Tula Rashi, Rasifala 2023- ନୂଆ ବର୍ଷ 2023 ନେଇ କରି ଆସୁଛି ଆପଣଙ୍କ ପାଇଁ 4 ଖୁସି ଖବର ! ଜୀବନରେ ଆସିବ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଶି ମାନଙ୍କର ପ୍ରତ୍ଯେକଟି ବ୍ୟକ୍ତିର ଜୀବନରେ ବହୁତ କିଛି ଭୂମିକା ରହିଥାଏ । ତେଣୁ ନବବର୍ଷ ୨୦୨୩ ର ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ସଂପୂର୍ଣ୍ଣ ବାର୍ଷିକ ରାଶିଫଳ ବିଷୟରେ ଆଲୋଚନା କରିବା । ଏହି ରାଶିର ଲୋକ ମାନେ ନିଜର ସବୁବେଳେ ଏକ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରତ୍ଯେକଟି କାର୍ଯ୍ୟକୁ ଭାବି ଚିନ୍ତି କରିବାକୁ ପସନ୍ଦ କରିଥାନ୍ତି ।

ଅନ୍ୟ କାହା କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରନ୍ତି ନାହିଁ । ତୁଳା ରାଶିର ଶୁଭ ରଙ୍ଗ ହେଉଛି ଧଳା । ଶୁଭ ବାର ହେଉଛି ଶୁକ୍ରବାର । ରାଶିର ଶୁଭ ଦେବତା ହେଉଛନ୍ତି କୁବେର ଦେବତା । ଶୁଭ ସଂଖ୍ୟା ହେଉଛି ୬, ୧୫ ଓ ୨୪ । ଯଦି ୨୦୨୩ ବର୍ଷର ତୁଳା ରାଶିଙ୍କର ବିଷୟରେ କହିବା । ତେବେ ୨୦୨୩ ବର୍ଷଟି ତୁଳା ରାଶି ପାଇଁ ଅନୁକୂଳ ରହିବ ।

୨୦୨୩ ବର୍ଷଟି ତୁଳା ରାଶିଙ୍କ ପାଇଁ ଆର୍ଥିକ ଦ୍ରୁଷ୍ଟି କୋଣରୁ ଭଲ ରହିବ । ଉଭୟ କାର୍ଯ୍ୟ ବ୍ୟବସାୟ କ୍ଷେତ୍ର ଦ୍ରୁଷ୍ଟିରୁ ବର୍ଷଟି ଭଲ ରହିବ । ବର୍ଷ ଆରମ୍ଭରୁ କିଛି ମାତ୍ରାରେ କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ । ତାପରେ ଆର୍ଥିକ ସ୍ଥିତି ଠିକ ହୋଇଯିବ । ଆପଣ ନିଜର ଶାରୀରିକ ଓ ମାନସିକ ଦକ୍ଷତା ଦ୍ରୁଷ୍ଟିରୁ ନିଜର କାର୍ଯ୍ୟକୁ କରନ୍ତୁ । ଦେଖିବେ ଆର୍ଥିକ ବହୁତ କିଛି ଉନ୍ନତି ମଧ୍ୟ ହୋଇବ ।

ପାରିବାରିକ ଦ୍ରୁଷ୍ଟି କୋଣରୁ ମଧ୍ୟ ୨୦୨୩ ବର୍ଷଟି ଭଲ ରହିବ । ତୁଳା ରାଶିର ଅବିବାହିତ ଲୋକଙ୍କ ମଧ୍ୟରୁ କେତେକଙ୍କର ବିବାହର ଯୋଗ ଫିଟିବ । ଏହା ସହିତ ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ଏହି ବର୍ଷ ପାରିବାରିକ କ୍ଷେତ୍ରରେ କିଛି ଉତ୍ସବ ଅନୁଷ୍ଟିତ ହେବାର ସମ୍ଭାବନା ରହୁଛି । ଘରେ ପାରିବାରିକ ସମ୍ପର୍କ ଭଲ ରହିବ ।

ପ୍ରେମ ଓ ବୈବାହିକ ଜୀବନରେ କିଛି ପରିସ୍ଥିତିରେ ଏତେ ଭଲ ଯୋଗ ରହିବ ନାହିଁ । କପୁଲ୍ ମାନଙ୍କ ମଧ୍ୟରେ କିଛି ଦ୍ଵନ୍ଦ ସୃଷ୍ଟି ହୋଇପାରେ । ତେଣୁ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରିବା ଉଚିତ । ବିଦ୍ୟାର୍ଥୀ ମାନଙ୍କ ପାଇଁ ବର୍ଷଟି ଭଲ ରହିବ । ଯଦି ସେମାନେ ନିଜର ପାଠ ପଢାରେ ଉଚିତ ପରିଶ୍ରମ କରିବେ ।

ତେବେ ନିହାତି ଭାବେ ତାଙ୍କୁ କ୍ଯାରିଅରରେ ସଫଳତା ହାସଲ ହୋଇବ । ସ୍ଵାସ୍ଥ ଅବସ୍ତାରେ ସାମାନ୍ୟ ଅସୁବିଧା ଆସିପାରେ । ତେବେ ନିଜର ସ୍ଵାସ୍ଥ ପ୍ରତି ସବୁବେଳେ ସଜାଗ ରହିବା ଦରକାର ପଡିବ । ତେବେ ପ୍ରତିଦିନ ହନୁମାନ ଚାଳିଶାର ଜପ କରନ୍ତୁ । ବର୍ଷ ସାରା ଆସୁଥିବା ସମସ୍ତ ବାଧାବିଘ୍ନକୁ ପ୍ରଭୁ ବଜରଙ୍ଗୀ ବାଲୀ ଦୂର କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *