Vastu Tips- ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 6 ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ? ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀବନ ।

ଏହା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ । ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି ଏବଂ ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଧନର ଦେବୀ ହେଉଛନ୍ତି ମାତାଲକ୍ଷ୍ମୀ । ଅନେକ ବ୍ୟକ୍ତି ମାତାଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରାଇବା ନିମନ୍ତେ ବିଭିନ୍ନ ପ୍ରୟାସ କରନ୍ତି । କିନ୍ତୁ ମାତାଲକ୍ଷ୍ମୀ ସହଜ ରେ ପ୍ରସନ୍ନ ହୁଅନ୍ତି ନାହିଁ ।

ଯେଉଁ ବ୍ୟକ୍ତି ଉପରେ ମାତାଲକ୍ଷ୍ମୀ ପ୍ରସନ୍ନ ଥାଆନ୍ତି ସେହି ବ୍ୟକ୍ତି କୁ ସେ କିଛି ସଙ୍କେତ ପ୍ରଦାନ କରିଥାନ୍ତି । ଯାହା ବ୍ୟକ୍ତି ର ସୁଖମୟ ଭବିଷ୍ୟତ ର ସଙ୍କେତ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୬ଟି ସଙ୍କେତ ସମ୍ବନ୍ଧରେ କହିବୁ ଯାହା ଭବିଷ୍ୟତ ରେ ଧନ ଲାଭ ହେବାର ସଙ୍କେତ ଦେଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମତଃ, ପିମ୍ପୁଡ଼ି କଳା ଏବଂ ନାଲି ଦୁଇଟି ରଙ୍ଗର ହୋଇଥାଏ । ନାଲି ପିମ୍ପୁଡ଼ି ଘରେ ରହିବା ଅଶୁଭ ବୋଲି କୁହାଯାଏ କିନ୍ତୁ କଳା ପିମ୍ପୁଡ଼ି କୁ ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ି କୁ ମାତା ଲକ୍ଷ୍ମୀ ର ରୂପ ବୋଲି ମାନିନିଆ ଯାଇଥାଏ । ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରର ବୁଲୁ ଥିବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ବୋଲି ମାନ୍ୟତା ରହିଛି । ଏହାଦ୍ବାରା ଘରେ ମାତାଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

୨- ଦ୍ବିତୀୟତଃ, ଝିଟିପିଟି କୁ ମଧ୍ୟ ମାଆ ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନି ନିଆ ଯାଇଥାଏ । ଘରେ ଯଦି ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଏକାଠି ଦେଖାଯାଏ ତେବେ ଏହାକୁ ଶୁଭ ବୋଲି କୁହାଯାଏ । ଏହା ମାତାଲକ୍ଷ୍ମୀ ଙ୍କ ଆଗମନର ସଙ୍କେତ ଅଟେ । ଯଦି ଗୋଟିଏ ଝିଟିପିଟି ଆଉ ଏକ ଝିଟିପିଟି କୁ ଗୋଡାଉ ଥାଏ ତେବେ ଏହା ଘରର ଉନ୍ନତି ର ସଙ୍କେତ ଏବଂ ଦୀପାବଳି ଦିନ ତୁଳସୀ ଗଛ ମୂଳରେ ଝିଟିପିଟି ଦେଖାଦେଲେ ଏହା ଧନ ଲାଭ ର ସଙ୍କେତ ଦେଇଥାଏ ।

୩- ତୃତୀୟତଃ, ଶାସ୍ତ୍ର ଅନୁସାରେ ଆମ ଘର ପାଖରେ କିଛି ପକ୍ଷୀ ମାନଙ୍କର ରହିବା ଅଶୁଭ ବୋଲି କୁହାଯାଏ ଏବଂ ଅନ୍ୟ କିଛି ପକ୍ଷୀ ଅଛନ୍ତି ଯାହାକୁ ଘରେ ରଖିବା ବହୁତ ଶୁଭ ବୋଲି ଏବଂ ଘରେ ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ । ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ଘରେ ଆସି ବସା ବାନ୍ଧି ଥାଆନ୍ତି ତେବେ ତାହା ଶୁଭ ସଙ୍କେତ ହୋଇଥାଏ ।

୪- ଚତୁର୍ଥତଃ, ଆପଣଙ୍କୁ ଯଦି ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖ ଧ୍ଵନି ଶୁଣା ଯାଇଥାଏ ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଏହା ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦୃଶ ହୋଇଥାଏ ।

୫. ପଞ୍ଚମତଃ, ଯଦି ଆପଣଙ୍କ ହାତ ର ମଧ୍ୟ ଭାଗ ଅଚାନକ କୁଣ୍ଡେଇ ହୋଇଥାଏ ତେବେ ଏହା ଧନ ପ୍ରାପ୍ତି ର ସଙ୍କେତ ହୋଇଥାଏ । ଏପରି ହେବା ଦ୍ଵାରା ଭବିଷ୍ୟତ ରେ ଆପଣଙ୍କୁ ଅପାର ଧନ ଲାଭ ହୋଇଥାଏ ।

୬. ଷଷ୍ଠତଃ, ମନୁଷ୍ୟ ର ସ୍ୱପ୍ନ ମାଧ୍ୟମରେ ବି ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ । ଯଦି ଆପଣଙ୍କୁ ସ୍ୱପ୍ନ ରେ ପେଚା, ଝାଡ଼ୁ, କଳସ ଓ ଶିବଲିଙ୍ଗ ଦେଖାଦିଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହି ସଙ୍କେତ ଏହା ଦର୍ଶାଇ ଥାଏ ଯେ, ଆପଣଙ୍କ ଜୀବନ ରେ ଭବିଷ୍ୟତ ରେ କୌଣସି ପ୍ରକାର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏବଂ କିଛି ବଡ଼ ଲାଭ ପ୍ରାପ୍ତ ହେବାକୁ ଯାଉଛି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *