ଗର୍ଭାବସ୍ତାରେ ସଂଭୋଗ କରିବା ଉଚିତ ନା ଅନୁଚିତ ! ଦେଖନ୍ତୁ ଏନେଇ କଣ କୁହନ୍ତି Dr. Supriya Puranik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଫିଜିକାଲ୍ ରିଲେସନ ବା ସଂଭୋଗ ଦ୍ଵାରା ମହିଳା ଜଣଙ୍କ ଗର୍ଭବତୀ ହୋଇଥାଏ । ବହୁତ ଦମ୍ପତିଙ୍କ ମଧ୍ୟରେ ପ୍ରଶ୍ନ ରହିଥାଏ ? ପ୍ରେଗନେନ୍ସି  ସମୟରେ କପୁଲ୍ ସଂଭୋଗ କରିପାରିବେ ନା ନାହିଁ । ଯଦି ମଧ୍ୟ ଦମ୍ପତି ସଂଭୋଗ କରିଥାନ୍ତି । ତେବେ ଏହାର କିଛି ଖରାପ ପ୍ରଭାବ ମହିଳାର ଗର୍ଭସ୍ଥ ସନ୍ତାନ ଉପରେ ପଡ଼ିଥାଏ କି ନାହିଁ ।

ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଅନୁଯାଇ ଡାକ୍ତରଙ୍କର କହିବା ଅନୁସାରେ ମହିଳା ଜଣଙ୍କ ଗର୍ଭବତୀ ଥିବା ଅବସ୍ତାରେ ମଧ୍ୟ କପୁଲ୍ ସଂଭୋଗ କରିପାରିବେ । ଯଦି ଗର୍ଭବତୀ ମା’ ନରମାଲ ଅବସ୍ତାରେ ଥିବ । ତେବେ ଆରାମରେ କପୁଲ୍ ଉଭୟ ଉଭୟଙ୍କ ସହମତିରେ ସଂଭୋଗ କରିପାରିବେ । କପୁଲ୍ ସଂଭୋଗ କରିବା ସମୟରେ ଗର୍ଭସ୍ଥ ସନ୍ତାନ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପଡିନଥାଏ ।

କାରଣ ମହିଳାର ଗର୍ଭାଶୟରେ ସନ୍ତାନ ଆରାମରେ ରହିଥାଏ । ଏହା ଛଡା ତା’ ର ଚାରିପାଖରେ ଲ୍ୱିକିଡ୍ ଭଳି ତରଳ ପଦାର୍ଥ ମଧ୍ୟ ରହିଥାଏ । ଯାହା ବେବିକୁ ମା’ ଉପରେ ଆସୁଥିବା କିଛି ଅଳ୍ପ ବହୁତ ସାମାନ୍ୟ ଆଘାତ ବା ପ୍ରେସରରୁ ସନ୍ତାନ ସୁରକ୍ଷିତ ଭାବରେ ରହିପାରିବ । ଯଦି ଗର୍ଭବତୀ ମହିଳାର ହାଇ ରିସ୍କ ପ୍ରେଗେନେନ୍ସି ସମସ୍ଯା ରହିଥାଏ ।

ଯେପରି ଗର୍ଭବତୀ ମହିଳାର ବାରମ୍ବାର ପିଲା ନିଷ୍କାରେଜ ହେନାର ସମ୍ଭାବନା ରହିଥାଏ । ସମୟ ପୂର୍ବରୁ ଡେଲିଭରୀ କରିବାର ସମ୍ଭାବନା ବଢି ଯାଇଥାଏ, ବ୍ଲଡ଼ ବ୍ଲିଡିଙ୍ଗ ହେଉଥାଏ, କୌଣସି ପ୍ରକାର ତରଳ ଲିକ୍ଵୀଡ ଲିକିଙ୍ଗ ହେଉଥାଏ ଓ ଜାଁଆଳା ସନ୍ତାନ ହେବାର ସମ୍ଭାବନା ରାହୁଥାଏ । ଏହି ଭଳି ସିରିଏସ ପରିସ୍ଥିତିରେ ଡାକ୍ତର କପୁଲ୍ ମାନଙ୍କୁ ସଂଭୋଗ କରିବା ପାଇଁ ମନା କରିଥାନ୍ତି ।

ମହିଳା ଜଣଙ୍କ ପ୍ରଥମେ ପ୍ରଥମେ ଗର୍ଭବତୀ ହେବା ସମୟରେ ତାହାର ସ୍ଵାସ୍ଥ ଅବସ୍ତାରେ ବହୁତ ପରିବର୍ତ୍ତନ ଆସିଥାଏ । ଯେଉଁ କାରଣରୁ ମହିଳା ସଂଭୋଗ କରିବାକୁ ମନ ବଳାଇ ନଥାଏ । ତାପରେ କିଛି ଦିନ ଗଲା ପରେ ମା ଯେତେବେଳେ ସ୍ଵାସ୍ଥ ଅବସ୍ତାରେ ସ୍ଥିରତା ଆସିଥାଏ । ସେତେବେଳେ ସେ ନିଜ ସହମତିରେ ସଂଭୋଗ କରିପାରିବ । ପ୍ରଥମ ମାସରୁ ନେଇ ପ୍ରେଗେନେନ୍ସିର ୪ ମାସ ପର୍ଯ୍ୟନ୍ତ ମିସିନାରୀ ପୋଜିସନରେ କପୁଲ୍ ସଂଭୋଗ କରିପାରିବେ ।

ଯେଉଁଥିରେ ମହିଳା ଜଣଙ୍କ ଉପରେ ପୁରୁଷ ଜଣଙ୍କ ରହି ସଂଭୋଗ କରିଥାଏ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ପ୍ରେଗେନେନ୍ସିର ୪ ମାସ ପରେ ମିସିନାରୀ ପୋଜିସନରେ ସଂଭୋଗ କରିବା ଉଚିତ ହୋଇନଥାଏ । କାରଣ ଯେହେତୁ ଏହି ପୋଜିସନରେ ମହିଳା ଜଣଙ୍କ ତଳେ ରହିଥାଏ । ତେବେ ଏହାର କୁପ୍ରଭାବ ଗର୍ଭସ୍ଥ ସନ୍ତାନ ଉପରେ ପଡିବାର ସମ୍ଭାବନା ରହିଥାଏ ।

ତେଣୁ ଯଦି ଗର୍ଭବତୀ ମହିଳାର ହାଇ ରିସ୍କ ପ୍ରେଗନେନ୍ସି ବା ପ୍ରେଗନେନ୍ସିରେ କୌଣସି ଅସୁବିଧା ନଥାଏ । ତେବେ ଉଭୟଙ୍କ ସହମତିରେ କପୁଲ୍ ସଂଭୋଗ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *