ଜୀବନରେ ଖୁସିରେ ରହିବାକୁ ହେଲେ ଖରାପ ଲୋକଙ୍କର ଏହି ୭ ଟି ଲକ୍ଷଣ ଆଜି ହିଁ ଜାଣି ରଖନ୍ତୁ, ଜୀବନାରେ ଜମା ଧୋକା ଖାଇବେନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଧରା ପୃଷ୍ଟରେ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳିଥାନ୍ତି । ସମସ୍ତ ଲୋକଙ୍କର ଚାଲିଚଳନୀ, କଥାବାର୍ତ୍ତା ଓ ଭାବଢଙ୍ଗୀ ଏକା ପ୍ରକାରରର ହୋଇନଥାଏ । ତଥାପି ମନୁଷ୍ୟ କିଛି ନା କିଛି ସମ୍ପର୍କରେ ଅନ୍ୟ ଜଣେ ମନୁଷ୍ୟ ସାହିର ବାନ୍ଧି ହୋଇ ରହିଥାଏ। ସେହି ସବୁ ସମ୍ପର୍କକୁ ନେଇ ବ୍ୟକ୍ତି ତା’ ଜୀବନରେ ଆଗକୁ ବଢିଥାଏ । ଆଜି ଆପଣ କେଉଁ ୭ ବ୍ୟକ୍ତି ଠାରୁ ଦୂରେଇ ରହିବେ ସେହି ବିଷୟରେ ଆଲୋଚନା କରିବା ।

ପ୍ରଥମେ ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ କିଛି ଆଶା ଆକାଂକ୍ଷା ନେଇ ସମ୍ପର୍କ ସ୍ଥାପନ କରିଥାଏ । ସେଭଳି ବ୍ୟକ୍ତି ଠାରୁ ସର୍ବଦା ଦୂରତା ରକ୍ଷା କରିବା ଉଚିତ। କାରଣ ସେହି  ବ୍ୟକ୍ତି ସବୁବେଳେ ନିଜ ସ୍ଵାର୍ଥ ପାଇଁ ଅନ୍ୟ ସହିତ ସମ୍ପର୍କ ଯୋଡି ହୋଇ ରହିଥାନ୍ତି । ତାଙ୍କ ଆଗରେ ସମ୍ପର୍କର ମୂଲ୍ୟ କିଛି ନଥାଏ । ଏଭଳି ବ୍ୟକ୍ତି ସ୍ଵାର୍ଥ ହାସଲ କରିସାରିବା ପରେ ସମ୍ପର୍କକୁ ଗୋଡରେ ଆଡେଇ ଚାଲି ଯାଇଥାନ୍ତି ।

ଦିତୀୟରେ ଏଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ । ଯେଉଁ ବ୍ୟକ୍ତି ମାନେ ସବୁବେଳେ ଅନ୍ୟ କାହା କଥା ନେଇ ଅନ୍ୟ କାହା ସହିତ ସର୍ବଦା ବାର୍ତ୍ତାଳାପ କରିଥାନ୍ତି । ଏଭଳି ଲୋକ କେବେ ମଧ୍ୟ କାହାରି ହୋଇପାରିନଥାନ୍ତି । ତୃତୀୟ ଏପରି ବ୍ୟକ୍ତି ଠାରୁ ସବୁବେଳେ ଦୂରେଇ ରୁହନ୍ତୁ । ଯିଏ ସର୍ବଦା ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚାହୁଁଥିବ ।

ମିଠା ମିଠା କଥା ମନ କିଣି ନେଉଥିବା ସତ କିନ୍ତୁ ସେ କଥା ପଛରେ ତାର ଖରାପ କାମନା ଲୁଚି ରହିଥିବ । ଚତୁର୍ଥରେ ଏଭଳି ବ୍ୟକ୍ତି ଠାରୁ ଦୂରେଇ ରୁହନ୍ତୁ।ଯେଉଁ ମାନେ ଆପଣଙ୍କ ସୁଖ ସମୟରେ ସାଥିରେ ରହୁଥିବା ସତ୍ବେ ଆପଣଙ୍କ ଅସୁବିଧା ସମୟରେ କିଛି ନା କିଛି ବାହାନା କରି ନିଜକୁ ଆପଣଙ୍କ ଠାରୁ ଦୂରେଇ ରଖୁଥିବ । ପଞ୍ଚମରେ ଏପରି ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଯେଉଁ ମାନେ ଆପଣଙ୍କ ସାଥିରେ ଭଲ ସମୟରେ ହସ ଖୁସି କରୁଥିବେ । କିନ୍ତୁ ତାଙ୍କ ଖୁସିରେ ଆପଣଙ୍କୁ ସାମିଲ କରୁନଥିବେ । ଆପଣଙ୍କୁ ତାଙ୍କ ଭଲ ସମୟରେ ଦୂରେଇ ଦେବା ପାଇଁ ଚେଷ୍ଟା କରୁଥିବେ । ସେଭଳି ବ୍ୟକ୍ତି ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଷଷ୍ଠରେ ସେଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ । ଯେଉଁ ବ୍ୟକ୍ତି ସବୁବେଳେ ନିଜ ସ୍ଵାର୍ଥ ବିଷୟରେ ଚିନ୍ତା କରୁଥିବ ।

ଯେତେବେଳେ ଆପଣଙ୍କ ସାଥିରେ ଦେଖା ହେଉଥିବା କେବଳ ତା’ ର ଭଲ ମନ୍ଦ କଥା ଆଲୋଚନା କରୁଥିବ । ଆପଣଙ୍କ ମତ ରଖିବାକୁ  ଦେଉନଥିବ । ସପ୍ତମରେ ଯେଉଁ ବ୍ୟକ୍ତିଙ୍କ ଠାରୁ ଆପଣ ଉପଯୁକ୍ତ ସମ୍ମାନ ପାଉନାହାନ୍ତି । ସେଭଳି ବ୍ୟକ୍ତି ଯେତେ ଧନୀ ହୋଇଥାଉ ସେମିତିକା ବ୍ୟକ୍ତି ଠାରୁ ଦୂରରେ ରହିବା ହିଁ ଆପଣଙ୍କ ପକ୍ଷେ ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *