Vastu Tips- ମୃତ ବ୍ୟକ୍ତିଙ୍କର ଫଟୋ ଘରେ କେଉଁଠି ରଖିଲେ ବଢ଼ି ଚାଲେ ଅମାପ ଧନ

ନମସ୍କାର ବନ୍ଧୁଗଣ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ।

କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ। ସେହି ପରି କିଛି ଜିନିଷ ଥାଏ ଯାହାକୁ ତାର ଉଠିତ ଏବଂ ବ୍ୟବସ୍ଥିତ ଦିଗ କିମ୍ବା ସ୍ଥାନରେ ନ ରଖିଲେ ଆମ ଜୀବନ ରେ ଏହାର ଖୁବ ଖରାପ ପ୍ରଭାବ ପଡ଼ିଥାଏ।ତେଣୁ ସର୍ଵଦା ଏହା ନିଶ୍ଚିତ କରିବା ଉଚିତ କି ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ନିୟମ କୁ ମାନି ହିଁ ଆମେ ଘର ଭିତରେ ତଥା ଘର ବାହାରେ ଜିନିଷ ଗୁଡିକୁ ସଜାଇ ଏବଂ ଉଚିତ ଦିଗରେ ରଖିବା ଆବଶ୍ୟକ ଏହା ଦ୍ୱାରା ଆମ ଘରର ମଙ୍ଗଳ ହେବା ସହ ପରିବାର ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସ୍ନେହ ଶ୍ରଦ୍ଧା ରହିଥାଏ।

ତେବେ ସେହି ପରି ଏକ ଵସ୍ତୁ ହେଉଛି ଆମ ପିତୃପୁରୁଷଙ୍କ ଫୋଟୋ। ତେବେ ଚାଲନ୍ତୁ ଜାଣିନେବା ଆମ ପିତୃ ପୁରୁଷ ଙ୍କ ଫୋଟୋ କୁ କେଉଁଠି ଏବଂ କେଉଁ ଦିଗ ରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ଲଗାଇବା ଅନୁଚିତ।ପ୍ରାୟଃ ସମସ୍ତ ଙ୍କ ଘରେ ପିତୃ ପୁରୁଷ ଙ୍କ ଫୋଟୋ ରହିଥାଏ। ଘରେ ସେମାନଙ୍କ ଫୋଟୋ ରଖିବା ଦ୍ୱାରା ତାଙ୍କର ଆଶୀର୍ବାଦ ସର୍ଵଦା ଆମ ସହିତ ରହିଥାଏ। ଏହା ଛଡା ଘରର ଲୋକ ମାନଂକୁ ମଧ୍ୟ ବହୁତ ଲାଭ ମିଳିଥାଏ।ତେବେ ଚାଲନ୍ତୁ କେଉଁଠି ପିତୃ ପୁରୁଷ ଙ୍କ ଫୋଟୋ ରଖିବା ଉଚିତ ତାହା ଜାଣିନେବା।


୧- ଯଦି ଆପଣ ଙ୍କ ଘରେ ପୂଜା ପାଠ ଇସାଣ କୋଣ ରେ ହେଉଛି ତେବେ ପିତୃ ଙ୍କ ଫୋଟୋ ପୂର୍ବ ଦିଗରେ ରଖିବା ଉଚିତ। ଯଦି ପୂଜାପାଠ ପୂର୍ବ ଦିଗରେ ହେଉଛି ତେବେ ପିତୃ ଙ୍କ ଫୋଟୋ ଇସାଣ କୋଣ ରେ ଲଗାନ୍ତୁ।


୨- ଯଦି ଆପଣ ଘରର କୌଣସି ବି ରୁମ ରେ ଆପଣ ନିଜ ପିତୃ ଙ୍କ ଫୋଟୋ ଲଗାଇବା କୁ ଚାହୁଁଛନ୍ତି ତେବେ ଆପଣ ଉତ୍ତର ଦିଗରେ ଲଗାଇ ପାରିବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ଵାରା ଘର ର ଆର୍ଥିକ ଉନ୍ନତି ହୋଇଥାଏ ଓ ସବୁ କ୍ଷେତ୍ରରେ ସଫଳତା ଆମିଳିଥାଏ ।


୩- ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପିତୃଙ୍କ ଫୋଟୋ ରଖିବା ଭଲ ନୁହେଁ। ଏହିପରି କରିବା ଦ୍ୱାରା ଘରର ଅମଙ୍ଗଳ ହୁଏ ଏବଂ ଧନ ହାନି ମଧ୍ୟ ହୋଇଥାଏ ଏବଂ ଘର ପରିବାର ମାନଙ୍କ ମଧ୍ୟରେ କଳହ ମଧ୍ୟ ଲାଗିଥାଏ । ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *