କମ କହୁଥିବା ଲୋକଙ୍କ ପାଖରେ ଥାଏ ଏହି 8 ଟି ବିଶେଷ ଗୁଣ ! ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ବହୁତ କିସମର ବ୍ୟକ୍ତି ରହିଥାନ୍ତି । ତାଙ୍କ ମଧ୍ୟରୁ କିଛି କଥା ବହୁତ କହିବାକୁ ପସନ୍ଦ କରିଥାନ୍ତି । ଏହାର ଅପର ପକ୍ଷରେ ଯେଉଁ ଯେଉଁ ମାନେ ଦରକାରରୁ ଅଧିକ କହିବାକୁ ପସନ୍ଦ କରିନଥାନ୍ତି । ଆଜି ଆପଣ କଥା କମ୍ କହୁଥିବା ଲୋକଙ୍କ ପାଖରେ ଥିବା କ୍ଵାଲିଟି ବିଷୟରେ ଜାଣିବାକୁ ପାଇବେ । ଯେଉଁ ମାନେ କି କମ୍ କଥା କହିକି ମଧ୍ୟ ବହୁତ କିଛି କାମ କରି ଦେଖାଇ ଦେଇଥାନ୍ତି ।

ପ୍ରଥମେ କମ୍ କଥା କହୁଥିବା ଲୋକ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କାରଣ ଯେଉଁ ମାନେ କମ୍ କଥା କହିଥାନ୍ତି । ସେମାନେ କଥା କହିବା ଠାରୁ ଅଧିକ କାର୍ଯ୍ୟ ଉପରେ ବିଶ୍ବାସ ରଖିଥାନ୍ତି । ଯେପରି ଭଲ ପାଠ ପଢୁଥିବା ପିଲା ଅଳ୍ପ ସମୟରେ ଯେତିକି ଉତ୍ତର ଲେଖିଥାଏ । ସେତିକିରେ ବହୁତ ଅଧିକ ମାର୍କ ରଖିଥାଏ । କାରଣ ସେମାନେ ଅଳ୍ପ ଶବ୍ଦ ମଧ୍ୟରେ ମଧ୍ୟ ସଠିକ କଥାକୁ କହିଦେଇଥାନ୍ତି ।

ଦିତୀୟରେ ଯେଉଁ ମାନେ ଅଳ୍ପ କଥା କହିଥାନ୍ତି । ସେମାନେ କାହା ଆଗରେ ଏପରି କିଛି କହିନଥାନ୍ତି କି ଯେଉଁ କଥା ପାଇଁ ତାଙ୍କୁ ପଛରେ ପସ୍ତେଇବା ପାଇଁ ପଡିବ । କାରଣ ସେମାନେ ନିଜର ଯେତିକି ଦରକାର ସେତିକି କଥା ହିଁ ଅନ୍ୟ ଆଗରେ ପ୍ରକାଶ କରିଥାନ୍ତି । କାରଣ ବହୁତ ଗପୁଥିବା ଲୋକ ବେଳେବେଳେ  ଜୋସରେ ଆସି ଏପରି କିଛି କଥା ଅନ୍ୟ ଆଗରେ ଶେୟାର କରିଦେଇଥାଏ । ଯାହାକି ସେ ଅନ୍ୟକୁ କହିବା ଟା ଠିକ ନଥିଲା ।

ତୃତୀୟରେ ଯେଉଁ ମାନେ ଅଳ୍ପ କଥା କହିଥାନ୍ତି । ସେମାନଙ୍କୁ ବହୁତ ଅଧିକ ଲୋକ ସମ୍ମାନ କରିଥାନ୍ତି । କାରଣ ସେମାନେ ଏପରି ଜଣେ ବ୍ୟକ୍ତିତ୍ବ ହୋଇଥାନ୍ତି । ସେ ଯେତିକି କଥା ମଧ୍ୟ କହିବେ । ସେହି ସବୁ କଥାର ଥିବା ଶବ୍ଦ ଗୁଡିକର ଓଜନ ବହୁତ ଅଧିକ ଥିବ । ଚତୁର୍ଥରେ ଯେଉଁ ମାନେ କମ୍ କଥା କହିଥାନ୍ତି । ସେମାନେ ତାଙ୍କ ଜୀବନରେ ବହୁତ ଶୀଘ୍ର ସଫଳତା ପାଇଥାନ୍ତି । କାରଣ ସେମାନେ ନିଜର ବହୁ ମୂଲ୍ୟ ସମୟକୁ ଅନ୍ୟ କାହା ସହିତ ଅଯଥା ବାର୍ତ୍ତାଳାପ କରି ସାରିବାକୁ ପସନ୍ଦ କରିନଥାନ୍ତି ।

ପଞ୍ଚମରେ ସେମାନେ ନିଜ ଆତ୍ମ ସମ୍ମାନକୁ ବଞ୍ଚାଇ ରଖିଥାନ୍ତି ।  ଷଷ୍ଠରେ ଯେଉଁ ମାନେ କମ୍ କଥା କହିଥାନ୍ତି । ସେମାନେ ଅନ୍ୟର ଭାବନାକୁ ସେତେ ଅଧିକ ବୁଝିବା ପାଇଁ ସମୟ ପାଇପାରିଥାନ୍ତି । ଯାହା ଦ୍ଵାରା ସେ ଅନ୍ୟ ବ୍ୟକ୍ତିର ସମସ୍ଯାର ସମାଧାନ ବହୁତ ଶୀଘ୍ର କରିଦେଇଥାନ୍ତି ।

ସପ୍ତମରେ କଥା କମ୍ କହୁଥିବା ଲୋକନ୍କୁର କଥା ସମସ୍ତେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଅଷ୍ଟମରେ ଏହି ଲୋକ ମାନଙ୍କର ଅନ୍ୟକୁ ବୁଝିବାର ସକ୍ଷମତା ଏମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ । ତେବେ କମ୍ କଥା କହୁଥିବା ଲୋକଙ୍କ ଠାରେ ଏହି ସବୁ ବୈଶିଷ୍ଟ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *