ଝିଅଙ୍କ ଜନ୍ମ ପାଇଁ କିପରି ଘରକୁ ବାଛନ୍ତି ଭଗବାନ ? କେଉଁ କର୍ମ କଲେ ଘରେ ହୁଏ କନ୍ୟା ସନ୍ତାନ ଜନ୍ମ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ହେଉଛନ୍ତି ସ୍ଵୟଂ ମା ଲକ୍ଷ୍ମୀଙ୍କର ଅଂସ ବିଶେଷ । ନାରୀ ମାନଙ୍କୁ ୨ କୁଳର ହିତା ମଧ୍ୟ କୁହାଯାଇଥାଏ । ଯାହା ଘରେ ଗୋଟେ ଝିଅଟିଏ ଜନ୍ମ ଗ୍ରହଣ କରିଥାଏ । ସେହି ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୁଏ ବୋଲି କୁହାଯାଇଥାଏ । ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ । ହେ ଭଗବାନ କୃଷ୍ଣ କେଉଁ କର୍ମ କରିଲେ ଜଣେ ଦମ୍ପତିଙ୍କୁ ପୁତ୍ରୀ ସନ୍ତାନ ପ୍ରାପ୍ତି ହେବ ।

ଏହି କଥାର ଉତ୍ତର ଦେବାକୁ ଯାଇ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଯେ ଦମ୍ପତିଙ୍କର ଭାଗ୍ୟରେ ଥିଲେ ଏକ ପୁତ୍ର ସନ୍ତାନ ଜାତ ହୋଇଥାଏ ସତ କିନ୍ତୁ ଦମ୍ପତିଙ୍କର ଅତ୍ୟନ୍ତ ଶୌଭାଗ୍ୟ ଥିଲେ ସେମାନଙ୍କଏ ଏକ କନ୍ୟା ସନ୍ତାନ ଜାତ ହୋଇଥାଏ । କନ୍ୟା ନୁହେଁ ସାକ୍ଷାତ ଲକ୍ଷ୍ମୀ ମା ସେହି ଘରକୁ ଆସିଥାନ୍ତି । କେତେ ଧର୍ମ ପୂଣ୍ୟ କରିଥିଲେ ।

ଦମ୍ପତିଙ୍କର କନ୍ୟା ସନ୍ତାନ ଜାତ ହୋଇଥାଏ । ଭଗାବାନ କେବଳ ସେହି ଘରେ ଝିଅର ଜନ୍ମ କରାଇଥାନ୍ତି । ଯେଉଁ ଘରେ ଝିଅ ମାନଙ୍କର ଭାରକୁ ସମ୍ଭାଳିବାର ସମର୍ଥତା ରହିଥିବ । କେତେକ ଘରେ କେବଳ ପୁଅ ଉପରେ ପୁଅ ଜାତ ହେଉଥିବ କିନ୍ତୁ ସେହି ଘରେ ଜଣେ ଝିଅ ସନ୍ତାନ ଜାତ ଜମାରୁ ମଧ୍ୟ ହେଇପାରୁନଥିବ ।

ମହିଳା ମାନେ ଏହି ସଂସାରକୁ ଆଗକୁ ଚଲାଇବା ପାଇଁ ନିଜର ସର୍ବସ୍ଵ ତୁଚ୍ଛ କରିଦେଇଥାନ୍ତି । ଯେଉଁ ଘରେ ଝିଅ ଟିଏ ଜନ୍ମ ଗ୍ରହଣ କରିଥାଏ । ସେହି ଘର ସ୍ଵର୍ଗ ପରି ସୁନ୍ଦର ହୋଇଜାଇଥାଏ । କାରଣ ପୁଅ ମାନେ କେବଳ ଗୋଟିଏ କୁଳର ହୋଇଥିବା ବେଳେ ଝିଅଟି ୨ କୁଳର ହିତ ସାଧନ କରିଥାଏ । କିଛି ଲୋକଙ୍କର ଧାରଣା ଥାଏ କି ଯେଉଁ କାମ ପୁଅମାନେ କରିପାରିବେ ।

ସେହି ସବୁ କାମ ଝିଅଙ୍କ ପକ୍ଷେ କରିବା ସମ୍ଭବ ନୁହେଁ । ଏହି କଥା ଯେଉଁ ମାନେ ବି ଭାବୁଛନ୍ତି ସେମାନଙ୍କର ଧାରଣା ସଂପୂର୍ଣ୍ଣ ଭାବରେ ଭୁଲ ହୋଇଥାଏ । କାରଣ ଝିଅ ମାନେ ସେହି ସବୁ କାର୍ଯ୍ୟ କରିପାରିବେ । ଯାହା ଏକ ପୁଅ କରିପାରିବ । ଏପରିକି ପୁତ୍ର ନଥିବା ବାପାଓ ମାଆଙ୍କର ପିଣ୍ଡ ଦାନ କାର୍ଯ୍ୟ ମଧ୍ୟ ଝିଅ କରିପାରିବ ।

କାରଣ ରାମାୟଣ ସୀତା ମା’ ମଧ୍ୟ ନିଜ ପିତାଙ୍କର ପିଣ୍ଡ ଦାନ କରିଥିଲେ । ଏହା ସହିତ ଝିଅ ମାନଙ୍କୁ ପାଠ ପଢାଇ ଏହି ଦୁନିଆ ବିଷୟରେ ଅଗଗତ କରାଇଲେ । ସେ ପୁରୁଷଙ୍କ ସମ କକ୍ଷ ହୋଇ ବାହାର ଦୁନିଆର ସବୁ କାର୍ଯ୍ୟ କରିବାରେ ମଧ୍ୟ ପଛଘୁଞ୍ଚା ଦେବ ନାହିଁ । କାରଣ ମା ଲକ୍ଷ୍ମୀ କେବଳ ସେହି ଭାଗ୍ୟଶାଳୀ ପିତାମାତାଙ୍କୁ ହିଁ ଝିଅ ଉପହାର ସ୍ୱରୂପ ଦେଇଥାନ୍ତି ।

ଯେଉଁ ମାନେ ତାଙ୍କ ଅର୍ଜିତ ପୂଣ୍ୟ କର୍ମ ଫଳରେ ମା ଲକ୍ଷ୍ମୀଙ୍କର ସ୍ୱରୂପ ଅର୍ଥାତ ଝିଅଙ୍କୁ ଜନ୍ମଦାନ କରାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *