Garuda Puran- ମୃତ୍ୟୁ ର ଅନ୍ତିମ ସମୟରେ ମନୁଷ୍ୟକୁ କଣ କଣ ଦେଖାଯାଏ ?

ବନ୍ଧୁଗଣ ମୃ-ତ୍ୟୁ ଦୁନିଆର ଏମିତି ଏକ ସତ୍ୟ ଯାହା ପାଇଁ ବ୍ୟକ୍ତିକୁ ଭୟ ଲାଗିଥାଏ । କିନ୍ତୁ ମଣିଷ ଏହା ବିଷୟରେ ଜାଣିବା ପାଇଁ ଆଗ୍ରହୀ ଅଧିକ ହୋଇଥାଏ । ମୃ-ତ୍ୟୁ ନିକଟତର ହେବା ପରେ ମଣିଷକୁ କଣ କଣ ଦେଖାଯାଏ ବା ଅନୁଭବ ହୋଇଥାଏ  ତାହା ଜାଣିବାକୁ ଅନେକ ଲୋକ ଚେଷ୍ଟା କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ମୃ-ତ୍ୟୁ ର ଅନ୍ତିମ ସମୟରେ ମଣିଷକୁ କଣ କଣ ଦେଖା ଯାଇଥାଏ ।

ପୂରଣ ଅନୁଯାୟୀ ମଣିଷକୁ ଅନେକ ମାସ ପୂର୍ବରୁ ଅନୁଭବ ହୋଇଥାଏ କି ସେ ଆଉ ଦୁନିଆରେ ରହିବ ନାହି । ଏହି କାରଣରୁ ମଣିଷ ନିଜର ପରିଜନଙ୍କୁ ସଂକେତ ଦେବାକୁ ଚେଷ୍ଟା କରିଥାଏ । କିନ୍ତୁ ଅଜ୍ଞାନତା କାରଣରୁ ପରିଜନ ତାଙ୍କ କଥା ବୁଝିପାରନ୍ତି ନାହି । ମୃ-ତ୍ୟୁ ପୂର୍ବରୁ ମଣିଷର ଶରୀର ଠିକ ଭାବେ କାମ କରେ ନାହି । ଏହା ସହ ଯକ୍ତିକୁ ସ୍ଵାଦ ଜଣା ପଡେ ନାହି ।

ଏହା ଛଡା କଥା କହିବାରେ ବହୁତ କଷ୍ଟ ହୋଇଥାଏ । ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତିକୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଆଲୋକ ଦେଖାଯିବା ବନ୍ଦ ହୋଇଯାଏ । ଏହା ସହ ମୃ-ତ୍ୟୁ ହେବାର କିଛି ଦିନ ଆଗରୁ ଯମରାଜ ମଧ୍ୟ ଦେଖା ଯାଇଥାନ୍ତି । ଯମରାଜଙ୍କ ଛାଇ ମଧ୍ୟ ଦେଖାଯାଏ ନାହି । ଏମିତିକି ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତି ନିଜର ଆଖପାଖର ଲୋକଙ୍କୁ ଭୟ କରିଥାଏ । ଆଉ ଜୋର ଜୋରରେ ପାଟି କରିଥାନ୍ତି ମଣିଷ । ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ଯକ୍ତିର ମୃ-ତ୍ୟୁ ନିକଟତର ହୋଇଥାଏ ତାକୁ ନିଜର ଛାଇ ଦେଖିବା ବନ୍ଦ ହୋଇଯାଏ ।

ଏହା ସହ 24 ଘଣ୍ଟା ପୃବରୁ ବ୍ୟକ୍ତିକୁ ନିଜ ଚେହେରା ଦେଖାଯିବା ବନ୍ଦ ହୋଇଯାଏ । ମଣିଷକୁ ପାଣି ଓ ତେଲରେ ନିଜର ଚେହେରା ଦେଖାଯାଏ ନାହି । ଅନେକ ସମୟରେ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ବିଚଳିତ ଅନୁଭବ କରିଥାଏ । ନିଜ ଦ୍ଵାରା କରାଯାଇଥିବା ଭଲ ଓ ଖରାପ କର୍ମ ମନେ ପଡିଥାଏ ।

ଯେବେ କୌଣସି ବ୍ୟକ୍ତି ଅ-ନ୍ତି-ମ ସମୟରେ ନିଜର ପିଲାଦିନ ଠାରୁ ଆରମ୍ଭ କରି ପରିବାର ଓ ସାଂସରିକ ଜୀବନ ବିଷୟରେ ଚିନ୍ତା କରିଥାଏ ସେହି ସମୟରେ ମଣିଷ ଈଶ୍ବରଙ୍କ ନାମ ନେଇପାରେ ନାହି । ଗରୁଡ ପୁରାଣ ଅନୁଯାୟୀ ମଣିଷର ମୃ-ତ୍ୟୁ ପୂର୍ବରୁ ଶରୀରରୁ ଅଜବ ଗନ୍ଧ ଆସିଥାଏ । ଏହି ସମୟରେ ବ୍ୟକ୍ତିକୁ ସୁଖ, ଦୁଖର କିଛି ଜ୍ଞାନ ରୁହେ ନାହି ।

ଏହି ସମୟରେ ମଣିଷର ଶରୀରର ତ୍ୟାଗ କରି ଦେଇଥାନ୍ତି କିନ୍ତୁ ତାର ମସ୍ତିସ୍କ ଭୂତକାଳ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଗରୁଡ ପୁରାଣରେ ବିସ୍ତାର ଭାବେ କୁହାଯାଇଛି ଯେଉଁ ମାନେ ଖରାପ କାମ କରିଛନ୍ତି ସେମାନଙ୍କୁ ଅନ୍ତିମ ସମୟରେ କିଛି ବି ଦେଖାଯାଏ ନାହି ।

ଏହୀ ସମୟରେ ସେହି ବ୍ୟକ୍ତି ଭୁଲରେ ବି ଆଇନା ଦେଖିଥାଏ ତାକୁ ନିଜ ଚେହେରା ବିକୃତ ଦେଖାଯାଏ । ଯେଉଁ ମାନେ ଜୀବନରେ ଭଲ କାମ କରିଛନ୍ତି ବ ଐଶ୍ଵରଙ୍କ ନାମ ନିଅନ୍ତି ସେମାନଙ୍କୁ ମୃ-ତ୍ୟୁ ପୂର୍ବରୁ କିଛି ବି କଷ୍ଟ ହୁଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *