Astrology- 2023 ରେ ହେବ ଏହି 4 ରାଶିଙ୍କ ଶୁଭ ବିବାହ, ଜୀବନରେ ଆସିବ ଖୁସିର ଲହରୀ

ବନ୍ଧୁଗଣ ଆରମ୍ଭ ହୋଇ ସାରିଛି 2023 ବର୍ଷ । ତେବେ ଜାନୁଆରୀ ମାସ ଶେଷ ହୋଇ ଏବେ ଆରମ୍ଭ ହୋଇ ଯାଇଛି ଫେବୃଆରି ମାସ । ଆଜି ଆମେ ଆପଣଙ୍କୁ କହିବୁ 2023 ବର୍ଷରେ ଏହି 4ଟି ରଶିଙ୍କର ବିବାହ ନିଶ୍ଚୟ ହେବ । ଯଦି ଆପଣ ବିବାହ ପାଇଁ ପ୍ରୟାସ କରୁଛନ୍ତୁ ବା କିମ୍ବା ବିବାହ ପାଇଁ ଯୋଗ୍ୟ ଅଟନ୍ତି ତେବେ ନିଶ୍ଚୟ ବିବାହ ଚଳିତ ବର୍ଷ ହୋଇଯିବ । ମୀନ ରାଶିରେ ଦେବଗୁରୁ ବୃହସ୍ପତିଙ୍କ ଉତ୍ତରାର୍ଦ୍ଧ ଗୋଚର ରହିବ ଏପ୍ରିଲ 21 ତାରିଖ ଯାଏଁ ।

ଏହି ଗୋଚର ବହୁତ ପ୍ରଭାବଶାଳୀ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମୀନ ରାଶି : ଏହି ଗୋଚର କାରଣରୁ 4ଟି ମାସ ଯାଏଁ ଦେବଗୁରୁ ବୃହସ୍ପତି ଙ୍କ ଉତ୍ତରାର୍ଦ୍ଧ ରହିବ । ସେହି 4ଟି ମାସ ହେଉଛି ଜାନୁଆରୀ 1 ରୁ 21 ଏପ୍ରିଲ ଯାଏଁ । ଏହି 4 ମାସ ମଧ୍ୟରେ ଆପଣଙ୍କର ବିବାହ ନିଶ୍ଚୟ ହେବ । ଆପଣଙ୍କ ପାଇଁ ଏହି ମାସ ଭିତରେ ବିବାହର ପ୍ରସ୍ତାବ ନିଶ୍ଚୟ ଆସିବ । ମୀନ ରାଶିର ପୁଅ ବା ଝିଅ ଯେଉଁ ମାନେ ବିବାହ ପାଇଁ ପ୍ରୟାସ କରୁଥିଲେ ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ନିହାତି ଆସିବ ।

କର୍କଟ ରାଶି : ଦେବଗୃ ବୃହସ୍ପତି ପଞ୍ଚମ ଅମୃତମୟ ଦ୍ରୁଷ୍ଟି ଅଛି ତାହା କର୍କଟ ରାଶିର ବ୍ୟକ୍ତି ଉପରେ ପ୍ରଭାବ ପକାଇବ । ଏହି ରାଶିର ପୁଅ ବା ଝିଅ ମାନେ ଯେଉଁ ମାନେ ବିବାହ ଗ୍ଯ ହୋଇ ଯାଇଛନ୍ତି ସେମାନଙ୍କୁ ଜାନୁଆରୀ ମାସ ଆରମ୍ଭ ରୁ ଏପ୍ରିଲ 21 ତାରିଖ ଭିତରେ ବଡ ସଫଳତା ମିଳିବ । ଏମାନଙ୍କର ବିବାହର ପ୍ରବଳ ଯୋଗ ରହିଛି । କୌଣସି ନା କୌଣସି ପ୍ରସ୍ତାବ ବିବାହ ପାଇଁ ଆସିବ । ତେଣୁ ଆପଣ ଏବେ ଠାରୁ ବିବାହର ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ ।

କନ୍ୟା ରାଶି : ଦେବଗୁରୁ ବୃହସ୍ପତି ସପ୍ତମ ଅମୃତମୟ ଦ୍ରୁଷ୍ଟି ଅଛି ତାହା ପ୍ରଭାବିତ କରି କନ୍ୟା ରାଶିଙ୍କୁ । କନ୍ୟା ରାଶିର ଯେତେ ପୁଅ ଓ ଝିଅ ଅଛନ୍ତି ଯେଉଁ ମାନେ ବିବାହ ପାଇଁ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ ଏହି 4ଟି ମାସ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କର ବିବାହ ସ୍ଥିର  ହେବା ସହ ନିଶ୍ଚୟ ବିବାହ ସମ୍ପନ୍ନ ହେବ ।

ବିଛା ରାଶି : ଦେବଗୁରୁ ବୃହସ୍ପତି ଙ୍କ ନବମୀ ଅମୃତମୟ ଦ୍ରୁଷ୍ଟି ଅଛି ତାହା ବିଛା ରାଶି ଉପରେ ପଡିବାକୁ ଯାଉଛି । ଏହି ରାଶିର ପୁଅ ବା ଝିଅ ମାନେ ବିବାହ କରିବାକୁ ମେହନତ କରୁଥିଲେ ଏହି 4 ମାସ ଭିତରେ ନିଶ୍ଚୟ ସଫଳତା ମିଳିବ । ଏମାନଙ୍କର କେଉଁଠି ନା କେଉଁଠି ବିବାହ ସ୍ଥିର ହେବ ।

ଆଜି ଠାରୁ ଆପଣ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ । ତେବେ ଏମାନେ ଥିଲେ ସେହି 4ଟି ରାଶି ଅଛନ୍ତି ଯେଉଁ ମାନଙ୍କର ଜାନୁଆରୀ 1 2023 ରୁ ଏପ୍ରିଲ 21 ତାରିଖ ଭିତରେ ବିବାହ ନିଶ୍ଚୟ ହୋଇକି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *