ମୃତ୍ୟୁ ପରେ ୧୩ ଦିନ କାହିଁକି ପାଳନ କରାଯାଏ ? ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତି ଦିନେ ନା ଦିନେ ମୃତ୍ୟୁବରଣ କରିବ । ବ୍ୟକ୍ତି ମୃତ୍ୟୁ ପରେ ଯମଲୋକକୁ ଯାଇଥାଏ ସତ କିନ୍ତୁ ସେଠାରେ ସେ ଯାଇ ଯମରାଜାଙ୍କୁ ଦର୍ଶନ କରିଥାଏ । ପୁନଶ୍ଚ ଯମରାଜାଙ୍କ ଆଦେଶରେ ସେହି ଆତ୍ମା ତା’ ର ଘରକୁ ଫେରିଆସିଥାଏ । ସେହି ଘର ଆଖପାଖରେ ସେ ଭ୍ରମଣ କରିଥାଏ । ସେହି ମୃତ ବ୍ୟକ୍ତିର ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମକୁ ସେହି ଆତ୍ମା ଜଣଙ୍କ ପ୍ରାପ୍ତ କରିଥାଏ ।

ସେଥିପାଇଁ ମୃତ୍ୟୁ ଦିନ ଠାରୁ ଆରମ୍ଭ କରି ୧୩ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମକୁ ଠିକ ଭାବରେ କରାଯାଇଥାଏ । ନଚେତ ଆତ୍ମାକୁ ଶାନ୍ତି ମିଳିନଥାଏ । ମୃତ୍ୟୁର ୧୩ ଦିନରେ କଣ ପାଇଁ ବ୍ରାହ୍ମଣ ଭୋଜନର ବ୍ୟବସ୍ତା କରାଯାଇଥାଏ ? ଲୋକମାନେ ଚାହିଁଲେ ଯେତେ ସମ୍ଭବ ସେତିକି ବ୍ରାହ୍ମଣଙ୍କର ଭୋଜନ କରାଇବେ।  ଶାସ୍ତ୍ର ଅନୁସାରେ ଏହି କଥାର ଯଥାର୍ଥତା ପ୍ରମାଣ ମଧ୍ୟ ରହିଛି ।

ଯେ ୧୩ ଦିନ ୧୩ ଜଣ ବ୍ରାହ୍ମଣ ଭୋଜନ କରିବେ ।  କାରଣ ଯେଉଁ ଲୋକର ମୃତ୍ୟୁ ହୋଇଥାଏ । ସେହି ମୃତ ବ୍ୟକ୍ତିକୁ ଯମଲୋକ ଯିବା ପାଇଁ ପୁରା ୧ ବର୍ଷ ବା ୩୬୫ ଦିନ ସମୟ ଲାଗିଥାଏ । ସେଥିପାଇଁ ୧୩ ଦିନ ବ୍ରାହ୍ମଣ ମାନେ ଖାଇବା ଦ୍ଵାରା ମୃତ ବ୍ୟକ୍ତିକୁ ଯମଲୋକ ଯିବା ବାଟରେ ଖାଇବାକୁ ମିଳିଥାଏ।

କଥାରେ ଅଛି ଜଣେ ବ୍ରାହ୍ମଣ ଭୋଜନ କରିବା ଦ୍ଵାରା ସେହି ମୃତ ବ୍ୟକ୍ତି ଯମଲୋକ ଯିବା ବାଟରେ ୧ ମାସର ଭୋଜନ ବ୍ୟବସ୍ତା ହୋଇଯାଇଥାଏ । ତେଣୁ ଏହିପରି ଭାବରେ ୧୩ ଜଣ ବ୍ରାହ୍ମଣ ଭୋଜନ କରିଲେ । ମାସ ମାସ କରି କେତେ ମାସ ଭୋଜନର ସୁବିଧାରେ ବନ୍ଦବସ୍ତ ମୃତ ବ୍ୟକ୍ତି ପାଇଁ ହୋଇଯାଇଥାଏ । ଏହା ସହିତ ସେହି ମୃତ ବ୍ୟକ୍ତି ବଞ୍ଚିଥିବା ସମୟରେ ଯେଉଁ ସବୁ ଦାନ ଧର୍ମ କାର୍ଯ୍ୟ କରିଥାଏ ।

ସେଥିପାଇଁ ମଧ୍ୟ ମୃତ ବ୍ୟକ୍ତିର ଯମଲୋକ ଯିବା ବାଟରେ ଖାଦ୍ୟର ବନ୍ଦବସ୍ତ ହୋଇଯାଇଥାଏ । ଯେଉଁ ମୃତ ଲୋକଙ୍କର ସନ୍ତାନ ବା ଅନ୍ୟ କେହି ଲୋକ ବ୍ରାହ୍ମଣ ଭୋଜନର ବନ୍ଦୋବସ୍ତ କରାଇନଥାନ୍ତି । ତେବେ ସେହି ମୃତ ବ୍ୟକ୍ତିର ଯଦି ଧର୍ମ କର୍ମ ସେତେ ନଥାଏ । ତେବେ ସେହି ବ୍ୟକ୍ତିକୁ ଯମଲୋକ ଯିବା ସମୟରେ ଖାଦ୍ୟ ଖାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ ।

ଏହା ସହିତ ଯମଦୂତ ମାନେ ସେହି ମୃତ ବ୍ୟକ୍ତିକୁ ଘୋଷାଡ଼ି ଘୋଷାଡ଼ି ଯନ୍ତ୍ରଣା ଦେଇ କରି ନେଇଯାଇଥାନ୍ତି । ତେଣୁ ଏହି ସବୁ କଥା ଅନୁସାରେ ମୃତ ବ୍ୟକ୍ତିର ୧୩ ଦିନ ୧୩ ବ୍ରାହ୍ମଣଙ୍କର ଭୋଜନ କରାଯିବାର ବ୍ୟବସ୍ତା କରାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *