କଣ ଆପଣ ସିଝା ଅଣ୍ଡା ଖାଉଛନ୍ତି କି ? ତେବେ ନିଶ୍ଚୟ ଥରେ ଜାଣି ରଖନ୍ତୁ ଏହି କଥା- Health Tips

ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଅଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାଦ୍ବାରା ଆମ ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ ।

ଅଣ୍ଡା ରେ ପ୍ରୋଟିନ ଏବଂ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ ଏବଂ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ଏବଂ ଏହା ଆମ ହାଡ଼ ଏବଂ ମାଂସପେଶୀ କୁ ମଜବୁତ କରିଥାଏ । କିନ୍ତୁ ଅଣ୍ଡା ଖାଇବାର କିଛି ନିୟମ ମଧ୍ୟ ରହିଥାଏ । ଅତ୍ୟଧିକ ମାତ୍ରାରେ ଅଣ୍ଡା ଖାଇବା ଦ୍ବାରା ଶରୀର ରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଦିନକୁ ସର୍ବାଧିକ କେତୋଟି ଅଣ୍ଡା ଖାଇବା ଉଚିତ ଏବଂ ଏହାଦ୍ବାରା ଆମ ଶରୀର କୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ଅଣ୍ଡା କୁ କେଶର ସହିତ ଖାଆନ୍ତି ତେବେ ଦିନକୁ ସର୍ବାଧିକ ଦୁଇଟି ଅଥବା ତିନୋଟି ଅଣ୍ଡା ରୁ ଅଧିକ ଖାଇବା ଉଚିତ ନୁହେଁ । ଅଧିକ ମାତ୍ରାରେ ଅଣ୍ଡା ଖାଇବା ଦ୍ବାରା ଏହା ଶରୀର ରେ ଅତ୍ୟଧିକ ପରିମାଣ ରେ କୋଲେଷ୍ଟ୍ରଲ ସୃଷ୍ଟି କରିଥାଏ । ଯାହାଦ୍ୱାରା ବ୍ଲକେଜ ହେବାର ସମ୍ଭାବନା ରହିଥାଏ । ଏହାଦ୍ବାରା ହାର୍ଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଦିନକୁ ସର୍ବାଧିକ ୨ ରୁ ୩ ଟି ଅଣ୍ଡା ଖାଇବା ଆବଶ୍ୟକ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ମାନଙ୍କୁ ଡାଇବେଟିସ ସମସ୍ୟା ରହିଛି ସେମାନେ ଦିନକୁ ଗୋଟିଏ ମାତ୍ର ଅଣ୍ଡା ଖାଇବା ଉଚିତ । ନଚେତ ଏହା ହାନିକାରକ ହୋଇପାରେ । ଯଦି ଆପଣ ଚାହିଁବେ ତେବେ ନିଜ ଡାକ୍ତର ଙ୍କ ସହ ପରାମର୍ଶ କରି ଏହାର ସେବନ କରି ପାରିବେ ।

୩. ବନ୍ଧୁଗଣ ତୃତୀୟତଃ, ଅଣ୍ଡା କୁ କିଛି ବ୍ୟକ୍ତି ଓଜନ ବଢ଼ାଇବା ପାଇଁ ଏବଂ କିଛି ବ୍ୟକ୍ତି ଓଜନ ଘଟାଇବା ପାଇଁ ବ୍ୟବହାର କରିଥାନ୍ତି । ଯେଉଁ ବ୍ୟକ୍ତି ନିଜର ଓଜନ ବଢାଇବାକୁ ଚାହାନ୍ତି ସେହି ବ୍ୟକ୍ତି ବ୍ରେକଫାଷ୍ଟ ରେ ଅଣ୍ଡା ଖାଇବା ଆବଶ୍ୟକ । ଏହା ତାଙ୍କ ପାଇଁ ଲାଭଦାୟୀ ହୋଇଥାଏ । ଏହାଦ୍ବାରା ସେମାନେ ଦିନ ସାରା ଏନର୍ଜେଟିକ୍ ରହିଥାନ୍ତି । ଯେଉଁ ବ୍ୟକ୍ତି ମାନେ ଓଜନ କମାଇବା କୁ ଚାହାନ୍ତି ସେହି ବ୍ୟକ୍ତି ଦିନକୁ ଗୋଟିଏ ଅଣ୍ଡା ହିଁ ଖାଇବା ଆବଶ୍ୟକ । କାରଣ ଏଥିରେ ଅଧିକ ପରିମାଣରେ କୋଲେଷ୍ଟ୍ରଲ ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କଞ୍ଚା ଅଣ୍ଡା କୁ ଖାଇଥାନ୍ତି । ସେମାନେ ଏହା ଭାବିଥାନ୍ତି ଯେ କ୍ଷୀର ରେ କଞ୍ଚା ଅଣ୍ଡା କୁ ଫେଣ୍ଟି ଖାଇବା ଦ୍ବାରା କ୍ଷୀର ର ଗୁଣ ବଢ଼ିଯାଏ । କିନ୍ତୁ ଏହା ଉଚିତ ନୁହେଁ । କାରଣ ଅଣ୍ଡା ଏକ ବ୍ୟାକ୍ଟେରିଆ ରହିଥାଏ । ଯାହାକୁ ସେଲମୋନେଲା କୁହାଯାଏ । ଯଦି ଆପଣ କଞ୍ଚା ଅଣ୍ଡା କୁ ଖାଆନ୍ତି ତେବେ ଏହା ଆପଣଙ୍କ ଶରୀର କୁ ପ୍ରବେଶ କରିଥାଏ । ଏହାଦ୍ବାରା ଆପଣ ଅସୁସ୍ଥ ହୋଇଥାନ୍ତି ଏବଂ ଏହା ପାଚନ କ୍ରିୟା ରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ କେବେବି କଞ୍ଚା ଅଣ୍ଡା ଖାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *