Health Tips- 2 ମିନିଟରେ ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ, ଜାଣନ୍ତୁ କଣ କରିବେ ?

ବନ୍ଧୁଗଣ ଶୀତ ଦିନରେ ଦାନ୍ତ ବିନ୍ଧା ସମସ୍ଯା ଅନେକ ଲୋକଙ୍କ ଠାରେ ଦେଖାଯାଏ । ଦାନ୍ତ ବିନ୍ଧା ହେଲେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏମିତିକି ବ୍ୟକ୍ତି କିଛି ଖାଇପାରେ ନାହି କି ପିଇପାରେ ନାହି । ଯଦି ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ଯେତେ ବି ପୁରୁଣା ହୋଇଥାଉ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଦାନ୍ତ ବିନ୍ଧା ତୁରନ୍ତ ଭଲ ହୋଇଯିବ । ଆଜି ଆମେ ଆପଣଙ୍କୁ ୨ଟି ରେମେଡି ବିଷୟରେ କହିବୁ ଯାହାର ପ୍ରୟୋଗ କରିଲେ ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଭଲ ହେବ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପିଜୁଳି ପତ୍ର ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପିଜୁଳି ପତ୍ରରେ ଅନେକ ଭିଟାମିନ୍ସ ରହିଛି ଯାହା ଖୁବ ଲୋକ ଜାଣିଥାନ୍ତି । ୪ଟି ପିଜୁଳି ପତ୍ର ନେଇ ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ତା ପରେ ତାର ରସ ବାହାର କରନ୍ତୁ । ଏହା ପରେ ତୁଳା ନେଇ କିଛି ହଳଦୀ ମିଶାନ୍ତୁ । ପରେ ଦାନ୍ତ ଯେଉଁ ଠାରେ ବିନ୍ଧା ହେଉଥିବା ସେଠାରେ ଚାପି ରଖନ୍ତୁ ।

୩୦ ମିନିଟ ଯାଏଁ ଏମିତି ରଖନ୍ତୁ । ଯଦି ଆପଣଙ୍କର ପାଇରିଆ ଭଳି ସମସ୍ଯା ଅଛି ତେବେ ଏଥିରେ ସାମାନ୍ୟ ଲୁଣ ଓ ସୋରିଷ ତେଲ ମିଶ୍ରଣ କରି ମାଢି ରେ ଆଙ୍ଗୁଳି ସାହାଯ୍ୟରେ ମଶାଚ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ପାଇରିଆ ଭଳି ସମସ୍ଯା ଦୁର ହୋଇଯିବ । ଦ୍ଵିତୀୟ ରେମେଡି କୁ ବନାଇବା ପାଇଁ ଆପଣ ପ୍ରଥମେ ଏକ ପାତ୍ର ରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ । ପାଣି ଗରମ ହେବା ପରେ ପୂର୍ବରୁ ଧୋଇ କି ରଖିଥିବା ୪ଟି ପିଜୁଳି ପତ୍ର ପକାନ୍ତୁ ।

ଏବେ ଆପଣ ପାଣିରେ ୪ରୁ ୫ଟି ଲବଙ୍ଗ ପକାନ୍ତୁ ଯାହା ଦାନ୍ତ ବିନ୍ଧା ଦୂର କରିବାରେ ସାହାଜ୍ଯ କରେ । ପିଜୁଳି ପତ୍ର ର ରସ ଓ ଲବଙ୍ଗ ଭଲ ଭାବେ ଫୁଟିବା ପରେ ଏହାକୁ ଛାଣି ଦିଅନ୍ତୁ । ଆପଣ ଏଥିରେ ଚିମୁଟାଏ ଫିଟିକରି ପାଉଡର ବା ଲୁଣ ମିଶ୍ରଣ କରନ୍ତୁ । ଆପଣ ଏହି ପାଣି କୁ କୁଳି କରି ପାଟି ରେ ରଖି ଏମିତି ବାରମ୍ବାର କରନ୍ତୁ । ଏମିତି ୫ ମିନିଟ ଯାଏଁ ଏହି ପାଣିରେ କୁଳି କରନ୍ତୁ । ତା ପରେ ତୁଳାରେ ହଳଦୀ ମିଶାଇ ଏହାକୁ ଦାନ୍ତ ଚାପି ରଖନ୍ତୁ ।

ଏହି ରେମେଡି ପ୍ରୟୋଗ କରିବା ର ଅଧ ଘଣ୍ଟା ଯାଏଁ  କିଛି ଖାଆନ୍ତୁ ନାହି ପିଅନ୍ତୁ ନାହି । ଯଦି ଏହି ରେମେଡି ତିଆରି କରିବାକୁ ସମୟ ନାହି ତେବେ ୨ଟି ପିଜୁଳି ପତ୍ର କୁ ଏହାକୁ ଭଲ ଭାବେ ଚୋବାନ୍ତୁ । ସେଥିରୁ ବାହାରୁ ଥିବା ରସକୁ ଦାନ୍ତ ରେ କିଛି ସମୟ ଲାଗି ରହିବାକୁ ଦିଅନ୍ତୁ । ପିଜୁଳି ପତ୍ର ରସ ସେବନ କରିଲେ କିଛି କ୍ଷତି ହେବ ନାହି । ମାତ୍ର ୨ ରୁ ୩ ଦିନ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *