Diabetes ପାଇଁ ବରଦାନ ଅଟେ ଏହି ପତ୍ର, ଏହାର 1 ପତ୍ର ର ଚମତ୍କାରୀ ଗୁଣ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ପିଜୁଳି ଖାଇବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ପିଜୁଳି କେବଳ ସ୍ଵାଦିଷ୍ଟ ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ପିଜୁଳିରେ ଭିଟାମିନ- ଏ ଓ ସି, ପୋଟାସିୟମ ଓ ଫାଇବରର ମାତ୍ର ପ୍ରଚୁର ପରିମାଣରେ ରହିଛି ।

ତେବେ ଏହି ପିଜୁଳି କିପରି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ଓ ପିଜୁଳି ପତ୍ରକୁ କିପରି ଖାଇବା ଦ୍ଵାରା ଆପଣଙ୍କର କଣ ଉପକାର ହୁଏ ତାହା ଆଜି ଆମେ ଜାଣିବା । ପିଜୁଳିକୁ ଗରିବ ଲୋକଙ୍କ ସେଓ ବୋଲି କୁହାଯାଏ । ଭାରତର ଜଳବାୟୁରେ ପିଜୁଳି ଗଛ ଅନୁକୂଳ ହୋଇଥିବାରୁ ଆମେ ଗର୍ବିତ ହେବା ଉଚିତ୍ । ପିଜୁଳି ଗଛର ପତ୍ର, ଫଳ ଓ ଛାଲି ସବୁକୁ ବ୍ୟବହାର କରି ହୁଏ । ଆଜିକାଲି ଅନେକ ପ୍ରକାର କ୍ୟାନସର ରୋଗ ସବୁ ଦେଖା ଯାଉଛି ।

ତେବେ ନିୟମିତ ପିଜୁଳି ଖାଉଥିବା ଲୋକ କ୍ୟାନସର ରୋଗଠାରୁ ଦୂରେଇ ରହିପାରିବ ବୋଲି ଡାକ୍ତରମାନେ କୁହନ୍ତି । ପିଜୁଳି ଖାଇବା ଦ୍ବାରା ରକ୍ତ ହୀନତା ରୋଗ ମଧ୍ୟ ଦୂର ହୁଏ ଏବଂ କୋଷ୍ଠକାଠିନ୍ୟ ମଧ୍ୟ ପିଜୁଳି ଦୂର କରିଥାଏ । ବୟସ ବଢିଲେ ଲୋକଙ୍କ ଥଣ୍ଡା କାଶ ଆଦି ଲାଗି ରୁହେ, ପିଜୁଳି ଖାଇବା ଦ୍ବାରା ତାହା ମଧ୍ୟ ଠିକ୍ ହୋଇଯିବ ।

ବୟସ୍କ ଲୋକମାନଙ୍କୁ ପିଜୁଳି ଖୁବ୍ ବଳ ଯୋଗାଇଥାଏ ଓ ସେମାନଙ୍କ ରକ୍ତ ମଧ୍ୟ ବୃଦ୍ଧି କରେ । ପିଜୁଳି ଛୋଟ ପିଲା ମାନଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ପିଜୁଳିକୁ କଳା ଲୁଣ ସହ ଖାଇଲେ ଏହା ଅଜୀର୍ଣ୍ଣତା ମଧ୍ୟ ଠିକ୍ କରେ ଓ କଫ ଦୋଷ ମଧ୍ୟ ଦୂର କରେ ।

କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ଖୁବ୍ ଗୁଣକାରୀ ଅଟେ । ଏଥିରେ ମଧ୍ୟ ଅନେକ ଭିଟାମିନ ସବୁ ରହିଛି । ଏହା ମୁହଁ ରୁ ନେଇ ପେଟ ପର୍ଯ୍ୟନ୍ତ ଅନେକ ରୋଗ ଭଲ କରିଥାଏ । ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଡ, ଆଣ୍ଟି ବ୍ଯାକ୍ଟେରିଆ ଓ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ରହିଛି । ପିଜୁଳି ପତ୍ରର ରସ କିମ୍ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ଆମ ତ୍ଵଚା, କେଶ ଓ ସ୍ଵାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ଅଟେ । ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରାତିରେ କ୍ଷୀର ସହ ସିଝାଇ ପିଇଲେ ଭଲ ନିଦ୍ରା ହୋଇଥାଏ । ଛୋଟ ପିଲାଙ୍କୁ ତରଳ ଝାଡ଼ା ହେଉଥିଲେ ପିଜୁଳି ପତ୍ରକୁ ବାଟି ତା ରସ ପିଲାଙ୍କୁ ପିଇବାକୁ ଦେଲେ ସେମାନଙ୍କ ଝାଡ଼ା ମଧ୍ୟ ଭଲ ହୋଇଯାଏ ।

ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବେ କାର୍ଯ୍ୟ କରେ । ରକ୍ତରେ ବଢୁଥିବା ଶର୍କରା ଭାଗକୁ କମ୍ କରିବାରେ ବା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଏହି ଚାହା ଆମ କୋଲେଷ୍ଟରୋଲ୍ ସ୍ତରକୁ ମଧ୍ୟ କମ୍ କରେ ଓ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଫଳରେ ଆମ ହୃତପିଣ୍ଡ ସୁସ୍ଥ ରହେ । ପିଜୁଳି ପତ୍ରକୁ ଚୋବାଇ ଖାଇଲେ ପେଟରେ ଥିବା କୃମି ମଧ୍ୟ ନଷ୍ଟ ହୋଇଯାନ୍ତି ଓ ପାଚନ କ୍ରିୟା ମଧ୍ୟ ମଜବୁତ୍ ହୋଇଥାଏ ।

ପିଜୁଳି ଗଛର କଅଁଳିଆ ପତ୍ରକୁ ବାଟି କପାଳରେ ଲଗାଇଲେ ଏହା ମୁଣ୍ଡ ବିନ୍ଧା ରୋଗ ଭଲ କରେ । ପିଜୁଳି ଖାଇଲେ ଥଣ୍ଡା ହୁଏ ବୋଲି ଲୋକଙ୍କ ଏକ ଭୁଲ୍ ଧାରଣା ରହିଛି । ମାତ୍ର ଏହା ଆବାଳ ବୃଦ୍ଧ ବନିତା ସମସ୍ତେ ଆହାର କରି ପାରିବେ । ମାତ୍ର ସଠିକ୍ ମାତ୍ରାରେ ହିଁ ଖାଆନ୍ତୁ । ବାରମ୍ବାର ଥଣ୍ଡା କାଶରେ ପଡୁଥିଲେ କଳା ଲୁଣ ସହ ଏହା ସଠିକ୍ ମାତ୍ରାରେ ଭୋଜନ କଲେ ପିଜୁଳି ଥଣ୍ଡା, ନିମୋନିଆ ଆଦି ଭଲ କରି ଦିଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *