ଭିଟାମିନ B12 ଅଭାବରେ ଶରୀରରେ ଦେଖାଦିଏ କେଉଁ ସବୁ ସମସ୍ଯା ? ଜାଣନ୍ତୁ Dr V. K. Mishra ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଶରୀର ପାଇଁ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ ର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ଭିଟାମିନ B12 ର ଆବଶ୍ୟକତା ମଧ୍ୟ ଶରୀରରେ ବହୁ ମାତ୍ରା ଦରକାର ହୋଇଥାଏ । କାରଣ ଭିଟାମିନ B12 ଆମ ଶରୀର ବହୁ ଉପକର ସାଧିତ  କରିଥାଏ । ଏହାର ଅଭାବରେ ଶରୀରରେ ପ୍ରଥମେତଃ ଦୁର୍ବଳତା ଅନୁଭବ ହୋଇଥାଏ । ଏହା ସହିତ ହାତ ଓ ଗୋଡରେ ଝିମ୍ ଝିମ୍ ହେବା ସହିତ ବହୁତ ପ୍ରକାର ଲକ୍ଷଣ ପ୍ରକାଶ କରିଥାଏ ।

ଶରୀରରେ DNA ପ୍ରଡ଼କସାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । DNA ଶରୀରର ଜେନେଟିକ କୋଡ୍ ହୋଇଥାଏ । ଯାହା ଥିବା ଯୋଗୁ ବଂଶାନୁଗତର ପରିଚୟ ମିଳିଥାଏ ।ଶରୀରରେ ଭିଟାମିନ B12ର ସବୁଠାରୁ ପ୍ରମୁଖ କାର୍ଯ୍ୟ ହେଉଛି ଏହା ଶରୀରରେ ହୋମୋସିଟିନ କୁ କମାଇବାରେ ସାହାଜ୍ଯ କରିଥାଏ ।

ଯଦି ଏହା କମ୍ ନହେଲେ ଏହା ଶରୀରରେ ଅଟୋମେଟିକ କେମିକାଲ୍ ସୃଷ୍ଟି କରିଥାଏ । ଯାହା ଶରୀର ପକ୍ଷେ ହାନିକରକ ହୋଇଥାଏ । ଭିଟାମିନ B12 ର ଅଭାବରେ ଶରୀରରେ ଏନିମିଆ ହେବାର ସମ୍ଭାବନା ବହୁତ ଅଧିକା ମାତ୍ରାରେ ବଢାଇ ଦେଇଥାଏ ।ଭିଟାମିନ B12ର ଅଭାବରେ ପେରିଫେରାଲ ନ୍ୟୁରୋପଥି ସମସ୍ୟା ଆସିଥାଏ ।

ନର୍ଭ ଧୀରେ ଧୀରେ କରି ଡାମେଜ ହେବାକୁ ଲାଗିଥାଏ । ଯଦି ଶରୀରରେ ଭିଟାମିନ B 12ର ଅଭାବ ଶରୀରରେ ଦେଖାଯାଇଥାଏ । ତେବେ ସ୍ନାୟୁ ଧୀରେ ଧୀରେ ନଷ୍ଟ ହୋଇଯାଇଥାଏ । ଭିଟାମିନ B12ର ଅଭାବରେ ଧୀରେ ଧୀରେ କରି ସ୍ମରଣ ଶକ୍ତି ହ୍ରାସ ପାଇବା ସହ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଯାହାକୁ ଡେମେନଟିଆ କୁହାଯାଇଥାଏ ।

ଏହା ହେବା ଯୋଗୁ ବ୍ୟକ୍ତି ଛୋଟ ଛୋଟ କଥାକୁ ସହଜରେ ମାନେ ରଖିପାରିନଥାଏ । ସଙ୍ଗେ ସଙ୍ଗେ ଶୁଣିଥିବା କଥାକୁ କିଛି ସମୟ ମଧ୍ୟରେ ଭୁଲାଇ ଦେଇଥାଏ । କୌଣସି କଥାକୁ ଠିକ ନିସ୍ପତି ନେବାରେ କଷ୍ଟ ହେବା । ସମାସନ୍ୟତମ ଡିପ୍ରେସାନ ଆସି ମାନସିକ ଷ୍ଟ୍ରେସ ହେବାରେ ସମ୍ଭାବନା ରହିଥାଏ । ବ୍ୟକ୍ତି ମସ୍ତିସ୍କରେ ଷ୍ଟ୍ରୋକ ମାରିବାର ଅନେକ କାରଣ ରହିଥାଏ । ଶରୀରରେ ଭିଟାମିନ B12ର ଅଭାବ ମଧ୍ୟ ବ୍ରେନ ଷ୍ଟ୍ରୋକ ମାରିବାର ଏକ କାରଣ ହୋଇଥାଏ ।

ଅଣ୍ଟାର ମଧ୍ୟ ଭାଗରେ ରହିଥିବା ସ୍ପାଇନାଲ କର୍ଡ଼କୁ ସୁରକ୍ଷା ଦେବା ପାଇଁ ଯେଉଁ ଆବରଣ ରହିଥାଏ । ସେଥିପାଇଁ ଭିଟାମିନ B12 ର ଆବଶ୍ୟକତା ରହିଛି। ତେଣୁ ଭିଟାମିନ ଅଭାବ ଯୋଗୁ ସ୍ପାଇନାଲ କାର୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇବ ।

ଭିଟାମିନ B12 ଅଭାବରୁ ଜିଭରେ ଧଳା ଧଳା ଚିହ୍ନ ହେବ ସହିତ କୌଣସି ଖାଦ୍ୟ ଖାଇବା ସମୟରେ ଜିଭରେ ଅଧିକ ମାତ୍ରାରେ ରାଗ ଅନୁଭୂତ ହୋଇଥାଏ । ଶରୀରରେ ଭିଟାମିନ B12 ଅଭାବରୁ ଏହି ସବୁ ଲକ୍ଷଣମାନ ପ୍ରକାଶ ପାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *