Health Care : କଣ ଆପଣଙ୍କ ଆଣ୍ଠୁଗଣ୍ଠି ଦରଜ (Joint Pain) ର କାରଣ Uric Acid ତ ନୁହେଁ ? ଜାଣନ୍ତୁ ଏହି Uric Acid କଣ ?

ବନ୍ଧୁଗଣ ଆମେ ଖାଦ୍ୟ ଖାଇବା ପରେ ଆମ ରକ୍ତରେ ଏକ ଅବଶେଷ ପଦାର୍ଥ ର ନିର୍ମାଣ ହୋଇଥାଏ ଯାହାକୁ ୟୁରିକ ଏସିଡ ବୋଲି କୁହାଯାଏ । ଆମେ ଖାଉଥିବା ଖାଦ୍ୟ ମାନଙ୍କ ମଧ୍ୟ ରେ ସେଥିରେ କିଛି ଏପରି ତତ୍ତ୍ଵ ମିଳିଥାଏ ଯାହାକୁ ପିୟୁରିନ କୁହାଯାଏ । ଖାଦ୍ୟ କୁ ପଚନ କରିବା ସମୟରେ ଯେତେବେଳେ ଏହି ପିଉରିନ ଭାଙ୍ଗିଥାଏ, ସେତେବେଳେ ଏଥିରୁ ୟୁରିକ ଏସିଡ ନିର୍ଗତ ହୋଇଥାଏ ।

ମଟର, ପାଳଙ୍ଗ ଶାଗ, ମାଛ, ଛତୁ ଆଦି ସବୁ ଖାଇବାରେ ଅଧିକ ମାତ୍ରା ରେ ପିୟୁରିନ ମିଳିଥାଏ । ଆମ ଶରୀର ରେ କିଡନୀ ୟୁରିକ ଏସିଡ କୁ ଫିଲ୍ଟର କରି ଏହାକୁ ୟୁରିନ ମାଧ୍ୟମ ରେ ଶରୀର ରୁ ନିଷ୍କାସିତ କରି ଦେଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଅଧିକ ମାତ୍ରା ରେ ନିଜ  ଖାଦ୍ୟ ମାଧ୍ୟମ ରେ ପିୟୁରିନ ନେଇଥାଏ, ସେତେବେଳେ ସେହି ବ୍ୟକ୍ତି ର ଶରୀର ସେହି ମାତ୍ରା ରେ ଶରୀର ରୁ ୟୁରିକ ଏସିଡ କୁ ବାହାର କରି ପାରି ନଥାଏ । ଯାହା ଫଳରେ ଶରୀର ରେ ୟୁରିକ ଏସିଡ ର ମାତ୍ରା ବଢି ଯାଇଥାଏ ।

ଏଭଳି ପରିସ୍ଥିତିକୁ ବିଜ୍ଞାନ ଭାଷାରେ ହାଇପରୟୂରେସେମିଆ ବୋଲି କୁହାଯାଇଥାଏ । ଏହା ଶରୀର ରୁ ବାହାରିବା ପରିବର୍ତ୍ତେ ଏହା ଶରୀରର ଗଣ୍ଠି ମାନଙ୍କରେ ଜମା ହେବାକୁ ଆରମ୍ଭ ହୋଇ ଯାଇଥାଏ । ଯାହାଫଳରେ ପାଦ ର ଗୋଇଠି ଓ ଗଣ୍ଠି ଗୁଡିକ ଜୋରରେ ଯନ୍ତ୍ରଣା ହେବାର ଦେଖା ଯାଇଥାଏ ।

ସାଧାରଣତଃ ଏହି ରୋଗ ୪୦ ବର୍ଷ ବୟସ ପରେ ହେବାର ଦେଖା ଯାଇଥାଏ । କିନ୍ତୁ ଏହି ୟୁରିକ ଏସିଡ ଶରୀର ରେ ରହି କିଡନୀ କୁ ମଧ୍ୟ କ୍ଷତି କରିଥାଏ । ଶରୀର ରେ କିଛି ଅନ୍ୟ କାରଣ ମାନକ ରୁ ମଧ୍ୟ ୟୁରିକ ଏସିଡ ହେବାର ଦେଖା ଯାଇଥାଏ । ଯେପରିକି ହାଇପରତାରାଟୁଜମ, କିଛି ପ୍ରକାର ର କ୍ୟାନ୍ସର ଓ ତାହାଛଡା କିଛି ଚରମ ଜ୍କାନିତ ରୋଗ ର କାରଣ ରୁ ମଧ୍ୟ ଶରୀରରେ ୟୁରିକ ଏସିଡ ର ମାତ୍ରା ବଢିଯିବାର ଦେଖା ଯାଇଥାଏ ।

ତାହାଛଡା ମୋଟାପା, ପିୟୁରିନ ର ମାତ୍ରା ଅଧିକ ଥିବା ଖାଦ୍ୟ ର ଅଧିକ ମାତ୍ରା ରେ ସେବନ ତାହାସହ ଅଧିକ ଚିନ୍ତା ମଧ୍ୟ ଶରୀର ରେ ୟୁରିକ ଏସିଡ ଥିବାର ମୁଖ୍ୟ କାରଣ ହୋଇଥାଏ । ପ୍ରତ୍ଯେକ ବ୍ୟକ୍ତି ଙ୍କ ଶରୀରରେ ୟୁରିକ ଏସିଡ ବଢିବା ଓ କମିବାର ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଲକ୍ଷଣ ସାଧାରଣତଃ ସମସ୍ତ ଙ୍କ ଠାରେ ହିଁ ସମାନ ଦେଖିବାକୁ ମିଳିଥାଏ ।

ଯେପରିକି ପାଦ ଗୋଇଠି ଓ ଗଣ୍ଠି ମାନଙ୍କରେ ଯନ୍ତ୍ରଣା ହେବା ବା ଫୁଲିଯିବା । ବାରମ୍ବାର ପରିସ୍ରା ଲାଗିବା ଓ ତାହାସହ ବସିବା ଉଠିବା ରେ କଷ୍ଟ ଅନୁଭବ ହେବା ଭଳି ସବୁ ସମସ୍ଯା ମାନ ମଧ୍ୟ ଦେଖା ଯାଇଥାଏ । ଯଦି ଆପଣ ନିଜ ଶରୀର ରେ କିଛି ଏପରି ଲକ୍ଷଣ ମ୍ନାନ ଦେଖୁଛନ୍ତି ତେବେ ଆପଣ ବିଆଲମ୍ବ ନ କରି ଶୀଘ୍ର ହିଁ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନୀ । ଧନ୍ୟବାଦ

Leave a Reply

Your email address will not be published. Required fields are marked *