ଘର ଛାଡି ପଳେଇବେ ସବୁ ମୂଷା, କରନ୍ତୁ ଏହି ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ, ମୂଷା ଗୋଟିଏ ସାମାନ୍ୟା ଜୀବ ଏହା ଆମେ ଭବିଥାଉ କିନ୍ତୁ ତାହାର କାମ ବହୁତ ବଡ ହୋଇଥାଏ । ଗୋଟିଏ ଛୋଟ ମୂଷା ଟିଏ ଘରେ ପଶିଗଲେ ଆମକୁ କେତେ ବଡ ଚିନ୍ତା ସେ ଦିଏ ତାହା କଳନା ବାହାରେ । ଆଜି ଆପଣଙ୍କ ଦରକାରି ଖାତା ବହି କାଟି କୁଟୁ କୁଟା କଲାଣି ତ କାଲି ଆପଣଙ୍କ ଫରନିଚର ଜିନିଷ ସବୁ କାଟି ନଷ୍ଟ କଲାଣି । ବେଳେ ବେଳେ ତ ଟଙ୍କା ମଧ୍ୟ କାଟି ଦେଇଥାଏ ଆଉ ଆଲମାରିରେ ଯଦି ପଶିଯାଏ ତେବେ ଆପଣଙ୍କ କପଡା ମଧ୍ୟ କାଟିପକାଏ ।

ତେଣୁ ଆପଣଙ୍କ ଏହି ଚିନ୍ତାକୁ ଦୂର କରିବ ଆମେ ଜଣାଇବାକୁ ଯାଉଥିବା ଘରୋଇ ଉପାୟ । ଯାହାଦ୍ୱାରା ଆପଣ ମୂଷାକୁ ଘରୁ ବାହାର କରିପାରିବେ । ଉପାୟଟିକୁ ବନାଇବା ପାଇଁ ପ୍ରଥମ ସାମଗ୍ରୀ ଭାବରେ ଆପଣ ଖାଉଥିବ ଜର୍ଦା ବା ଗୁଟୁଖା ଆଣନ୍ତୁ ୨ଟି ପ୍ୟାକେଟ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଯେମିତି କ୍ଷତି କାରକ ହୋଇଥାଏ । ସେହିଭଳି ମୂଷା ମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଏହାର ସେବନ ଦ୍ଵାରା ମୂଷା ମାନେ ବେହୋସ ହୋଇଯାନ୍ତି ଏବଂ ପାଣି ପିଇବା ବିକଳରେ ଘରୁ ବାହାରି ଯାଇଥାନ୍ତି ।

ଆପଣ ଏକ ଚାମଚ ଜର୍ଦା ନିଅନ୍ତୁ । ଦିତୀୟ ସାମଗ୍ରୀ ଭାବରେ ଆପଣ ଶୁଦ୍ଧ ଦେଶୀ ଗାଈ ଘିଅ ନିଅନ୍ତୁ । ଏହି ଘିଅର ବାସ୍ନା ବହୁତ ଶୀଘ୍ର ମୂଷାମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଆପଣ ଏହି ଉପାୟରେ ଏକ ଚାମଚ ଗାଈ ଘିଅ ନିହାତି ପ୍ରୟୋଗ କରନ୍ତୁ । ଜର୍ଦା ଏବଂ ଗାଈ ଘିଅକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ତୃତୀୟ ସାମଗ୍ରୀ ଭାବରେ ଆପଣ ଏଥିରେ ଦୁଇ ଚାମଚ ବେସନର ପ୍ରୟୋଗ କରନ୍ତୁ । ଏବେ ଆପଣ ଏଥିରେ ଅଳ୍ପ ପାଣି ମିଶାଇ ଅଟା ଚକଟିବା ଭଳି ଚକଟି ଦିଅନ୍ତୁ । ଚକଟାକୁ ଆପଣ ଟାଣ କରିବେନି ଅଳ୍ପ ନରମ ରଖିବେ । ଚକଟା ହୋଇଥିବା ଅଟାର ଆପଣ ଛୋଟ ଛୋଟ ଗୁଲା ପ୍ରସ୍ତୁତ କରନ୍ତୁ ।

ଆପଣଙ୍କ ଘରର ଯେଉଁ ଜାଗାରେ ଅଧିକ ମୂଷା ଥିବେ ଆପଣ ସେହି ଜାଗାରେ ଗୋଟିଏ ଗୋଟିଏ ଗୁଲା ପକାଇ ଦିଅନ୍ତୁ । ଏହି ଗୁଳାକୁ ମୂଷା ସେବନ କରିବା ଦ୍ଵାରା ଅଚେତ ଅବସ୍ତାକୁ ଆସି ପାଣି ଖୋଜିବାକୁ ଲାଗିଥାଏ । ତେଣୁ ଆପଣ  ଆପଣଙ୍କ ଘରର ପଣି ମୂଷା ମାନଙ୍କ ଆକହ ପାଖରେ ଏହି ସମୟରେ ରଖିବେ ନାହିଁ । ନଚେତ ମୂଷା ଘରୁ ପାଣି ପାଇବା ଦ୍ଵାରା ଆଉ ବାହାରକୁ ଯିବ ନାହିଁ ।

ଯଦି ମୂଷା ଘରୁ ପାଣି ନ ପାଏ ତେବେ ପାଣି ଖୋଜିବା ବିକଳରେ ମୂଷା ଆପଣଙ୍କ ଘର ବାହାରକୁ ଚାଲିଯାଏ ଯାହା ଫଳରେ ଆଉ କେବେ ମଧ୍ୟ ମୂଷା ଆପଣଙ୍କ ଘରକୁ ଆସିବାର ସାହସ କରିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *