Beauty Tips- ଚେହେରାରେ ଯେତେ ବି ପୁରୁଣା ଦାଗ ଓ ଚିହ୍ନ ଥାଉ ନା କାହିଁକି ବାସ ଏହି ଉପାୟ କରନ୍ତୁ, କାଚ ପରି ଚମକିବ ଚେହେରା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କର ଇଛା ଯେ ସେମାନେ ଏକ ସୁନ୍ଦର ଓ ଗ୍ଲୋଇଙ୍ଗ ଚେହେରା ନିଜର ବନାଇବେ । ତେବେ ବିଭିନ୍ନ ପ୍ରକାର କାରଣରୁ ମୁହଁରେ ବ୍ରଣ ହୋଇ ଅନେକ ପ୍ରକାର କଳାଦାଗ ହୋଇଯାଇଥାଏ । ତେବେ ଯଦି ସେହି ସବୁ କଳା ଦାଗ ହଟାଇ ମୁହାଁକୁ ଦାଗମୁକ୍ତ, ରୀଙ୍କଲ ଫ୍ରୀ, ଚମକଦାର ଓ ସଫା କରିବାକୁ ଚାହୁଁଥାନ୍ତି । ତେବେ ଏହି ଘରୋଇ ଉପାୟକୁ ନିହାତି ଭାବରେ କରନ୍ତୁ ।

ଏହି ଉପାୟକୁ କରିବା ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି । ସେହି ସବୁ ସାମଗ୍ରୀ ସଂପୂର୍ଣ୍ଣ ପ୍ରାକୃତିକ ଅଟେ । ତେଣୁ ଏହି ଉପାୟକୁ ନିଜ ମୁହାଁରେ ପ୍ରୟୋଗ କରିବା ଦ୍ଵାରା କୌଣସି ପ୍ରକାର ସାଇଡ ଇଫେକ୍ଟ ଚେହେରାରେ ଆସିନଥାଏ । ତେଣୁ ସେହି ସାମଗ୍ରୀ ଗୁଡିକ ହେଉଛି ହଳଦୀ, ବେସନ, ଆଳୁ, ଗୋଲାପ ଜଳ ଓ ମହୁ ।

ଆପଣ ପ୍ରଥମେ ୧ ଆଳୁକୁ ଆଣି ତାହାର ଚୋପାକୁ ଛଡାଇ ତାହାକୁ ଟିକି କରି କାଟି ଗ୍ରେଡ କରି କିମ୍ବା ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ତାହାକୁ ହାତରେ ବା ଏକ ପତଳା କପଡା ସାହାଜ୍ଯରେ ଚୁପୁଡି ତାହାର ରସ ବାହାର କରନ୍ତୁ । ଅନ୍ୟ ଏକ ପାତ୍ରରେ ୧ ଚାମଚ ବେସନ ଗୁଣ୍ଡ, ଛୋଟ ଚାମଚରେ ଅଧ ଚାମଚ ହଳଦୀ ରଖନ୍ତୁ । ସେଥିରେ ଅଧ ଚାମଚ ଗୋଲାପ ଜଳ ମିଶାନ୍ତୁ ।

ତାପରେ ଅଧ ଚାମଚ ମହୁ ମିଶାନ୍ତୁ । ତାପରେ ଆଳୁ ରସରୁ ୨ ଚାମଚ ଆଣି ଏହି ଏହି ସବୁ ସାମଗ୍ରୀ ଥିବା ପାତ୍ରରେ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ତାପରେ ଆପଣଙ୍କର ବହୁତ ସୁନ୍ଦର ଘରୋଇ ରେମିଡି ପ୍ରସ୍ତୁତ ହୋଇଯିବ । ଆପଣ ଏହାକୁ ଯେତେବେଳେ ନିଜ ଫେସରେ ଲଗାଇବେ । ସେତେବେଳେ ନିଜ ଫେସକୁ ଭଲ ଭାବରେ ଧୋଇ ଦେବେ ।

ତାପରେ ପ୍ରସ୍ତୁତ କରିଥିବା ରେମିଡିକୁ ମୁହଁ ତଥା ଯଦି ଚାହିଁବେ ବେକ, ହାତ, ପାଦରେ ମଧ୍ୟ ଲଗାଇପାରିବେ । ତାପରେ ଏହାକୁ ୧୦ ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ସାଧାରଣ ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଧୋଇବା ସମୟରେ ମୁହଁକୁ ହାତ ସାହାଜ୍ଯରେ ଭଲ ଭାବରେ ଘଷି ଘଷି ସଫା କରନ୍ତୁ ।

ଯାହା ଦ୍ଵାରା ମୁହଁରେ ଥିବା ଧୁଳି, ମଇଳା ସବୁ ସବୁ ବାହାରିବା ସହ ଦାଗ, ଚିହ୍ନ ଦୂର କରିବ । ମୁହଁ ସଂପୂର୍ଣ୍ଣ ଭାବରେ କ୍ଳିନ ଓ କ୍ଲିୟର ହେବା ସହିତ ଚେହେରା ସଫା, ସୁନ୍ଦର ଓ ଚମକଦାର ହୋଇଯିବ । ଆପଣ ଏହାକୁ ସପ୍ତାହରେ ୨ ରୁ ୩ ଥର ମଧ୍ୟ କରିପାରିବେ । ଆପଣ ଏହାକୁ ଦିନର କୌଣସି ସମୟରେ ବି ବ୍ୟବହାର କରିପାରିବେ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *