କଣ ଆପଣ ମନ୍ଦିର ଯାଉଥିବା ସମୟରେ ଏମିତି ଭୁଲ୍ କରୁଛନ୍ତି କି ? ସାବଧାନ ! ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ନାମରେ ହିଁ ଏତେ ମାତ୍ରାରେ ପବିତ୍ରତା ଥାଏ । ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ଭଗବାନଙ୍କର ନାମ ଜପ କରିଥାଏ । ସେହି ବ୍ୟକ୍ତିର କେତେକ ପାପ ଧୋଇ ହୋଇ ଯାଇଥାଏ । ଭଗବାନଙ୍କର ପୂଜା କରିବା ପାଇଁ ଘରେ ପୂଜାମନ୍ଦିର ଥିବା ବେଳେ ଗ୍ରାମେ ଗ୍ରାମେ ମନ୍ଦିରମାନ ରହିଥାଏ । ମନ୍ଦିରକୁ ଯିବା ସମୟରେ କେତେକ ନୀତି ନିୟମର ପାଳନ କରାଯାଇଥାଏ । ସେହି ବିଷୟରେ ଆଲୋଚନା କରିବା ।

ମନ୍ଦିରକୁ ଚପଲ ନେଇକରି ଯିବା ଉଚିତ ନୁହେଁ । ଯଦି ମଧ୍ୟ ମନ୍ଦିରକୁ ନେଇକି ଯାଉଛନ୍ତି । ତେବେ ମନ୍ଦିର ସମ୍ମୁଖରେ କେବେ ମଧ୍ୟ ଚପଲ ରଖନ୍ତୁ ନାହିଁ। ମନ୍ଦିରକୁ ପ୍ରବେଶ କରିବା ସମୟରେ ଗୋଡକୁ ଧୋଇ ଭଲ ଭାବରେ ଶୁଦ୍ଧ ପୁତ୍ତ ହୋଇ ମନ୍ଦିରକୁ ଯିବା ଉଚିତ । ମନ୍ଦିରକୁ ପ୍ରବେଶ ହୋଇଥିବା ସମୟରେ ପ୍ରଥମ ପାହଞ୍ଚକୁ ଦକ୍ଷିଣହାତରେ ଛୁଇଁକି ଯିବା ଉଚିତ ।

ଯେଉଁ ମନ୍ଦିରକୁ ଯାଉଛନ୍ତି । ପ୍ରଥମେ ସବୁବେଳେ ମନ୍ଦିରର ବାହନକୁ ଛୁଇଁ ତାପରେ ଠାକୁରଙ୍କ ପାଖକୁ ଯିବାର ଅଭ୍ଯାସ କରିବା ଉଚିତ । ମନ୍ଦିରରେ କେବେ ଗୋଡ ଲମ୍ବାଇ ଶୋଇବା ଉଚିତ ନୁହେଁ ।  ଯେତେବେଳେ ମଧ୍ୟ ମନ୍ଦିରର ଘଣ୍ଟି ବଜାଉଛନ୍ତି । ସେତେବେଳେ ଘଣ୍ଟି ବଜାଇ ସଙ୍ଗେ ସଙ୍ଗେ ପ୍ରଭୁଙ୍କ ଆଗରେ ପ୍ରଣାମ କରିବା ଉଚିତ ।

ମନ୍ଦିର ବନ୍ଦ ଥିବା ସମୟରେ ଘଣ୍ଟ, ଘଣ୍ଟି ବଜାଇବା ଉଚିତ ନୁହେଁ । ମନ୍ଦିରରେ ଚନ୍ଦନ ଓ ସିନ୍ଦୁର ଲଗାଇ ସାରିବା ପରେ ମନ୍ଦିର କାନ୍ଥରେ ବୋଳିବା ଉଚିତ ନୁହେଁ । ପାଦୁକ ଓ ପ୍ରସାଦ ଖାଇବା ସମୟରେ ସବୁବେଳେ ଧ୍ୟାନ ଦେବା ଉଚିତ କି କେବେ ମଧ୍ୟ ତାହାକୁ ତଳେ ପକାଇବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ପ୍ରସାଦର ଅବମାନନା ହୋଇଥାଏ ।

ଯଦି କେଉଁ ଜାଗାରେ ପ୍ରସାଦ, ପାଦୁକା ପଡିଯାଇଥିବାର ଦେଖନ୍ତି । ତେବେ ତାହାକୁ ଉଠାଇ ସେହି ଜାଗା ସଫା କରିଦେବା ଉଚିତ । ମନ୍ଦିରର ଅଳିଆ ଆବର୍ଜନା ପଡିଥିବା ଜାଗାକୁ ସଫା କରିବା ଉଚିତ । ମନ୍ଦିରର ଜୋତା, ଚପଲ ଥୁଆ ହୋଇଥିବା ଜାଗାରେ କେବେ ମଧ୍ୟ ମନ୍ତ୍ର ପାଠ କରିବା ଉଚିତ ନୁହେଁ । ମନ୍ଦିରରେ କେବେ ମଧ୍ୟ ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ନୁହେଁ ।

ମନ୍ଦିରକୁ ଯିବା ସମୟରେ କେବେ ମଧ୍ୟ କେଶ ମୁକୁଳା କରି ଯିବା ଉଚିତ ନୁହେଁ । ସର୍ବଦା କେଶ ବନ୍ଧନ କରି ଯିବା ଉଚିତ । ମନ୍ଦିର ଯାଉଥିବା ସମୟରେ ନିହାତି ଭାବେ ଏହି ସବୁ ନିୟମର ପାଳନ କରିବା ଉଚିତ । ଯାହା ଦ୍ଵାରା ମନ୍ଦିର ଯିବାର ସଠିକ ପରିମାଣ ଫଳ ପ୍ରାପ୍ତ ହୋଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *