Health Tips- ୟୁରିକ ଏସିଡ (Uric Acid) ବଢିଗଲେ କଣ ଖାଇବେ ଓ କଣ ଖାଇବେନି ? ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ଆଜିକାଲିର ସମୟରେ ଅନେକ ଲୋକ ୟୁରିକ ଏସିଡ ସମସ୍ଯା ଦେଇ ଗତି କରୁଥିବାର ଦେଖା ଯାଉଛନ୍ତି । କିଛି ଲୋକଙ୍କୁ ୟୁରିକ ଏସିଡ ପାଇଁ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ମଧ୍ୟ ଭୋଗ କରୁଛନ୍ତି । ୟୁରିକ ଏସିଡ ଏକ ପଦାର୍ଥ ହୋଇଥାଏ, ଯାହାକି ଶରୀରରେ ଥିବା ମେଟାବୋଲିଯମ ରୁ ଉତ୍ପନ ହୋଇଥାଏ । ଏହା କ୍ଦିନୀ ଦ୍ଵାରା ଫିଲ୍ଟର ହୋଇ ଶରୀରରୁ ସାଧାରଣତଃ ବାହାରି ଯାଇଥାଏ ।

ଯାହାକି ଶରୀରରୁ ବାହାରିଯିବା ଶରୀର ପାଇଁ ଭଲ ହୋଇଟାହେ । କିନ୍ତୁ ଯଦି ଏହା ଶରୀରରୁ ବାହାରି ନ ପାରେ ତେବେ ଏହା ଶରୀର ପାଇଁ ହାନିକରକ ହୋଇଥାଏ । ଯଦି କେହି ବ୍ୟକ୍ତି ର ଶରୀରରେ ୟୁରିକ ଏସିଡ ଜମା ହୋଇ ରହିଥାଏ ତେବେ ସେହି ବ୍ୟକ୍ତି କୁ ଜୀବନରେ ଭିନ୍ନ ଭିନ୍ନ ସମସ୍ଯା ଭୋଗ କରିବାକୁ ପଡିଥାଏ ।

ସାଧାରଣତଃ ଏହି ଏସିଡ ପୁଅ ମାନଙ୍କ ଠାରେ ଝିଅ ମାନଙ୍କ ଅପେକ୍ଷା କିଛି ମାତ୍ର ରେ ଅଧିକ ଥାଏ । ୟୁରିକ ଏସିଡ ଯଦି ଶରୀରରେ ଅଳ୍ପ କିଛି ମାତ୍ରା ରେ ବଢିଥାଏ ତେବେ ସେହି କ୍ଷେତ୍ରରେ ବେଶି କିଛି ଭୟ ରହି ନଥାଏ । କିନ୍ତୁ ଯଦି ଏହା ଶରୀରରେ ଅଧିକ ମାତ୍ରାରେ ବଢିଯାଏ ତେବେ ଏହା କାରଣ ରୁ ବ୍ୟକ୍ତି କୁ କିଡନୀ ଷ୍ଟୋନ ଭଳି ରୋଗ ର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ ।

କାରଣ ଏହି ଏସିଡ ଶରୀରରେ ରକ୍ତ ମାଧ୍ୟମେ କିଡନୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଏହାଛଡା ଶରୀରରେ ଭିନ୍ନ ପ୍ରକାରର ଗଣ୍ଠି ଜନିତ ସମସ୍ଯା, ଆଣ୍ଠୁ ବିନ୍ଧା, ସ୍ଥାନ ସ୍ଥାନ ରେ ଶରୀରର ଭିତରେ ଟେଳା ପଡି ରହିଯିବା ବା ଫୁଲି ଯନ୍ତ୍ରଣା ଅନୁଭବ ହେଲା ପରି ସମସ୍ଯା ମାନ ମଧ୍ୟ ଉତ୍ପନ ହୋଇଥାଏ । ସାଧାରଣତଃ ୟୁରିକ ଏସିଡ ପାଇଁ ସେପରି କିଛି ବିଶେଷ ଡାଏଟ ନଥାଏ । କିନ୍ତୁ ଯଦି କେହି ପାଣି ପ୍ରଚୁର ମାତ୍ରାରେ ପାଣି ପି’ଥାନ୍ତି ।

ସେମାଙ୍କ ଠାରେ ୟୁରିକ ଏସିଡ ଭଳି ସମସ୍ଯା ମାନ ଦେଖା ଯାଇନଥାଏ । ଏହାଛଡା ଭିଟାମିନC ଯୁକ୍ତ ଖାଦ୍ୟ ଓ ଭିନ୍ନ ପ୍ରକାରର ଫଳ ଆଦି ଖାଇବା ଦ୍ଵାରା ମଧ୍ୟ ଶରୀରରେ ୟୁରିକ ଏସିଡ ଭଳି ସମସ୍ଯା ମାନ ଦେଖା ଦେଇଥାଏ । ଅଧିକ ମାତ୍ର ରେ ସି ଫୁଡ, କଲିଜା, ମଟନ, ଚିଙ୍ଗୁଡି ଆଦି ଏହି ଭଳି ଖାଦ୍ୟ ଖାଇବା ଦ୍ଵାରା ୟୁରିକ ଏସିଡ ର ମାତ୍ର ଶରୀରରେ ବଢିବାର ସମ୍ଭାବନା ଅଧିକ ଥାଏ ।

ଯଦି କୌଣସି ବ୍ୟକ୍ତି ର ଶରୀର ରେ ୟୁରିକ ଏସିଡ ର ମାତ୍ରା ଅଧିକ ଥାଏ, ସେହି ବ୍ୟକ୍ତି ମାନେ ସବୁ ଖାଦ୍ୟ କୁ ଏକ ନିର୍ଦ୍ଧିଷ୍ଟ ମାତ୍ରରେ ଖାଇବା ଉଚିତ । ଡାଲି ମଧ୍ୟ ଅତ୍ୟଧିକ ଖାଇବା ଠିକ ହୋଇ ନଥାଏ । ସମସ୍ତ ଖାଉଥିବା ଖାଦ୍ୟ କୁ ଏକ ଶୃଙ୍ଖଳିତ ଭାବରେ ଖାଇବା ସହ ପାଣି ପ୍ରଚୁର ମାତ୍ରା ରେ ପିଇବା ଉଚିତ । ଏହା ଦ୍ଵାରା ୟୁରିକ ଏସିଡ ଭଳି ରୋଗ ସମସ୍ୟାର କୌଣସି ଭୟ ରହି ନଥାଏ ।

ତେବେ ବନ୍ଧୁଗଣ ଯଦି ଆପଣ ଙ୍କ ଶରୀରରେ ୟୁରିକ ଏସିଡ ର ମାତ୍ରା ଅଧିକ ଥିଲେ ଆପଣ ମାନେ ନିଜର ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହାଛଡା ନିଶ୍ଚୟ ଡକ୍ଟରଙ୍କ ସହ ମଧ୍ୟ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ  

Leave a Reply

Your email address will not be published. Required fields are marked *