୧- ଯେଉଁ ମାନଙ୍କ ର ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କୁ କେବେ ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ ଏବଂ ମିଳିଥିବା ସମ୍ମାନ ମଧ୍ୟ ନଷ୍ଟ ହୋଇ ଯାଇଥାଏ ।
୨- ଯେଉଁ ମାନଙ୍କ ର ଖାଇ ସାରିବା ପରେ ଅଇଁଠା ବାସନ ଛାଡିବା ଅଭ୍ୟାସ ଥାଏ ସେମାନଙ୍କ ର ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇ ଯାଇଥାଏ । କିମ୍ବା ସଫଳତା ହାସଲ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ୩- ଯେଉଁ ମାନଙ୍କ ର ସୂର୍ଯ୍ୟ ଉଦୟ,ସୂର୍ଯ୍ୟ ଅସ୍ତସମୟରେ ଏବଂ ଦିନ ବାରଟା ରେ ଖାଇବା,ଶୋଇବା କିମ୍ବା ଝଗଡା କରିବାର ଅଭ୍ୟାସ ଥାଏ ସେମାନଙ୍କ ର ଦୁର୍ଭାଗ୍ୟ ଏବଂ ଦରିଦ୍ରତା ବୃଦ୍ଧି ହୋଇଥାଏ ।
୪-ଯେଉଁ ମାନଙ୍କ ର ଅମାବାସ୍ୟା ଦିନ ମାଂସ,ମଦ ଖାଇବାର ଅଭ୍ୟାସ ଥାଏ ସେମାନଙ୍କ ର ଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦିଏ ଏବଂ ଦରିଦ୍ରତା ବୃଦ୍ଧି ପାଇଥାଏ ।
୫- ଯେଉଁ ପରିବାର ରେ ବାହାର ଆସୁଥିବା ଲୋକ ମାନଂକୁ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଏ ସେ ପରିବାର ପ୍ରତି ରାହୁ ଙ୍କ ଅଶୁଭ ପ୍ରଭାବ ପଡି ନଥାଏ ଏବଂ ପରିବାରର ମଙ୍ଗଳ ହୋଇଥାଏ ।
୬- ଯେଉଁ ବ୍ୟକ୍ତି ମାନେ ଦାନ୍ତ ରେ ନଖ ଛିଡାନ୍ତି ଏବଂ ଖାଇ ସାରିବା ପରେ ଥାଳି ରେ ହାତ ଧୋଇବା ଅଭ୍ୟାସ ରଖିଥାନ୍ତି ଏହି ଅଭ୍ୟାସ ସେମାନଂକୁ ଦାରିଦ୍ର୍ୟତା ପାଖକୁ ନେଇ ଆସିଥାଏ ।
୭- ଯେଉଁ ମାନଙ୍କର ମଙ୍ଗଳବାର, ଗୁରୁବାର, ଶନିବାର, ଏକାଦଶୀ ,ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ପୂର୍ଣ୍ଣିମା ରେ ବାଳ କାଟିବା ଅଭ୍ୟାସ ଥାଏ ସେମାନଙ୍କୁ ଘୋର ଦରିଦ୍ରତା ପ୍ରାପ୍ତ ହୋଇଥାଏ ।
୮- ଖାଇବା ସମୟରେ ଖାଦ୍ୟ ପଦାର୍ଥ ରୁ ଚୁଟି ବାହାରିବା ଅମଙ୍ଗଳ ହୋଇଥାଏ ଏବଂ ଏହା ରୋଗର କାରଣ ମଧ୍ୟ ହୋଇଥାଏ ।
୯- ଯେଉଁ ମାନଙ୍କ ର ବାରମ୍ବାର ଚୁଟି ଛୁଇଁବା କିମ୍ବା ହାତ ମାରିବା ର ଖରାପ ଅଭ୍ୟାସ ଥାଏ ସେମାନଙ୍କ ର ବହୁତ ଅମଙ୍ଗଳ ହୋଇଥାଏ ।
୧୦- ଯେଉଁ ବ୍ୟକ୍ତି ମାନେ ଚୁଟି ନବାନ୍ଧି ଖୋଲା ରଖିବାର ଖରାପ ଅଭ୍ୟାସ ରଖିଥାନ୍ତି ଏହା ସେମାନଙ୍କ ପାଇଁ ଅଶୁଭ ଅଟେ । ଚୁଟି ବାନ୍ଧିବା ଦ୍ୱାରା ଶୁଭ ହେବା ସହ ଚେହେରା ରେ ଚମକ ଆସିଥାଏ ।
୧୧- ଘରେ ଠାକୁର ପୂଜା କରିବା ସମୟରେ ସ୍ତ୍ରୀ ଏବଂ ପୁରୁଷ ଉଭୟ ନିଜ ମୁଣ୍ଡ କୁ ଖାଲି ରଖି ପୂଜା କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ତେଣୁ ମୁଣ୍ଡ ରେ ଲୁଗା ଦେଇ ପୂଜା କରିବା ଉଚିତ ।
୧୨- ଯେଉଁ ମାନଙ୍କ ର ରାତିରେ ମୁଣ୍ଡ କୁଣ୍ଡାଇ ବାର ଖରାପ ଅଭ୍ୟାସ ଥାଏ ସେମାନଙ୍କ ର ଅମଙ୍ଗଳ ହୋଇଥାଏ ଏବଂ ମୁଣ୍ଡ କୁଣ୍ଡାଇବା ବେଳେ କାଠ ପାନିଆ ବ୍ୟବହାର କରିବା ଉଚିତ ।
୧୩- ଚୁଟି କୁଣ୍ଡାଇବା ସମୟରେ ହାତରୁ ପାନିଆ ଖସିଗଲେ ଅଶୁଭ ହୋଇଥାଏ ଏବଂ କାନରେ ଚୁଟି ଉଠିବା ମଧ୍ୟ ଅଶୁଭ ହୋଇଥାଏ ।
୧୪- ଯେଉଁ ଲୋକମାନେ ଉଠିଲା ପରେ ଅସଜଡ଼ା କରି ଛାଡ଼ନ୍ତି ସେମାନଂକୁ ଦିନ ସାରା ବହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନ୍ୟ ମାନଂକୁ ଅଶାନ୍ତି ମଧ୍ୟ କରନ୍ତି ।
୧୫- ଗାଧୋଇବା ସମୟରେ ପାଦ କୁ ଭଲ ଭାବରେ ସଫା କରିବା ଉଚିତ ଏବଂ ବାହାରକୁ ଆସି ଭଲ ଭାବରେ ପୋଛିବା ଦ୍ୱାରା ମନ ସ୍ଥିର ରହିଥାଏ ଏବଂ କ୍ରୋଧ କମିଥାଏ ।
୧୬- ଘରକୁ ଫେରିଲା ବେଳେ କିଛି ନାକିଛି ଜିନିଷ ସଙ୍ଗରେ ନେଇ ଆଣିବା ଉଚିତ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଏବଂ ଧନ ବୃଦ୍ଧି ମଧ୍ୟ ହୁଏ ।
୧୭- ଯେଉଁ ଲୋକମାନେ ଅଳ୍ପ କିଛି ହେଲେ ଔଷଧ ଖାଇଥାନ୍ତି ସେମାନଙ୍କ ର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇ ଥାଏ ତେଣୁ ସର୍ଵଦା ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ ।
୧୮- ଯେଉଁ ବ୍ୟକ୍ତି ମାନଙ୍କ ର ସକାଳୁ ଜଳଖିଆ ନ ଖାଇ ଚ ପିଇବାର ଅଭ୍ୟାସ ଥାଏ ସେମାନଙ୍କ ର ହଜମ ଶକ୍ତି ଦୁର୍ବଳ ହୋଇଥାଏ ।
୧୯- ଯେଉଁ ବ୍ୟକ୍ତି ମାନଙ୍କ ର ଗରମ ପାଣିରେ ଗାଧୋଇବାର ଅଭ୍ୟାସ ରହିଥାଏ ସେମାନଙ୍କ ଚୁଟି ଝଡ଼ିବା ସହିତ ଆଖି ମଧ୍ୟ ଖରାପ ହୋଇଥାଏ ।
୨୦- ଯେଉଁ ବ୍ୟକ୍ତି ମାନେ ଘରକୁ ଆସି ଜୋତା ଏବଂ ଚପଲ ଏଠି ସେଠି ଫୋପାଡ଼ି ଥାଆନ୍ତି ସେମାନଙ୍କ ର ଶତ୍ରୁ ବୃଦ୍ଧି ହୋଇଥାଏ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।