କିପରି ଥିଲା 5 ପତିଙ୍କ ସହ ଦ୍ରୌପଦୀଙ୍କ ଚଉଠି ରାତି, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୌରାଣିକ ମହାଭାରତର ଜ୍ଞାନ ସମସ୍ତଙ୍କ ପାଖରେ ଅଳ୍ପ ବହୁତ ରହିଥାଏ । ମହାଭାରତରେ ଏପରି କିଛି ଗୂଢ ରହସ୍ୟ ଅଛି । ଯାହାର କାରଣ ଆମକୁ ସଂପୂର୍ଣ୍ଣ ମହାଭାରତ ଗଳ୍ପକୁ ଶୁଣିବା ବା ଦେଖିବା ଦ୍ଵାରା ମିଳିଥାଏ । ଆଜି ଆପଣ ମାନେ ମହାଭାରତର ପାଞ୍ଚ ପାଣ୍ଡବଙ୍କ ପତ୍ନୀ ଦୌପଦୀଙ୍କ ବିବାହ ସମ୍ପର୍କରେ କେତେକ ସୂଚନା ଜାଣିବାକୁ ପାଇବେ ।ଯଜ୍ଞ କୁଣ୍ଡରୁ ଦ୍ରୌପଦୀଙ୍କର ଆବିର୍ଭାବ ହୋଇଥିଲା ।

ରାଜା ତାଙ୍କର କନ୍ୟା ଦ୍ରୌପଦୀଙ୍କ ପାଇଁ ସ୍ଵୟଂବରର ଆୟୋଜନ କରିଥିଲେ । ସେହି ଠାରୁ ହିଁ ଉପଯୁକ୍ତ ପାତ୍ର ଚୟନ କରି ରାଜକୁମାରୀ ଦ୍ରୌପଦୀଙ୍କୁ ବିବାହ କରିବାର ନିସ୍ପତି ନେଇଥିଲେ । ସେହି ସ୍ଵୟଂବରରେ ଅନେକ ରାଜା ପୁତ୍ର ଭାଗ ନେଇଥିଲେ । ଅର୍ଜୁନ ସେଠାକୁ ଏକ ବ୍ରାହ୍ମଣ ରୂପ ନେଇ ଯାଇ ରାଜା ଦ୍ରୁପଦଙ୍କର ସର୍ତ୍ତକୁ ପୂରଣ କରିବାରେ ସକ୍ଷମ ହୋଇପାରିଥିଲେ । ଅର୍ଜୁନ ଏହା ସହିତ ଦ୍ରୌପଦୀଙ୍କୁ ନିଜର ପତ୍ନୀ କରିନେଇଥିଲେ ।

ସେହି ସମୟରେ କୁନ୍ତୀ ନିଜର ପରିଚୟ ଲୁଚାଇ ବ୍ରାହ୍ମଣ ବେଶରେ ଭିକ୍ଷା ବୃତ୍ତି କରି ଏକ ସ୍ଥାନରେ ବସବାସ କରୁଥିଲେ । ପାଞ୍ଚପାଣ୍ଡବ ଯାହା ଭିକ୍ଷା ବୃତ୍ତି କରି ଆନୁଥିଲେ । ତାହାକୁ ମା’ ଙ୍କ ଆଦେଶ ଅନୁସାରେ ୫ ଭାଗ କରି ସେବନ କରୁଥିଲେ । ଯେଉଁ ସମୟରେ ଅର୍ଜୁନ ଓ ଭୀମ ଦ୍ରୌପଦୀଙ୍କୁ ନେଇ ସେମାନେ ରହୁଥିବା ସ୍ଥାନକୁ ଆସିଥିଲେ । ଘରର ଦ୍ଵାର ପାଖରେ ଠିଆ ହୋଇ ମା’ କୁନ୍ତୀଙ୍କୁ କହିଲେ ମା’ ଦେଖ ଆମେ ଆଜି କଣ ନେଇକରୀ ଆସିଛୁ ।

ମା’ ଜିନିଷ କଣ ନଦେଖି ଭୁଲ ବଶତଃ ୫ ସମାନ ଭାଗ କରି ଉପଭୋଗ କରିବାକୁ କହିଥିଲେ । ଯେତେବେଳେ ମାତା କୁନ୍ତୀ ଦ୍ରୌପଦୀଙ୍କୁ ଦେଖିଥିଲେ ସେତେବେଳେ ସେ ଚିନ୍ତାରେ ପଡିଯାଇଥିଲେ । ନିଜ କଥାର ସତ୍ୟତା ରକ୍ଷା କରିବାକୁ ଯାଇ କହିଥିଲେ । ଏପରି କିଛି ଉପାୟ ବାହାର କର । ଯେଉଁ ଥିରେ ଦ୍ରୌପଦୀଙ୍କର କିଛି କ୍ଷତି ନହେବା ସହ ମୋ କଥା ମଧ୍ୟ ରହିବ ।

ଏହି କଥାର ଆଲୋଚନା ହେବା ସମୟରେ ରୁଷିବ୍ଯାସଦେବ କହିଥିଲେ କି ଗତ ଜନ୍ମରେ ଶିବଙ୍କ ଠାରୁ ଦ୍ରୌପଦୀ ଏହି ବର ପାଇଥିଲେ । ତାପରେ ରାଜା ଦ୍ରୁପଦଙ୍କ ନିସ୍ପତି ଅନୁସାରେ ପ୍ରଥମେ ବଡ ଭାଇ ଯୁଧିଷ୍ଟିରଙ୍କ ସହିତ ଦ୍ରୌପଦୀଙ୍କର ବିବାହ ହୋଇଥିଲା । ସେହି ରାତିରେ ଦ୍ରୌପଦୀ ଯୁଧିଷ୍ଟିରଙ୍କ ସହିତ ପତ୍ନୀ ଧର୍ମ ପାଳନ କରିଥିଲେ ।

ସେହିପରି ଭାବରେ ଭୀମ, ଅର୍ଜୁନ୍ମ ସହଦେବ ଓ ନକୁଳ ଏହିପରି ପଞ୍ଚୁପାଣ୍ଡବ ସହିତ ଜଣ ଜଣ କରି ବାହା ହେବା ସହିତ ତାଙ୍କ ସହିତ ରାତିରେ ପତ୍ନୀ ଧର୍ମ ପାଳନ କରିଥିଲେ । ଏହି ଠାରେ ପ୍ରଶ୍ନ ଉଠେକି ଦ୍ରୌପଦୀ ଜଣଙ୍କ ସହିତ ନିଜ ପତ୍ନୀ ଧର୍ମ ପାଳନ କରିସାରିବା ପରେ ଅନ୍ୟ ଜଣେ ପୁରୁଷ ସହିତ କିପରି ନିଜର ପତ୍ନୀ ଧର୍ମ ପାଳନ କରିପାରିବେ ।

ସେଥିପାଇଁ ପ୍ରଭୁ ଶିବଙ୍କ ତରଫରୁ ଯେତେବେଳେ ୫ ପତି ପାଇବାର ଦ୍ରୌପଦୀଙ୍କୁ ବର ଦେଇଥିଲେ, ସେହି ସମୟରେ ଏହା ମଧ୍ୟ କହିଥିଲେ ବର ମିଳିଥିଲା କି ପ୍ରତ୍ଯେକ ଥର ପତ୍ନୀ ଧର୍ମ ପାଳନ କରିସାରିବା ପରେ ଅନ୍ୟ ଜଣଙ୍କ ସହ ପତ୍ନୀଧର୍ମ ପାଳନ ସମୟରେ ଦ୍ରୌପଦୀ କୁଆଁରୀ ଅବସ୍ତାକୁ ଫେରିଆସିବେ । ଏହି କାରଣରୁ ଦ୍ରୌପଦୀଙ୍କର ୫ ପତି ଦ୍ରୌପଦୀଙ୍କୁ କୁଆଁରୀ ଅବସ୍ତାରେ ହିଁ ପାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *