ଘରେ କଳି ଝଗଡା ଦୂର କରିବେ କିପରି ? ଏହା ସହିତ ପଢନ୍ତୁ ଆଜିର 20 Anuchinta

୧- ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ଥିଲେ ଘରେ ଦୈବିଶକ୍ତି ପ୍ରବେଶ କରନ୍ତି ନାହିଁ। ଏହା ପରିବାର ପାଇଁ ରୋଗ,ଦୁଃଖ ଏବଂ ଦରିଦ୍ରତା ର କାରଣ ହୋଇଥାଏ। ୨- ଘର ସାମ୍ନା ରେ ବଡ଼ ଗଛ କିମ୍ବା ଖମ୍ବ ଥାଏ ତେବେ ଏହା ଆପଣଙ୍କ ପିଲାଙ୍କ ପାଇଁ ବହୁତ ଅଶୁଭ ତେଣୁ ଘର ଆଗରେ ସ୍ୱସ୍ତିକ ଚିହ୍ନ କରି ଦିଅନ୍ତୁ।

୩- ଘରର ଶୁଭତ୍ୱ ଆଣିବା ପାଇଁ ହେଲେ ମୁଖ୍ୟ ଦ୍ୱାର ରେ ମୁରୁଜ ପକାଇବା ଉଚିତ ଏବଂ ଫୁଲରେ ସଜାଇବା ଉଚିତ ଏବଂ ଛୋଟ ଛୋଟ ଘଣ୍ଟି ରେ ସଜାଇବା ଉଚିତ। ୪- ଘରର ମୁଖ୍ୟ ଦ୍ୱାର ରେ ଚପଲ ରଖିବା ଅଶୁଭ ହୋଇଥାଏ ଏବଂ ଅଶାନ୍ତି ର କାରଣ ହୋଇଥାଏ। ୫- ଯେଉଁ ଘରେ ଲୋକ ମାନଙ୍କ ଭିତରେ ଛୋଟ ଛୋଟ କଥା ରେ ରାଗି ଯାଆନ୍ତି କିମ୍ବା ଝଗଡା ହୁଏ ତେବେ ଶନିବାର ଦିନ ଅଟା ରେ କିଛି ବୁଟ ମିଶାଇ ରୁଟି କରି ଖାଇଲେ ଏହା ଦୁର  ହୋଇଥାଏ।

୬- ଯଦି ଘରେ ପରିବାର ଲୋକ ମାନଙ୍କ ସହ ସବୁବେଳେ ଝଗଡା ଲାଗୁଥାଏ ତେବେ ପରିବାର ଲୋକେ ପୂର୍ବ ଦିଗକୁ ମୁହଁ କରି ଶୋଇବା ଉଚିତ ଏବଂ ଏହା ଦ୍ୱାରା ଘରେ ଶାନ୍ତି ର ପ୍ରବେଶ କରିଥାଏ।

୭- ଯଦି ପରିବାରରେ ଏବଂ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ ତେବେ ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ବସ୍ତ୍ର ଏବଂ ସିନ୍ଦୁର ଚଢାଇବା ଦ୍ୱାରା ତାହା ଦୁର ହୋଇଥାଏ।

୮- ଶୋଇବା ଘର କେବେବି ହିଂସ୍ର ପଶୁଙ୍କ ଫୋଟୋ ରଖିବା ଉଚିତ ନୁହେଁ ଏହାଦ୍ୱାରା ଘରେ ଅଶାନ୍ତି ର ବାତାବରଣ ହୋଇଥାଏ।

୯- ଘରେ କେବେବି ଭଙ୍ଗା ଆଇନା ଏବଂ ଭଙ୍ଗା ଜିନିଷ ତଥା ଖରାପ ବିଦ୍ୟୁତ ଉପକରଣ ଘରେ ରଖିବା ଉଚିତ ନୁହେଁ ଏବଂ ଏହା ଦ୍ୱାରା ଘରେ ଦୁଃଖ ର ବାତାବରଣ ହୋଇଥାଏ।

୧୦- ଘର ଭିତରେ କେବେବି ତାଜମହଲ ର ଫୋଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ ଏହା ଦ୍ୱାରା ମଧ୍ୟ ଘରେ ଝଗଡା ହୁଏ।

୧୧- ସ୍ୱାମୀ ସ୍ତ୍ରୀ ଶୋଇବା ଘର କେବେବି ଫଟା ପର୍ସ ଏବଂ ଭଙ୍ଗା ଆଲମାରୀ ରଖିବା ଉଚିତ ନୁହେଁ।

୧୨- ଘରର ଠାକୁର ଘରେ କେବେବି ଭଙ୍ଗା କିମ୍ବା ଫାଟି ଯାଇଥିବା ମୂର୍ତ୍ତି କିମ୍ବା ଫୋଟୋ କୁ ରଖନ୍ତୁ ନାହିଁ ଏହା ଦ୍ୱାରା ଧନ କ୍ଷୟ ହୋଇଥାଏ।

୧୩- ଘର ଭିତରେ କେବେବି ଚପଲ କୁ ଓଲଟାଇ ରଖନ୍ତୁ ନାହିଁ ଏହା ଦ୍ୱାରା ଘରେ କଳହ ଲାଗିଥାଏ।

୧୪- ଘରକୁ ସର୍ଵଦା ସଫା ସୁତୁରା ରଖିବା ଉଚିତ କାରଣ ଘର ଅପରିଷ୍କାର ରଖିବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୁଏ।

୧୫- ସ୍ୱାମୀ ସ୍ତ୍ରୀ ଶୋଇବା ଘରେ କଣ୍ଟା ଜାତୀୟ ଗଛ ଏବଂ କଣ୍ଟା ଜାତୀୟ ଫୋଟୋ ରଖିବା ଉଚିତ ନୁହେଁ।

୧୬- ପରିବାର ର ଲୋକ ମାନଙ୍କ ଭିତରେ ଝଗଡା ହେବାର କାରଣ ହେଉଛି ବାସ୍ତୁ ଦୋଷ।

୧୭- ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ା ଫୋଟୋ ରଖିବା ଉଚିତ ।

୧୮- ଘରର ସ୍ତ୍ରୀ ଲୋକ ଦୁଇ ହାତରେ ସୁନା ଚୁଡ଼ି ଏବଂ ହଳଦିଆ ରଙ୍ଗର ଚୁଡ଼ି ପିନ୍ଧିବା ଦ୍ୱାରା ପରିବାର ଲୋକେ ସୁଖ ଶାନ୍ତି ରେ ରହିଥାନ୍ତି।

୧୯- ପରିବାର ର ସ୍ତ୍ରୀ ଲୋକଙ୍କ ଦ୍ୱାରା ଯଦି ସକାଳୁ କ୍ଷୀର ରେ କେଶର ଏବଂ ଚିନି ମିଶାଇ ଖାଇବାକୁ ଦିଆଯାଏ ତେବେ ପରିବାର ରେ କଳହ ଦୁର ହୋଇଥାଏ।

୨୦- ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ସୁଧାର ଆଣିବା ପାଇଁ ସ୍ୱାମୀ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ଏବଂ ସ୍ତ୍ରୀ ସ୍ୱାମୀ ଙ୍କ ମଥାରେ ତିଳକ ଲଗାଇବା ଦ୍ୱାରା ଦୁହିଁଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥାଏ ଏବଂ ଝଗଡା ହୁଏନାହିଁ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *