ବ୍ରେନ ଷ୍ଟ୍ରୋକ କଣ ? ସମୟ ଥାଇ ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ନମସ୍କାର ବନ୍ଧୁଗଣ, ଆମ ମଣିଷ ଶରୀରର ସବୁଠାରୁ ମୁଖ୍ୟ ଅଙ୍ଗ ହୋଇଥାଏ ମସ୍ତିସ୍କ । ଗୋଟିଏ ମଣିଷ ନିଜ ମସ୍ତିସ୍କର ଆଦେଶରେ ସମସ୍ତ କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରକୁ ଆଦେଶ ଦେଉଥିବା ମସ୍ତିସ୍କ ଖରାପ ହୋଇଯିବ ତେବେ ଗୋଟିଏ ମଣିଷ ନିଜର ସ୍ମରଣ ଶକ୍ତି ହରାଇ ବସିବ ଯାହାଦ୍ୱାରା ସେହି ମଣିଷ ପାଗଳ ହୋଇଯାଇଥାଏ । ତେବେ ବ୍ରେନ ଷ୍ଟ୍ରୋକ କଣ ଏହା କେଉଁ ରୋଗ କାହିଁକି ହୁଏ ଏହି ସମସ୍ତ ବିଷୟରେ ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

କାରଣ ଆଜିକାଲି ଏହି ବ୍ରେନ ଷ୍ଟ୍ରୋକ ସମସ୍ୟା ବହୁତ ଅଧିକ ମାତ୍ରାରେ ଦେଖିବା ପାଇଁ ମିଳୁଛି । ଅକ୍ଟୋବର 29 ତାରିଖକୁ ବ୍ରେନ ଷ୍ଟ୍ରୋକ ଦିବସ ଭାବରେ ପାଳନ କରାଜୁଛି । ବ୍ରେନ ଷ୍ଟ୍ରୋକ ବା ମସ୍ତିସ୍କ ଘାତ ଏକ ପାରାଲିସିସ ପ୍ରକାରର ରୋଗ । ମସ୍ତିସ୍କ ଆମ ଶରୀର ସମସ୍ତ ଅଙ୍ଗକୁ ଚଲାଇବାରେ ସାହାର୍ଯ୍ୟ କରିଥାଏ । ମସ୍ତିସ୍କରେ ରହିଥିବା କୋଷ ସର୍ବଦା ଅମ୍ଳଜାନ ଏବଂ ଗ୍ଲିକୋଜ ଉପରେ ନିର୍ଭର କରନ୍ତି ।

ଯଦି କୌଣସି କାରଣ ପାଇଁ ମସ୍ତିସ୍କକୁ ଏହି ଅମ୍ଳଜାନ ଏବଂ ଗ୍ଳୁକୋଜ ମିଳିପାରେ ନାହି ଏବଂ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରେ ନାହିଁ ଏହି ସମସ୍ୟାକୁ ବ୍ରେନ ଷ୍ଟ୍ରୋକ କୁହାଯାଏ ।୫୫ ବର୍ଷ ବୟସ ପରେ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ବଢିଯାଏ । ପୁରୁଷ ମାନଙ୍କ କ୍ଷେତ୍ରରେ ଏହି ବ୍ରେନ ଷ୍ଟ୍ରୋକ ଅଧିକ ଦେଖା ଦେଇଥାଏ ।

ବ୍ଲଡ଼ ପ୍ରେସର, ଡାଇବେଟିସ, ବଢିଥିବା କୋଲେଷ୍ଟ୍ରଲ ଏବଂ ହୃଦୟ ଜନିତ ରୋଗ, ଅଧିକ ମାତ୍ରାରେ ସିଗାରେଟ ଟାଣିବା, ବହୁତ ଅଧିକ ଚିନ୍ତାରେ କରିବା ଇତ୍ୟାଦି ରୋଗ ଯଦି ଆପଣଙ୍କ ଠାରେ ଥାଏ ତେବେ ଆପଣଙ୍କୁ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ବଢିଯାଇଥାଏ । ବ୍ରେନ ଷ୍ଟ୍ରୋକ ମୁଖ୍ୟତ ଦୁଇ ପ୍ରକାରର ।

ରକ୍ତ ଶିରାରେ ଅଧିକ କୋଲେଷ୍ଟ୍ରଲ ଜମିବା କାରଣରୁ ଯଦି ମସ୍ତିସ୍କକୁ ରକ୍ତ ସଂଚାଳନ ହୋଇପାରେ ନାହିଁ ତେବେ ସେହି ଶିରା ସହ ଯଦି ହୋଇଥିବା କୋଷ ଗୁଡିକ ନଷ୍ଟ ହୋଇଯାଇଥାଏ । ଏହାକୁ କୁହାଯାଏ ଇଶ୍ଚିମିକ ଷ୍ଟ୍ରୋକ । ଯଦି ଆପଣଙ୍କ ରକ୍ତ ଶିରା ବା ଧମନୀ ଫାଟିଯାଏ ତେବେ ଏହା ଆଉ ପ୍ରକାର ବ୍ରେନ ଷ୍ଟ୍ରୋକ ହୋଇଥାଏ । ଏହାକୁ ହେମୋରୋଜିକ ଷ୍ଟ୍ରୋକ ବୋଲି କୁହାଯାଏ ।

ଯଦି ଆପଣଙ୍କ ମୁହଁ ବଧିର ହୋଇଯାଏ ତେବେ ଏହା ବ୍ରେନ ଷ୍ଟ୍ରୋକର ଲକ୍ଷଣ ଅଟେ । ଯଦି ଆପଣଙ୍କ ହାତ ଦୁର୍ବଳ ହୋଇଯାଏ,ଝିମ ଝିମ ହେଉଥାଏ ତେବେ ମଧ୍ୟ ଏହା ବ୍ରେନ ଷ୍ଟ୍ରୋକର ଲକ୍ଷଣ ଅଟେ । ଯଦି ଆପଣ ଏହି ସବୁ ଲକ୍ଷଣ ଦେଖନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ରେନ ଷ୍ଟ୍ରୋକର ନିରାକରଣ ପାଇଁ ବ୍ଲଡ଼ ପତଳା କରିବାର ମେଡ଼ିସିନ ଦେଇଥାନ୍ତି ଡାକ୍ତର, ଫିଜିଓ ଥେରାପି ମଧ୍ୟ ଦିଆଯାଇଥାଏ । ବିଭିନ୍ନ ପ୍ରକାର ଯୋଗ ବୟାମ କରି ଆପଣଙ୍କୁ ଆପଣଙ୍କ ମାନସିକ ଚିନ୍ତା ଦୂର କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *