ବ୍ରେନ ଷ୍ଟ୍ରୋକ କାହିଁକି ହୁଏ ? ଲକ୍ଷଣ ଓ ଚିକିତ୍ସା ଜାଣନ୍ତୁ Dr. Subhransu Sekhar Jena ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମସ୍ତିସ୍କ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ । ଆମ ଶରୀରରେ ହେଉଥିବା ସମସ୍ତ କାର୍ଯ୍ୟକୁ ବ୍ରେନ ନିୟନ୍ତ୍ରଣ କରିଥାଏ । ବ୍ରେନରେ ଯେଉଁ ସବୁ କୋଷିକାମାନ ରହିଥାନ୍ତି । ସେମାନଙ୍କୁ ଅନବରତ ରକ୍ତ, ଗ୍ଳୁକୋଜ ଓ ଅମ୍ଳଯାନ ଯୋଗାଣ ହୋଇଥାଏ । ଯଦି କୌଣସି କାରଣରୁ ବ୍ରେନକୁ ଠିକ ଭାବରେ ରକ୍ତ ପ୍ରବାହ ହୋଇପାରିନଥାଏ । ତେବେ ବ୍ରେନର କୋଷିକା ଗୁଡିକ ମୃତ ହୋଇଯାଇଥାନ୍ତି ।

ଯାହା ଦ୍ଵାରା ବ୍ରେନ ଷ୍ଟ୍ରୋକ ବା ପାରଲିସିସ ହୋଇଥାଏ । ବ୍ରେନ ଷ୍ଟ୍ରୋକ ୨ ପ୍ରକାରର ହୋଇଥାଏ । ଯଦି ମସ୍ତିସ୍କକୁ ଠିକ ପରିମାଣରେ ରକ୍ତ ଯୋଗାଣ ହୋଇପାରିନଥାଏ । ତେବେ ତାହାକୁ ଇସଚିମିକ ଷ୍ଟ୍ରୋକ କୁହାଯାଇଥାଏ । ଯଦି କୌଣସି କାରଣରୁ ମସ୍ତିସ୍କରେ ଶୀରା ଫାଟି ଯାଇ ରକ୍ତ ସ୍ରାବ ହୋଇଥାଏ।  ତେବେ ତାହାକୁ ହେମରଜିକ ଷ୍ଟ୍ରୋକ କୁହାଯାଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ଡାଇବେଟିସ, ରକ୍ତଚାପ, କୋଲେଷ୍ଟ୍ରଲ, ହୃଦରୋଗ ସମସ୍ଯା ରହିଥାଏ । ସେମାନଙ୍କ କ୍ଷେତ୍ରରେ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁ ବ୍ୟକ୍ତି କୌଣସି କାରଣ ବଶତଃ ଅଧିକ ଚିନ୍ତାଗ୍ରସ୍ତ ହୋଇ ରାହୁଥାଏ । ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା କରାଯାଇଥାଏ ।

୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ଠାରେ ବ୍ରେନ ଷ୍ଟ୍ରୋକ ଆସିପାରେ । ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ଠାରେ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଛଡା କେତେକ କ୍ଷେତ୍ରରେ ବଂଶାନୁଗତ କାରଣ ପାଇଁ ମଧ୍ୟ ବେଳେ ଏହି ସମସ୍ଯାର ବ୍ୟକ୍ତି ସମ୍ମୁଖୀନ ହୋଇଥାଏ । ବ୍ରେନ ଷ୍ଟ୍ରୋକ ହେବାର ଲକ୍ଷଣ ଗୁଡିକ ହେଉଛି ।

ଆଖିକୁ ଠିକ ସେ ଦେଖା ନଯାଇ ମୁଣ୍ଡ ବୁଲାଇ ଦେବା । ମୁହଁ ଝିମ ଝିମ ହୋଇଯାଇ ହଟାତ ମୁହଁ ବଙ୍କା ହୋଇଯିବା ଏହା ମଧ୍ୟ ଏକ ଲକ୍ଷଣ ହୋଇଥାଏ । ଏହା ସହିତ ଯଦି ହଟାତ କଥା କହିବା ବନ୍ଦ ହୋଇଯିବା, ଶରୀରର କୌଣସି ପଟ ଅଙ୍ଗ ଗୁଡିକ ଠିକ ସେ କାମ ନକରିବା । ତେବେ ଏହା ବ୍ରେନ ଷ୍ଟ୍ରୋକ ହେବାର ଲକ୍ଷଣ ହୋଇପାରେ ।

ଯଥା ସମ୍ଭବ ଏପରି ଲକ୍ଷଣ ଦେଖିବା ମାତ୍ରେ ରୋଗୀକୁ ଡାକ୍ତରଖାନା ନେଇଯିବା ଉଚିତ । ବ୍ରେନ ଷ୍ଟ୍ରୋକରେ ପୀଡିତ ବ୍ୟକ୍ତିକୁ ଯଦି ୪ ରୁ ୫ ଘଣ୍ଟା ମଧ୍ୟରେ ଡାକ୍ତରଖାନାକୁ ନେଇଯିବେ । ତେବେ ଯଦି ବ୍ରେନକୁ ଠିକ ସେ ରକ୍ତ ଯୋଗାଣ ହେଇପାରୁନଥିବ । ତେବେ ଡାକ୍ତରଙ୍କ କହିବା ଅନୁସାରେ ବ୍ୟକ୍ତିର CT ସ୍କାନ କରି ତୁରନ୍ତ ବ୍ରେନକୁ ରକ୍ତ ଯୋଗାଣ କରିବାକୁ ଚେଷ୍ଟା କରାଯିବ ।

ଯଦି ଦରକାର ପଡିଥାଏ । ତେବେ ତୁରନ୍ତ ଅପରେସନ କରାଯାଇ ଏଥିରେ ପୀଡିତ ବ୍ୟକ୍ତିର ଜୀବନକୁ ବଞ୍ଚାଯାଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *