ଭଗବାନଙ୍କ ସାମ୍ନାରେ କାନ୍ଦିଲେ କଣ ହୋଇଥାଏ ? Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ପ୍ରାଚୀନ ପୁରାଣ ଶାସ୍ତ୍ର ଅନୁସାରେ ଆରମ୍ଭ ରେ ଏହି ବ୍ରହ୍ମାଣ୍ଡ ଶୂନ୍ୟ ଥିଲା ଏବଂ ଚାରିଆଡ଼େ କେବଳ ଅନ୍ଧକାରମୟ ଥିଲା । ଦିନେ ହଠାତ ଏକ ବିଶାଳ ଶିବଲିଙ୍ଗ ର ପ୍ରକଟ ହୋଇଥିଲା ଏବଂ ଏହାଦ୍ବାରା ସମ୍ପୂର୍ଣ୍ଣ ସଂସାର ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା ।

ଏହା ସହିତ ସଂସାର ରେ କିଛି ପଦାର୍ଥ ର ଆବିଷ୍କାର ହେଲା । ଜଳ, ଧାତୁ, ଅଗ୍ନି ଏବଂ ବାୟୁ । ଏହି କାରଣରୁ କୁହାଯାଏ ଯେ,ସଂସାର ର ସମସ୍ତ ପଦାର୍ଥ ରେ ଭଗବାନ ଶିବ ଙ୍କ ବାସ ରହିଛି । ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି । ବନ୍ଧୁଗଣ ଯେବେବି ଆପଣ ପୂଜା କରନ୍ତି ଏବଂ ଈଶ୍ୱର ଙ୍କ ଆରାଧନା କରନ୍ତି, ସେହି ସମୟରେ ଆପଣଙ୍କ ଅନ୍ତର ଆତ୍ମା ଈଶ୍ୱର ଙ୍କ ହୃଦୟ ସହିତ ଜଡ଼ିତ ହୋଇଯାଏ ।

ଈଶ୍ୱର ଙ୍କ ଆରାଧନା କରୁଥିବା ସମୟରେ ସମ୍ପୂର୍ଣ୍ଣ ବାତାବରଣ କେବଳ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ସମସ୍ତ ଦୁଃଖ ଦୁର ହୁଏ । ସର୍ବବ୍ୟାପୀ ଈଶ୍ୱର ଙ୍କ ଆରାଧନା କରିବା ସମୟରେ ଈଶ୍ୱର କିଛି ସଂକେତ ଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଜାଣିବା ।

୧. ପ୍ରଥମ ରେ ହେଉଛି ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱର ଙ୍କ ଭକ୍ତି ରେ ଲୀନ ହୋଇଯାଆନ୍ତି ଏବଂ ଆପଣଙ୍କ ଆଖି ରୁ ଲୁହ ବାହାରେ ତେବେ ଏହାର ଅର୍ଥ ଆପଣଙ୍କ ଅନ୍ତର ଆତ୍ମା ର ମିଲନ ଈଶ୍ୱର ଙ୍କ ସାଥିରେ ହୋଇ ସାରିଛି । ଏହି ସମୟରେ ଆପଣ ଈଶ୍ୱର ଙ୍କୁ ନିଜର ମନୋକାମନା ନିଶ୍ଚିତ ଭାବରେ କୁହନ୍ତୁ । ତାହା ଅବଶ୍ୟ ପୂର୍ଣ ହେବ । ପ୍ରାୟତଃ ବ୍ୟକ୍ତି ଅଛନ୍ତି ଏହାକୁ ସଂଯୋଗ ଭାବି ନିଅନ୍ତି ଏବଂ ଈଶ୍ୱର ଙ୍କ ଭକ୍ତି ରେ ଲୀନ ହୋଇ ଯାଆନ୍ତି ।

କିନ୍ତୁ ଆପଣ ଏହି ସମୟରେ ନିଜ ମନରେ ଥିବା ଦୁଃଖ କଷ୍ଟ କୁ ଅବଶ୍ୟ ଈଶ୍ୱର ଙ୍କୁ କୁହନ୍ତୁ । ଏହା ସହିତ ଆପଣଙ୍କ ଆଖି ରୁ ଲୁହ ବାହାରିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି ଏବଂ ତାହା ହେଉଛି, ଆପଣଙ୍କ ମନରେ ଥିବା କୁବିଚାର ଦୁର ହେବାକୁ ଲାଗୁଛି । ଏହି ସମୟରେ ଆପଣଙ୍କ ସମସ୍ତ ପ୍ରାର୍ଥନା ର ଫଳ ପ୍ରାପ୍ତ ହୋଇଥାଏ ।

୨. ଦ୍ଵିତୀୟ ରେ ହେଉଛି ଅଗ୍ନି ଜ୍ୟୋତି ର ବଢ଼ିବା । ଅଗ୍ନି ପାଞ୍ଚ ତତ୍ତ୍ୱ ମଧ୍ୟରୁ ଏକ ଅଟେ । ଏଥିରେ ଭଗବାନ ଶିବ ଙ୍କ ବାସ ରହିଥାଏ । ଯଦି ଆପଣ ପୂଜା କରୁଥିବା ସମୟରେ ଅଗ୍ନି ଜ୍ୟୋତି ବଢ଼ିବାରେ ଲାଗିଥାଏ ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି ଏବଂ ତାଙ୍କ କୃପାଦୃଷ୍ଟି ଆପଣଙ୍କୁ ଅବଶ୍ୟ ଲାଭ ହେବ । ତେଣୁ ଏହି ସମୟରେ ଈଶ୍ୱର ଙ୍କୁ ସତ ମନରେ ଆରାଧନା କରନ୍ତୁ ଏବଂ ନିଜର ମନୋକାମନା ଈଶ୍ୱର ଙ୍କ ପାଖରେ ରଖନ୍ତୁ ।

୩. ତୃତୀୟରେ ହେଉଛି ପୂଜା କରୁଥିବା ସମୟରେ ଧୂପକାଠି ରୁ ବାହାରୁ ଥିବା ଧୂଆଁ ଯଦି ଇଷ୍ଟଦେବ ଙ୍କ ଆଡ଼କୁ ଗତି କରୁଛି ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି ଏବଂ ସେ ଆପଣଙ୍କ ପୂଜା କୁ ସ୍ୱୀକାର କରିଛନ୍ତି ।

୪. ଚତୁର୍ଥ ରେ ହେଉଛି ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱର ଙ୍କ ମୁଣ୍ତ ଉପରେ ଚଢା ହୋଇଥିବା ଫୁଲ ଆପଣଙ୍କ ଉପରେ ପଡ଼ିଥାଏ ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ବହୁତ ଶୀଘ୍ର ଆପଣଙ୍କୁ ଈଶ୍ୱର ଙ୍କ କୃପାଦୃଷ୍ଟି ଲାଭ ହେବ ଏବଂ ଆପଣଙ୍କୁ ନିଜ ଭକ୍ତି ର ଉଚିତ ଫଳ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *