ରାତିରେ ଭଲ ନିଦ କେମିତି ହେବ ? ଅନିଦ୍ରା ସମସ୍ଯା ପାଇଁ ଚିନ୍ତିତ ଥିଲେ ନିଶ୍ଚୟ ଦେଖନ୍ତୁ (Dr Pranab Mahapatra)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାଇବା ଓ ପିଇବା ପରି ଶୋଇବା ମଧ୍ୟ ଶରୀର ପାଇଁ ନିହାତି ଭାବେ ଅପରିହାର୍ଜ୍ୟ । ଆମ ଶରୀର ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟା ନିହାତି ଭାବରେ ଶୋଇବା ଉଚିତ । ଯାହା ଦ୍ଵାରା ନିଦ ଠିକ ଭାବରେ ପୂରଣ ହୋଇଲେ । ବ୍ୟକ୍ତିର ଦେହ ଓ ମନ ସତେଜ ରହିଥାଏ । କାରଣ ଶୋଇବା ଦ୍ଵାରା ଶରୀର କିଛି ସମୟ ପାଇଁ ବିଶ୍ରାମ କରିଥାଏ, ଏହା ଦ୍ଵାରା ଶରୀରରୁ ସମସ୍ତ କ୍ଳାନ୍ତ ଦୂର ହୋଇବା ସହ ମନ ଫୁର୍ତ୍ତି ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ନିଦ ଠିକ ସମୟରେ ହୋଇନଥାଏ ବା ନିଦ ଠିକ ଭାବରେ ପୂରଣ ହୋଇନଥାଏ । ସେମାନଙ୍କର କୌଣସି କାମରେ ମଧ୍ୟ ଫୁର୍ତ୍ତି ଆସିନଥାଏ । ସେମାନଙ୍କ ପାଖରେ ଅଳସୁଆପଣ ଓ ଚିଡିଚିଡା ସ୍ଵାଭାବିକ ଭାବରେ ଆସିଥାଏ । ରାତିରେ ଠିକ ଭାବରେ ନଶୋଇଲେ ମଧ୍ୟ ସକାଳ ସମୟରେ କିଛି କାମ କରୁଥିବା ବେଳେ ନିଦ ହଟାତ ଆସିଯାଇଥାଏ ।

ଡାକ୍ତରଙ୍କର କହିବା ଅନୁସାରେ ନିଦ ନହେବାର ମଧ୍ୟ ପ୍ରମୁଖ କିଛି କାରଣମାନ ରହିଥାଏ । ଯେପରି ଯଦି ଶୋଇବା ପାଇଁ ଭଲ ପରିବେଶ ମିଳିନଥାଏ । ତେବେ ଠିକ ଭାବରେ ନିଦ ହୋଇନଥାଏ । ଯେମିତି ଶୋଇବା ପାଇଁ ସ୍ଵତନ୍ତ୍ର ଶୋଇବା ଘର ରହିବା ଉଚିତ । ଯେପରି ବ୍ୟକ୍ତି ଶୋଇବା ସମୟରେ କୌଣସି ପ୍ରକାର କୋଳାହଳର ଶିକାର ହୋଇନଥାଏ ।

ଏହା ସହିତ ଆରାମ୍ ରେ ନିଦ ହୋଇପାରିବ । ଏହା ସହିତ ରାତ୍ରି ଭୋଜନ ମଧ୍ୟ ଯେତିକି ପରିମାଣର ଆବଶ୍ୟକ ସେତିକି ଖାଇବା ଉଚିତ । ଅତ୍ୟଧିକ ଗରିଷ୍ଟ ଭୋଜନ ଖାଇବା ଦ୍ଵାରା ମଧ୍ୟ ରାତିରେ ନିଦ ହେବାରେ ଅସୁବିଧା ହୋଇଥାଏ । ଶୋଇବା ସମୟରେ ପାଖରେ ମୋବାଇଲ ରଖି ଶୋଇବା ଅନୁଚିତ ।

ଏହା ସହିତ ରାତିରେ ବାରମ୍ବାର ଉଠି ମୋବାଇଲ ଚେକ କରିବା ଦ୍ଵାରା ମଧ୍ୟ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ରାତି ସମୟରେ ଶୋଇବାର କିଛି ସମୟ ପୂର୍ବରୁ ଚା, କଫି ସେବନ କରିବା ଅନୁଚିତ । ଏପରି କରିବା ଦ୍ଵାରା ମାଇଣ୍ଡ ଆକ୍ଟିଭ ହୋଇଯାଏ । ଯାହା ଦ୍ଵାରା ରାତିରେ ଠିକ ସେ ନିଦ ଆସିନଥାଏ। ବ୍ୟକ୍ତିର ମାନସିକ ସ୍ତରରେ ଯଦି ଅସନ୍ତୁଳିତ ହୋଇ ରହୁଥିବ । ତେବେ ନିଦ ଠିକ ସେ ହେବନାହିଁ ।

ତେଣୁ ଶୋଇବା ପୂର୍ବରୁ ଭଲ ଭାବରେ ଧୁଆ ଧୁଇ ହୋଇ ପରିଷ୍କାର ହୋଇ ବେଡ୍ କୁ ଆସି ସବୁ ଟେନସନ ମୁଣ୍ଡରୁ କାଢି ନିଜକୁ ପ୍ରଥମେ ରିଲାକ୍ଷ କରନ୍ତୁ । ଦେଖିବେ ରାତିରେ ଭଲ ନିଦ ହେବ । ସନ୍ଧ୍ଯା ସମୟରେ ଯଦି ଅଳ୍ପ କିଛି ଶାରୀରିକ ପରିଶ୍ରମ ବା ଏକ୍ସରସାଇଜ କରନ୍ତି । ତେବେ ମଧ୍ୟ ନିଦ ଭଲ ଭାବରେ ଆସିଯାଇଥାଏ ।

ତେଣୁ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ପ୍ରତ୍ଯେକ ବ୍ୟକ୍ତି ପାଇଁ ନିତାନ୍ତ ଆବଶ୍ୟକ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *