ ଓ ଏମାନଙ୍କ  ହାତ ର ରେଖା ମଧ୍ୟ ଏମାନଙ୍କ ସାଥ ଦେଇଥାଏ । ଏମାନେ କୌଣସି ବି ପରିସ୍ଥିତି ରେ ବିଚଳିତ ହୋଇ ନଥାନ୍ତି ।

ଏମାନେ ସର୍ବଦା ନିଜକୁ ସବୁ ପରିସ୍ଥିତି ରେ ଖାପ ଖାଇ ଚଳିବାକୁ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତିମାନେ ନିଜ ପ୍ରେମ ଜୀବନରେ ନିଜ ପ୍ରିୟ ଙ୍କୁ ବେଶୀ ଭଲ ପାଇଥାନ୍ତି ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ନିଜ ଜୀବନ ସାଥୀ ଙ୍କୁ ବହୁତ ଭଲ ପାଇଥାନ୍ତି କେବେବି ନିଜ ଦାମ୍ପତ୍ୟ ଜୀବନରେ କୌଣସି କଳହ ସୃଷ୍ଟି କରିନଥାନ୍ତି ସୁଖ ଓ ଶାନ୍ତି ରେ ନିଜ ଦାମ୍ପତ୍ୟ ଜୀବନ ବଞ୍ଚିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *