ବାପା ମା’ଙ୍କର ମୂଲ୍ୟ କଣ ? ଦୁନିଆର ସବୁ ପୁଅ ଝିଅ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା ଓ ମା ସମସ୍ତ ପୁଅଝିଅ ମାନଙ୍କର ଚଳନ୍ତି ଭଗବାନ ହୋଇଥାନ୍ତି । ଉଭୟ ବାପା ଓ ମାଆ ନିଜର ସନ୍ତାନ ମାନଙ୍କୁ ନିଜ ଜୀବନଠୁ ଅଧିକ ଭଲ ପାଇଥାନ୍ତି ତଥା ସ୍ନେହ ଆଦର କରିଥାନ୍ତି । ନିଜର ସନ୍ତାନ ମାନଙ୍କୁ ବଡ କରି ଯୋଗ୍ୟ ସନ୍ତାନଟିଏ କରିବା ପାଇଁ ନିଜର ଦିନ ରାତି ଏକ କରିଦେଇଥାନ୍ତି । ଅପର ପକ୍ଷରେ ସେହି ସନ୍ତାନ ମାନଙ୍କ ମଧ୍ୟରୁ ଏପରି କିଛି ଥାଆନ୍ତି ଯେଉଁ ମାନେ ବଡ ହେଲା ପରେ ବାପାମାଆଙ୍କୁ ଅଣ ଦେଖା କରିଥାନ୍ତି । ବାପାମାଆଙ୍କୁ ନେଇ ଏକ ସୁନ୍ଦର ବିଷୟବସ୍ତୁ ଆଜି ଆପଣ ଜାଣିବାକୁ ପାଇବେ ।

ଥରେ ଗୋଟିଏ ଯୁବକ ଚାକିରି କରିବା ପାଇଁ ଏକ ବଡ କମ୍ପାନୀକୁ ଯାଇଥିଲା । ସେଠାରେ ଇଣ୍ଟରଭିୟୁରେ ମଧ୍ୟ ଭଲ ପଦର୍ଶନ କରିଥିଲା । ସେଠାରେ ଥିବା କମ୍ପାନୀର ମାଲିକ ସେହି ଯୁବକ ଜଣଙ୍କୁ ପଚାରିଲେ । ଆପଣଙ୍କ ବାପା କି କାମ କରିଥାନ୍ତି ?ଯୁବକ ଜଣଙ୍କ ତାଙ୍କ ବାପା ଅନ୍ୟର ଲୁଗାପଟା ସଫା କରି ଟଙ୍କା ଅର୍ଜନ କରିଥାନ୍ତି ବୋଲି କହିଲେ । ଯୁବକଙ୍କୁ ମାଲିକ ପଚାରିଲେ ତୁମେ ପାଠ ପଢିଥିବା ସମୟରେ କୌଣସି ସ୍କଲରଶିପ ପାଇଥିଲ ।

ଯୁବକ କହିଲେ ନାହିଁ ମୋର ସମସ୍ତ ପାଠ ପଢା ଖର୍ଚ ମୋ ବାପା ବହନ କରିଛନ୍ତି । ଏହା କହି ସାରିଲା ପରେ କମ୍ପାନୀ ମାଲିକ ଯୁବକ ସହିତ କରମର୍ଦ୍ଧନ କରି କହିଲେ ତୁମେ ଆଜି ଯାଅ । ତୁମ ବାପାଙ୍କର ହାତ ଗୋଡ ଧୋଇବ ଓ କାଲି ସକାଳୁ ଆସିବ । ତୁମ ଚାକିରି ହେବ କି ନାହିଁ ମୁ ତୁମକୁ ଜଣାଇବି । ତାପରେ ଯୁବକ ଜଣଙ୍କ ଅତି ଗମ୍ଭୀର ଭାବେ ସେଠାରୁ ଯାଇଛି ।

ସନ୍ଧ୍ୟା ସମୟରେ ବାପା ପୁଅକୁ ପଚାରିଛନ୍ତି ପୁଅ ଆଜି ତୋର ଚାକିରି ପାଇଁ ଇଣ୍ଟରଭିୟୁ ଥିଲା । ତୋତେ ଚାକିରି ମିଳିଗଲା । ପୁଅ ତାପରେ କହିଲା ବାପା ମୁଁ ଆଜି ତମର ହାତ ଗୋଡ ଧୋଇବା ପାଇଁ ଚାହୁଁଛି । ବାପା ପଚାରିଲେ ତୁ ହଟାତ ଏପରି କାହିଁକି କରିବୁ ? ପୁଅ କିଛି ନକହି ବାପାଙ୍କର ହାତ ଗୋଡ ଧୋଇବା ପାଇଁ ପାଣି ଆଣି ଧୋଇବା ଆରମ୍ଭ କରିଦେଲା ।

ପୁଅ ଯେତେବେଳେ ତାଙ୍କ ବାପା ହାତକୁ ଦେଖିଛି ବାପା ହାତ ପୁରା ଟାଣ ଓ ଜାଗା ଜାଗାରେ ଖଣ୍ଡିଆ ହୋଇଯାଇଛି । ଯେତେବେଳେ ପାଣିରେ ପୁଅ ହାତଗୋଡ ଧୋଊଥାଏ । ସେତେବେଳେ ସେହି କଷ୍ଟ ବାପାଙ୍କର ମୁହଁରେ ସେ ଦେଖିବାକୁ ପାଇଛି । ଯେଉଁ ହାତରେ ପାଣି ଲାଗିବାରୁ କଷ୍ଟ ହେଉଛି ସେହି ହାତରେ ବାପା ସବୁବେଳେ ଅନ୍ୟର କପଡା ଧୋଇ ଆମ ଘରର ଗୁଜୁରାଣ ମେଣ୍ଟାଉଛନ୍ତି ।

ଏହି ଦୁଃଖ ପୁଅଟି ଅନୁଭବ କରି ବାପା ଖାଇଲା ବେଳେ ପୁଅ ବାକିଥିବା ସବୁ ଲୁଗାପଟା ଧୋଇଛି । ସକାଳୁ ଯେତେବେଳେ ପୁଅ ଚାକିରି ପାଇଁ ଯାଇଛି ସେତେବେଳେ ମାଲିକ କିଛି କହିବା ଆଗରୁ ପୁଅ ଆଖିରୁ ଲୁହ ଝରିଆସିଛି । ମାଲିକ ଯୁବକ ଜଣଙ୍କୁ କହିଲେ ତମେ ଚାକିରି ପାଇଁ ସିଲେକ୍ଟ ହେଇଛ । ତୁମେ ତୁମ ବାପାଙ୍କର ଦୁଃଖକୁ ଅନୁଭବ କରିପାରିଛ । ମୋତେ ଜଣେ ଏହିପରି ବ୍ୟକ୍ତିର ଆବଶ୍ୟକତା ଥିଲା ।

ଯିଏ କମ୍ପାନୀରେ କେବଳ କାମ ନୁହେଁ ତା ସହିତ ସବୁ କର୍ମଚାରୀଙ୍କର ସୁଖଦୁଃଖରେ ସହଭାଗୀ ହୋଇପାରୁଥିବ । ଏହି ଗପର ତତ୍ପର୍ଜ୍ୟ ହେଉଛି ପୁଅଝିଅଙ୍କ ସଫଳତା ପଛରେ ବାପାମାଆଙ୍କ ପରିଶ୍ରମ ଓ ଆଶ୍ରୀବାଦ ସର୍ବଦା ରହିଥାଏ । ସେଥିପାଇଁ କେବେ ମଧ୍ୟ ବାପାମାଆଙ୍କୁ ଅଣଦେଖା କରିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *