ଚା’ ପିଉଥିବା ଲୋକ ଏହି 2 ଟି ଭୁଲ ଜମା କରିବେନି, ନଚେତ ପରେ କେହି ବଞ୍ଚେଇ ପାରିବେନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚା’ କୁ ବହୁତ ଲୋକ ପିଇବାକୁ ପସନ୍ଦ କରିଥାନ୍ତି । କାରଣ ଯେଉଁ ବ୍ୟକ୍ତିର ଚା’ ପିଇବା ଅଭ୍ଯାସ ହୋଇଯାଇଥିବ। ତେବେ ସେ ବିନା ଚା’ ରେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ପସନ୍ଦ କରିନଥାଏ । ଯେତେବେଳେ ବ୍ୟକ୍ତି ଚା’ ପିଇଥାଏ । ସେତେବେଳେ ଚା’ ରେ ଥିବା ଏମୀନୋ ଏସିଡ ବ୍ୟକ୍ତିର ଶରୀରକୁ ସକ୍ରିୟ କରାଇ ଦେଇଥାଏ । ଯାହା ଦ୍ଵାରା ବ୍ୟକ୍ତି ସତେଜ ଓ ଫୁର୍ତ୍ତି ଅନୁଭବ କରିଥାଏ ।

ଚା’ ରେ ଥିବା ଆଣ୍ଟି ଅକ୍ଷିଡେଣ୍ଟ ଇମ୍ମ୍ଯୁନ ସିଷ୍ଟମକୁ ଠିକ ରଖିଥାଏ । ଚା’ ରେ ମହଜୁଦ ଥିବା ଫ୍ଲୁରାଇଡ ଦାନ୍ତକୁ ମଜଭୁତ କରିଥାଏ । ଏହା ସହିତ ଦାନ୍ତରେ ପୋକ କାଟିବାକୁ ରୋକିଥାଏ । କେତେ ଗୁଡିଏ ରିସର୍ଚରୁ ଜଣା ପଡିଛି । ଯେ କ୍ୟାନ୍ସର, ହୃଦରୋଗ, ହାଇ କୋଲେଷ୍ଟ୍ରଲ, ଲିଭର ରୋଗ ନହେବା ପାଇଁ ଚା’ ଶରୀର ପାଇଁ ଉପକାରୀ ହୋଇଥାଏ ।

ଚା’ ର ସେବନ ଦ୍ଵାରା ବ୍ୟକ୍ତିକୁ ଯେତେ ଉପକାର ମିଳିଥାଏ । ସେତେ ମଧ୍ୟ ଚା’ ର ସେବନ ଦ୍ଵାରା ଶରୀରରେ ଅପକାର ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ ଯେଉଁ ବ୍ୟକ୍ତି ଚା’ ସେବନ କରିଥାଏ । ବ୍ୟକ୍ତିର ପେଟରେ ଖାଦ୍ୟକୁ ହଜମ କରିବାକୁ ବାହାରୁଥିବା ଗ୍ଯାସଟ୍ରିକ ଏସିଡର କ୍ଷରଣ କୁ ଧୀରେ ଧୀରେ କରି ବନ୍ଦ କରିଦେଇଥାଏ ।

ଏହା ସହିତ ପେଟରେ ଗ୍ଯାସ ସୃଷ୍ଟି ହୋଇଥାଏ । ଯାହା ଦ୍ଵାରା ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହୋଇବା ସହ କୋଷ୍ଟକାଠିନ୍ୟ ଭଳି ସମସ୍ଯା ସୃଷ୍ଟି ହୋଇଥାଏ । ଚା’ ସେବନ କରିବା ଦ୍ଵାରା ବ୍ୟକ୍ତିର ଭୋକ ମଧ୍ୟ ମରିଯାଇଥାଏ । ଯେଉଁ ବ୍ୟକ୍ତି ଦିନକୁ ୪ ରୁ ୫ କପ ଚା’ର ସେବନ କରୁଥାଏ । ସେହି ବ୍ୟକ୍ତିର ନିଦ ଭଲ ନହେବାର ବହୁତ ଅଧିକ ସମ୍ଭାବନା ରହିଥାଏ ।

ଯେଉଁ ବ୍ୟକ୍ତି ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଚା’ ର ସେବନ କରିଥାଏ । ସେହି ବ୍ୟକ୍ତିର ଶରୀରରେ ଆଇରନର ମାତ୍ରା କମିଯାଇଥାଏ ।  ଯାହା ଦ୍ଵାରା ରକ୍ତ ସୃଷ୍ଟି ହେବାରେ ଅସୁବିଧା ହେବା ସହ ବ୍ୟକ୍ତିର ଏନିମିଆ ରୋଗ ହେବାର ଆଶଙ୍କା ରହିଥାଏ । ଚା’ ରେ ଥିବା କାଫିନ ନାମକ ପଦାର୍ଥ ବ୍ୟକ୍ତିର ବ୍ଲଡ଼ପ୍ରେସରକୁ ବଢାଇ ଦେଇଥାଏ ।

ଯେଉଁ ମାନଙ୍କର ହାଇ ବ୍ଲଡ଼ପ୍ରେସର ଥିବ । ସେମାନଙ୍କୁ ଭୁଲ୍ ରେ ମଧ୍ୟ ଚା’ ର ସେବନ କରିବା ଅନୁଚିତ । ଚା’ କରି ସାରିଲା ପରେ ସେଥିରେ ବଳିଥିବା ଚାହାପତିରେ ବାରମ୍ବାର ଯଦି ଚା’ ପ୍ରସ୍ତୁତ କରି ସେବନ କରିବେ । ତେବେ ସେହି ଚା’ ଜହର ସଦୃଶ ହୋଇଯାଇଥାଏ । ତେଣୁ ବାରମ୍ବାର ସେହି ଚାହାପତି ବ୍ଯବହାର କରି ଚା’ ପ୍ରସ୍ତୁତ କରିବା ଅନୁଚିତ ।

ତେବେ ଚା’ ସେବନ କରୁଥିବା ବ୍ୟକ୍ତିକୁ ଏହି ସବୁ ନୀତି ପାଳନ କରିବାକୁ ପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *