ଆପଣ ସମସ୍ତେ ଡ୍ରାଏ ଫୃଟ୍ସ ତ ଖାଆନ୍ତି, କିନ୍ତୁ କଣ ଆପଣ ଏହାକୁ ଖାଇବାର ସଠିକ ଉପାୟ ଓ ସମୟ ଜାଣିଛନ୍ତି ? ଡ୍ରାଏ ଫୃଟ୍ସ ଖାଉଥିଲେ ନିଶ୍ଚୟ ଦେଖନ୍ତୁ (Health Tips)

ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗୁଡ଼ିକ ମଧ୍ୟରେ ଡ୍ରାଏ ଫ୍ରୁଟସ୍ ର ଉପକାରିତା ଅତୁଳନୀୟ । ସେଥିରେ ଥିବା ଫ୍ଯାଟ୍ ଆମ ଶରୀରକୁ କୌଣସି କ୍ଷତି କରେ ନାହିଁ । ଡ୍ରାଏ ଫ୍ରୁଟସ୍ ରେ ଥିବା କ୍ୟାଲୋରୀ ଓ ପ୍ରାକୃତିକ ଶର୍କରା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ ଅଟେ । ତେବେ ଆଜି ଆମେ ଆପଣଙ୍କୁ କେଉଁ ଡ୍ରାଏ ଫ୍ରୁଟସ୍ କେଉଁ ସମୟରେ, କେତେ ପରିମାଣରେ ଓ କିପରି ଖାଇବା ଦ୍ଵାରା ଅଧିକ ଲାଭ ମିଳିଥାଏ, ସେହି ବିଷୟରେ ଜଣାଇବୁ ।

ଡ୍ରାଏ ଫ୍ରୁଟସ୍ ରେ ଆଇରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ଅନେକ ମିନେରାଲ ରହିଛି । ଏହା ବ୍ୟତୀତ ଏଥିରେ ଓମେଗା-୩, ଫ୍ଯାଟି ଏସିଡ୍ ଓ ଅନସାଚୁରେଟେଡ୍ ଫ୍ଯାଟ୍ ଭଳି ଭିଟାମିନ, ଫାଇବର୍ ଓ ଫ୍ୟାଟ୍ ମହଜୁଦ ରହିଥାନ୍ତି । ଏହି ଫ୍ୟାଟ୍ ଗୁଡ଼ିକ ଆମ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇ ଥାଆନ୍ତି ଓ ମିନେରାଲ ଏବଂ ଭିଟାମିନ ମଧ୍ୟ ଶରୀରକୁ ଅଲଗା ଅଲଗା କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାନ୍ତି ।

ନିଃସନ୍ଦେହ ଡ୍ରାଏ ଫ୍ରୁଟସ୍ ଆମ ଶରୀର ପାଇଁ ଖୁବ୍ ଲାଭଦାୟକ, ମାତ୍ର ଆବଶ୍ୟକ ଠାରୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏହା କ୍ଷତିକାରକ ମଧ୍ୟ ହୋଇପାରନ୍ତି । ଯେଉଁ ଡ୍ରାଏ ଫ୍ରୁଟସ୍ ରେ ଅଧିକ ପରିମାଣରେ ଭିଟାମିନ ଓ ମିନେରାଲ ରହିଛି ସେଗୁଡିକ ରାତିରେ ଖାଆନ୍ତୁ ଓ ଯେଉଁ ଡ୍ରାଏ ଫ୍ରୁଟସ୍ ପାଚନ କ୍ରିୟାରେ ସାହାଯ୍ୟ କରନ୍ତି ସେଗୁଡିକୁ ରାତିରେ ଖାଆନ୍ତୁ । ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ କେଉଁ ଡ୍ରାଏ ଫ୍ରୁଟସ୍ ଖାଇବେ ।

ସମସ୍ତେ ଦିନ ସାରା କାର୍ଯ୍ୟ ବ୍ୟସ୍ତ ରୁହନ୍ତି ଓ ଶାରୀରିକ ଏବଂ ମାନସିକ ପରିଶ୍ରମ କରିବାକୁ ପଡେ । ଏପରି କ୍ଷେତ୍ରରେ ଆଲମଣ୍ଡ ବା ବାଦାମକୁ ସକାଳ ସମୟରେ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ-ଇ ଓ ମ୍ଯାଗନିଜ୍ ଇମ୍ଯୁନ୍ ସିଷ୍ଟମକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ ଓ ଶରୀରକୁ ସଂକ୍ରମଣରୁ ରକ୍ଷା କରେ । ବାଦାମ ଦ୍ବାରା ଆମ ଶରୀର ସୁସ୍ଥ ଓ ସୁନ୍ଦର ରୁହେ, ସେଥିପାଇଁ ବାଦାମ ଖାଇବା ପାଇଁ ସକାଳ ସମୟ ଲାଭଜନକ ଅଟେ । ରାତିରୁ ବାଦାମ ପାଣିରେ ଭିଜାଇ ରଖନ୍ତୁ ଓ ସକାଳୁ ଏହାକୁ ଚୋପା ଛଡ଼ାଇ ଖାଆନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେ ପ୍ରତିଦିନ ୫-୬ଟି ବାଦାମ ଖାଇବା ଉଚିତ୍ ।

ସେହିପରି କାଜୁ ଓ ପିସ୍ତା ପରି ଡ୍ରାଏ ଫ୍ରୁଟସ୍ କୁ ସନ୍ଧ୍ୟା ସମୟରେ ଖାଇବା ଉତ୍ତମ ହୋଇଥାଏ । ଏହା ଆପଣଙ୍କୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ଓ ଧୈର୍ଯ୍ୟ ଶକ୍ତି ବୃଦ୍ଧି କରିଥାଏ ଯାହା ଆପଣଙ୍କ ଦିନ ସାରା କାର୍ଯ୍ୟ ବ୍ୟସ୍ତତା ପରେ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ପାଟିରେ ଥିବା ବ୍ୟାକ୍ଟେରିଆଙ୍କୁ ନଷ୍ଟ କରି ଦାନ୍ତ ପୋକ କାଟିବାରୁ ରକ୍ଷା କରନ୍ତି । ଏଥିରେ ଥିବା ମ୍ୟାଗନିଜ୍ ରକ୍ତଚାପ ଓ ମାଂସପେଶୀୟ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରେ । ପିସ୍ତା ହୃଦୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ।

ଅଖରୋଟ, କିସମିସ୍ ଓ ଖଜୁରୀ ଏହି ତିନୋଟି ଡ୍ରାଏ ଫ୍ରୁଟସ୍ ପାଚନ କ୍ରିୟାକୁ ଠିକ୍ ରଖିବାରେ ସାହାଯ୍ୟ କରନ୍ତି । ଏଥିରେ ଓମେଗା-୩ ଓ ଫ୍ଯାଟି ଏସିଡ୍ ମହଜୁଦ ଥାଏ ଓ କିସମିସ୍ ରେ ଫାଇବର ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଅଖରୋଟରେ ଥିବା ଭିଟାମିନ ଓ ମିନେରାଲ ରାତି ସାରା ଆମ ଶରୀରର କୋଷଗୁଡ଼ିକୁ ଠିକ୍ କରିବାରେ ସାହାଯ୍ୟ କରେ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରେ । ସେଥିପାଇଁ ଏହି ଡ୍ରାଏ ଫ୍ରୁଟସ୍ କୁ ରାତିରେ ଖାଇବା ଲାଭଦାୟକ ହୋଇଥାଏ । ଦୁଇଟି କିସମିସ୍ ସହ ଗୋଟିଏ ଖଜୁରୀ ଓ ୩-୪ଟି ଅଖରୋଟକୁ ରାତିରେ ଖାଇବା ଦ୍ଵାରା ଆପଣ ଏହାର ଲାଭ ପାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *