Krishna Vani- ସଚ୍ଚା ପ୍ରେମ କରୁଥିବା ଲୋକଙ୍କୁ ଏହି 3 ଟି ଲକ୍ଷଣରୁ ଚିହ୍ନନ୍ତୁ

ନମସ୍କାର ବନ୍ଧୁଗଣ, ପ୍ରେମ ଏକ ଏମିତି ଶବ୍ଦ ଯାହା ଦେଖା ଯାଉନଥିଲେ ମଧ୍ୟ ପରସ୍ପରକୁ ବାନ୍ଧି ରଖିଥାଏ । ପ୍ରେମ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ଅଟେ । ଥରେ କେହି ପ୍ରେମରେ ପଡିଲେ ସହଜରେ ନିଜ ପ୍ରେମ ଏବଂ ସାଥୀଙ୍କୁ ଛାଡି ପାରନ୍ତି ନାହିଁ । କିନ୍ତୁ ଆଜିର ଏହି ଧୋକେବାଜ ଦୁନିଆରେ ପ୍ରାୟ ପ୍ରେମ ସମ୍ପର୍କ ଧୋକା ପାଇଁ ଭାଙ୍ଗୁଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସଚ୍ଚା ପ୍ରେମ କାରୁଥିବା ବ୍ୟକ୍ତିଙ୍କର କିଛି କଥାରୁ କିପରି ଆପଣ ପ୍ରକୃତ ପ୍ରେମର ପରିଚୟ ପାଇବେ ।

ପ୍ରଥମ: ଯଦି ଆପଣଙ୍କ ପ୍ରେମୀ ଆପଣଙ୍କୁ ଏହା କହିଥାନ୍ତି କି ଭଲ ପାଇବାରେ ରାଗର କୌଣସି ସ୍ଥାନ ନାହିଁ । ପ୍ରକୃତ ଭଲ ପାଉଥିବା ପ୍ରେମୀ କେବେ ମଧ୍ୟ ରାଗି ନଥାଏ । ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ ବାରମ୍ବାର ରାଗୁଛନ୍ତି ରୁଷୁଛନ୍ତି ତେବେ ଆପଣଙ୍କୁ ଲାଗିଥାଏ ସିଏ ମୋ ଉପରେ ଏତେ ରାଗୁଛନ୍ତି ମାନେ ସିଏ ମତେ ପ୍ରକୃତରେ ଭଲ ପାଉନାହାନ୍ତି । କିନ୍ତୁ ଜାଣି ରଖନ୍ତୁ ରାଗ ଏବଂ ଅହଂ ଭାବ ମଧ୍ୟରେ ଅନ୍ତର ଥାଏ ।

ଭଲ ପାଇବାରେ ରାଗିବା ରୁଷିବା ସ୍ଵାଭାବିକ କଥା । କିନ୍ତୁ ଭଲ ପାଇବା ଭିତରେ ଅହଂକାର ଆସିଯିବା ଅର୍ଥ ତାହା ପ୍ରକୃତ ଭଲ ପାଇବା ନୁହେଁ । କିଛି ଲୋକ ଏପରି ଅହଙ୍କାରୀ ଅଛନ୍ତି ଯେଉଁମାନେ କି ଭୁଲ ହେବା ପରେ ମଧ୍ୟ କ୍ଷମା ମାଗନ୍ତି ନାହିଁ । ନିଜର ଭୁଲ ଏବଂ ହାର କୁ କେବେ ମଧ୍ୟ ସ୍ଵୀକାର କରନ୍ତି ନାହିଁ । ସେ ଆପଣଙ୍କୁ ନିଚ୍ଚା ଦେଖାଇବା ପାଇଁ ବହୁତ ଚେଷ୍ଟା କରିବେ । ତେଣୁ ମନେ ରଖନ୍ତୁ ଅହଂକାର ଥିବା ବ୍ୟକ୍ତି କେବେ ମଧ୍ୟ ପ୍ରକୃତ ପ୍ରେମୀ ନୁହନ୍ତି ।

ଦିତୀୟ: ଲୋକଙ୍କୁ ଲାଗିଥାଏ ପ୍ରକୃତ ଭଲ ପାଇବାରେ କୌଣସି ବନ୍ଧନ ନଥାଏ । ଜଣଙ୍କୁ ବାନ୍ଧି ରଖିବା ଏବଂ ଜଣଙ୍କ ଯତ୍ନ ନେବା ମଧ୍ୟରେ ଫରକ ଥାଏ । ବନ୍ଧନର ଅର୍ଥ ହେଉଛି ସବୁ କଥାରେ ରୋକ ଟୋକ ଲଗାଇବା । ଯତ୍ନର ଅର୍ଥ ହୋଇଥାଏ ଆପଣଙ୍କ ସବୁ କଥାର ଧ୍ୟାନ ସିଏ ରଖନ୍ତି ଆପଣଙ୍କ ଖରାପ ଭଲ କଥା ସିଏ ଭାବନ୍ତି ।

ଯଦି ଆପଣଙ୍କ ସାଥି ଆପଣଙ୍କ ଭଲ ପାଇଁ ଆପଣଙ୍କୁ କୌଣସି କାମ କରିବା ପାଇଁ ଅଟକାଇ ଥାଏ ତେବେ ତାହା ପ୍ରକୃତ ପ୍ରେମିର ପରିଚୟ ହୋଇଥାଏ । ଯଦି କେହି ବିନା କାରଣରେ ସବୁ କଥାରେ ରୋକ ଟୋକ ଲଗାଏ ତେବେ ତାହା ପ୍ରକୃତ ପ୍ରେମ ନୁହେଁ ତାହା ବନ୍ଧନ ଅଟେ ।

ତୃତୀୟ: ଭଲ ପାଇବାରେ ଶାରୀରିକ ସମ୍ପର୍କର ମଧ୍ୟ ଗୁରୁତ୍ଵ ରହିଛି । ଯଦି ଆପଣଙ୍କ ସାଥି ଆପଣଙ୍କ ସହ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି ତାହା ସ୍ଵାଭାବିକ କିନ୍ତୁ ଯଦି ସିଏ କେବଳ ଏହିସବୁ କଥା ବାର୍ତ୍ତା ସବୁବେଳେ ଚାହୁଁଥାନ୍ତି ଏବଂ ସବୁବେଳେ ଆପଣଙ୍କୁ ଏହିସବୁ ପାଇଁ ବାଧ୍ୟ କରୁଥାନ୍ତି ତେବ ଏହା ପ୍ରକୃତ ପ୍ରେମ ହୋଇନଥାଏ । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *