ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 3 ପ୍ରକାର ଭୋଜନ ଖାଇବା ଦ୍ଵାରା କମିଯାଏ ଆୟୁଷ, କଣ ଆପଣ ଏମିତି ଖାଦ୍ଯ ଖାଉ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ, ମଣିଷ ନିଜର ଭୋକ ମେଣ୍ଟାଇବା ପାଇଁ ଭୋଜନ ଗ୍ରହଣ କରିଥାଏ । ମଣିଷ ଖାଉଥିବା ଭୋଜନ ମଧ୍ୟରେ ପ୍ରକାର ଭେଦ ରହିଛି । ସେଥି ମଧ୍ୟରୁ କିଛି ଭୋଜନ ଶରୀର ପାଇଁ ଭଲ ହେବା ସହ ଆଉ କିଛି ଭୋଜନ ଶରୀର ପାଇଁ ଖରାପ ହୋଇଥାଏ । ମଣିଷ ଭୋକ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ଏବଂ ଅନୁଚିତ ତାହା କେବେ ମଧ୍ୟ ଭାବିନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ 3 ପ୍ରକାର ଖାଦ୍ୟ ଖାଇବା ଫଳରେ ଆୟୁ ହ୍ରାସ ପାଇଯାଇଥାଏ ।

ପ୍ରଥମ: ଯଦି ଆପଣ ଭୁଲ ଦିଗ ଆଡକୁ ମୁଖ କରି ଭୋଜନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଅନିଷ୍ଟ ପରିସ୍ଥିତି ଉତ୍ପର୍ଣ କରିଥାଏ । ଦିତୀୟ: ଯଦି ଭୋଜନ ଉପରେ କେହି ପାଦ ରଖି ବା ଭୋଜନ ଉପରେ ଡେଇଁ ଚାଲିଯାଇଥାଏ ତେବେ ସେହି ଖାଦ୍ୟକୁ କେବେ ଖାଇବା ଉଚିତ ନୁହେ । କାରଣ ଏହି ଭୋଜନ ଅଶୁଦ୍ଧ ହୋଇଯାଏ । ଯଦି ଏପରି ହୁଏ ତେବେ ସେହି ଭୋଜନକୁ ପଶୁ ମାନଙ୍କୁ ଖୁଆଇ ଦେବା ଉଚିତ ।

ଅନ୍ୟ ଦ୍ଵାରା ଡେଇଁଥିବା ଭୋଜନ ଖାଇବା ଫଳରେ ମଣିଷର ଆୟୁ କମିଯାଇଥାଏ । ଏବଂ ସେହି ମଣିଷର ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ତୃତୀୟ: ଯଦି ଖାଇବାରେ ଚୁଟି ବାହାରେ ତେବେ ତାହାକୁ କେବେ ମଧ୍ୟ ଭଗବାନଙ୍କୁ ପ୍ରସାଦ ଚଢାଇବା ଉଚିତ ନୁହେଁ । ନିଜେ ମଧ୍ୟ ସେହି ଭୋଜନ ଖାଇବା ଉଚିତ  ନୁହେଁ । କାରଣ ସେହି ଭୋଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ ।

ଚତୁର୍ଥ: ଅନ୍ୟ ଜଣଙ୍କ ପାଇଁ ବଢା ଯାଇଥିବା ଭୋଜନକୁ କେବେ ମଧ୍ୟ ଗ୍ରହଣ କରିବା ଉଚିତ  ହୋଇନଥାଏ । ଏହା ଫଳରେ ଦେବୀ ଅନ୍ନପୂର୍ଣା ରୁଷ୍ଟ ହୋଇଯାନ୍ତି । ଭୋଜନ ସମସ୍ତଙ୍କୁ ବାଣ୍ଟି ଖାଇବା ଉଚିତ । ଅନ୍ୟ ଭାଗରେ ଥିବା ଭୋଜନ ଖାଇବା ଫଳରେ ମଣିଷର ପୁଣ୍ୟ କର୍ମ ନଷ୍ଟ ହୋଇଯାଇଥାଏ ।

ପଞ୍ଚମ: ଜୋତା ଚପଲ ପିନ୍ଧି ଭୋଜନ କରିବା ଅନୁଚିତ । ଏପରି ଭୋଜନକୁ ଅସୁର ଭୋଜନ ମନାଯାଏ । ଓଦା ବସ୍ତ୍ର ପିନ୍ଧି ଭୋଜନ କରିବା ମଧ୍ୟ ଅଶୁଭ ହୋଇଥାଏ । ଷଷ୍ଠ: ଯେଉଁ ବ୍ୟକ୍ତି ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଭାଗର ଭୋଜନ ଖାଇଥାଏ ସେହି ମଣିଷ ଭୋଜନ ବିଷ୍ଟା ସମାନ ହୋଇଯାଇଥାଏ । ସପ୍ତମ: ଯେଉଁ ମଣିଷ ଦାନ ନକରି ଭୋଜନ କରିଥାଏ ସେହି ବ୍ଯକ୍ତିର ଭୋଜନ ବିଷ ସମାନ ହୋଇଥାଏ ।

ଅଷ୍ଟମ: ଅପମାନ କରି ଦିଆଯାଇଥିବା ଭୋଜନକୁ ମଣିଷକୁ କେବେ ମଧ୍ୟ ଗ୍ରହଣ କରିବା ଉଚିତ ନୁହେଁ । ନବମ: ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ଆପଣ ରୋଗ ମୁକ୍ତ ହେବା ସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ପାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।      

Leave a Reply

Your email address will not be published. Required fields are marked *