Health Tips- ଜାଣନ୍ତୁ Thyroid କଣ ଓ କେତେ ପ୍ରକାରର ହୋଇଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ବ୍ୟକ୍ତିଙ୍କର ଥାଇରଏଡ ହୋଇଛି ବୋଲି କହିଥାନ୍ତି ।  ଥାଇରଏଡ୍ସ ବ୍ୟକ୍ତିର ଗଳାରେ ଥିବା ଏକ ଗ୍ରନ୍ଥି । ଯାହାକି ଦେଖିବାକୁ ଏକ ପ୍ରଜାପ୍ରତି ଆକୃତିର ସଦୃଶ । ଥାଇରଏଡ ଗ୍ରନ୍ଥିରୁ t4 ଓ t3 ଭଳି ହରମୋନ ରିଲିଜ ହୋଇଥାଏ । ଯାହାକି ଶରୀରର ଅନେକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାକୁ ଦରକାର ହୋଇଥାଏ । ଯେତେବେଳେ ଏହି ହରମୋନ କମ ପରିମାଣରେ ରିଲିଜ ହୋଇଥାଏ ।

ତାହାକୁ ହାଇପୋ ଥାଇରଏଡଜିମ୍ କୁହାଯାଇଥାଏ । ଯେତେବେଳେ ଥାଇରଏଡ ଗ୍ରନ୍ଥିରୁ ହରମୋନ ଅଧିକ ପରିମାଣରେ ବାହାରିଥାଏ । ତାହାକୁ ହାଇପରଥାଇରଏଡଜିମ୍ କୁହାଯାଇଥାଏ । ତେଣୁ ଥାଇରଏଡ ବୋଲି ସେପରି କୌଣସି ରୋଗର ନାମ ନଥାଏ । ଯେଉଁ ବ୍ୟକ୍ତି ମାନଙ୍କର ହାଇପୋଥାଇରଏଡଜିମ ହୋଇଥାଏ ।

ସେମାନଙ୍କ ଠାରେ ଖାଦ୍ୟ ଠିକ ଭାବରେ ହଜମ ହୋଇନଥାଏ, ମୋଟାପଣ ଅଧିକ ବଢିଯାଇଥାଏ, କେଶ ଝଡିଥାଏ, ସ୍କିନ ଡ୍ରାଏ ହୋଇଯାଏ, ଶରୀରରେ ଦୁର୍ବଳପଣ ଆସିଯାଇଥାଏ । ଯେତେବେଳେ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ । ଯଦି ଅଣ୍ଟିବଡି ଥାଇରଏଡ ହରମୋନ ଉପରେ ପ୍ରଭାବ ପକାଇଥାଏ । ତେବେ ସେଥିରୁ ହରମୋନ ରିଲିଜ ହେବାରେ ଅସୁବିଧା ହୋଇଥାଏ ।

ଯାହା ଦ୍ଵାରା ବ୍ୟକ୍ତି ହାଇପୋଥାଇରଏଡଜିମ୍ ର ଶିକାର ହୋଇଥାଏ । ଶରୀରରେ ଥାଇରଏଡ ହରମୋନର ଅଭାବ ପୂରଣ କରିବାକୁ ବାହାରୁ ହରମୋନ ଦିଆଯାଇଥାଏ । ଅପର ପକ୍ଷରେ ଯେତେବେଳେ ଥାଇରଏଡ ଗ୍ରନ୍ଥି ଅଧିକ ଭାବରେ କ୍ରିଯାଶୀଳ ହୋଇ ଅଧିକ ହରମୋନ ରିଲିଜ କରିଥାଏ ।ସେତେବେଳେ ହାଇପରଥାଇରଏଡଜିମ୍ କୁହାଯାଇଥାଏ ।

ଏହି ସମସ୍ଯା ହୋଇଥିବା  ବ୍ୟକ୍ତିର ବ୍ୟକ୍ତିର ଓଜନ କମିଯାଇଥାଏ, ଭୋକ ଅଧିକ ଲାଗିଥାଏ, ଗରମ ଲାଗିକି ଝାଳ ଅଧିକ ଅଧିକ ବାହାରିଥାଏ, ହାର୍ଟବିଟ୍ ବଢିଯାଇଥାଏ । ହାଇପରଥାଇରଏଡଜିମ୍ ମଧ୍ୟ ୨ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଅଳ୍ପକାଳୀନ ସ୍ଥାୟୀ ଓ ଦିତୀୟଟି ହେଉଛି ଦୀର୍ଘକାଳୀନ ସ୍ଥାୟୀ । ଟେମ୍ପୋରାରି ସମସ୍ଯା ଥିବା ବ୍ୟକ୍ତିଙ୍କର ୨ ରୁ ୩ ମାସ ଔଷଧ ସେବନ କରିବା ଦ୍ଵାରା ସ୍ଵାସ୍ଥରେ ଭଲ ପ୍ରଭାବ ଦେଖିବାକୁ ମିଳିଥାଏ ।

ଯଦି ପରମାନେଣ୍ଟ ଥାଇରଏଡ ସମସ୍ଯା ହୋଇଥାଏ । ତେବେ ଏଥିପାଇଁ ବ୍ୟକ୍ତିକୁ ଜୀବନସାରା ମେଡ଼ିସିନର ସେବନ କରିବାକୁ ପଡିଥାଏ । ବେଳେବେଳେ ୨ ରୁ ୩ ବର୍ଷ ଟ୍ରିଟମେଣ୍ଟ କରିବା ଦ୍ଵାରା ମଧ୍ୟ ସମସ୍ଯା ଠିକ ହୋଇଯାଇଥାଏ । ଦୀର୍ଘକାଳୀନ ଥାଇରଏଡ ପାଇଁ ସର୍ଜରୀ, ରେଡିଓ ଆଇରନ ଟ୍ରିଟମେଣ୍ଟ ଭଳି ଚିକିତ୍ସା କରାଯାଇଥାଏ । ଯଦି ଥାଇରଏଡ ଜନିତ କୌଣସି ଲକ୍ଷଣ ଶରୀରରେ ପ୍ରକାଶ ପାଇଥାଏ ।

ତେବେ ବହୁତ ଶୀଘ୍ର ଥାଇରଏଡ ବିଶେଶଙ୍ଗ୍ୟର ପରାମର୍ଶ ନେବା ଉଚିତ । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *