Vastu Tips- ଲାଫିଙ୍ଗ ବୁଦ୍ଧର ଚମତ୍କାର ! ଜାଣନ୍ତୁ ଘରେ ବା ଦୋକାନାରେ କିପରି ଓ କେଉଁଠି ରଖିଲେ ବଢିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କା ଘରେ ଧନ ବୃଦ୍ଧି କରି ସମସ୍ତେ ଶାନ୍ତିରେ ବସବାସ କରିବାକୁ ଚାହିଁଥାନ୍ତି । ସେଥିପାଇଁ ବହୁତ କି ଅନେକ କିଛି କାମ ପନ୍ଥାକୁ ଆପଣାଇ ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି । ବହୁତ ଲୋକଙ୍କର ଟଙ୍କା ଘରକୁ ଆସିଥାଏ ସତ କିନ୍ତୁ ଟଙ୍କା ଘରେ ବହୁତ ସମୟ ପର୍ଯ୍ୟନ୍ତ ରହିନଥାଏ । କୌଣସି ନା କୌଣସି ଅଯଥାରେ ଖର୍ଚ ହୋଇଯାଇଥାଏ ।

ତେଣୁ ଘରେ ଯଦି ଧନ ବୃଦ୍ଧି କରିବା ସହିତ ଘରେ ଶାନ୍ତି ବଜାୟ ରଖିବାକୁ ଚାହୁଁଥାନ୍ତି । ତେବେ ଘରେ ଲାଫିଙ୍ଗ ବୁଦ୍ଧ ରଖିବା ନିହାତି ଉଚିତ । ଏହା ସହିତ କେଉଁ ପରି ଲାଫିଙ୍ଗ ବୁଦ୍ଧ ଘରର କେଉଁ ସ୍ଥାନରେ ରଖିବା ଉଚିତ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ମାର୍କେଟରେ ଅନେକ ପ୍ରକାର ଲାଫିଙ୍ଗ ବୁଦ୍ଧ ଦେଖିବାକୁ ମିଳିଥାଏ ।

ଯେପରି ବସିଥିବା ଲାଫିଙ୍ଗ ବୁଦ୍ଧ, ଠିଆ ହୋଇ ହାତ ଉପରକୁ କରିଥିବା ଲାଫିଙ୍ଗ ବୁଦ୍ଧ ଏହିପରି ଅନେକ ପ୍ରକାରର ଦେଖାଯାଇଥାଏ । ଯଦି ଘରେ ଟଙ୍କା ଆସି ମଧ୍ୟ ଘରେ ଟଙ୍କା ରହୁନାହିଁ । ତେବେ ଟଙ୍କାର ପୁଟୁଳି ଧରିଥିବା ଲାଫିଙ୍ଗ ବୁଦ୍ଧକୁ ଘରେ ଆଣି ରଖିବା ଦ୍ଵାରା ଟଙ୍କା ଘରେ ଅଯଥାରେ  ଖର୍ଚ ନହୋଇ ରହିଥାଏ ।

ଯଦି ବ୍ୟକ୍ତି ଅଧିକ ପରିଶ୍ରମ କରି ସୁଦ୍ଧା ପରିଶ୍ରମର ଫଳ ପାଇପାରୁ ନାହିଁ । ତେବେ ୨ ହାତକୁ ଉପରକୁ ଟେକି କମଣ୍ଡଳୁ ଧରିଥିବା ଲାଫିଙ୍ଗ ବୁଦ୍ଧ ଘରେ ଆଣି ରଖନ୍ତୁ ।  ଯଦି ବ୍ୟସାୟ କରୁଛନ୍ତି କିନ୍ତୁ ଆଶାଜନକ ଲାଭ ମିଳୁନାହିଁ । ତେବେ କମଣ୍ଡଳୁ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ ଆଣି ଘରେ ରଖନ୍ତୁ । ଏପରି କରିବା ଦ୍ଵାରା ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭାନ୍ଵିତ ହେବେ ।

ଯଦି ବୈବାହିକ ଜୀବନବା ପାରିବାରିକ ଜୀବନରେରେ ଫାଟ ସୃଷ୍ଟି ହେଉଛି । ତେବେ ହସୁଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଆଣି ଘରର ମୁଖ୍ୟ ଦ୍ଵାରର ୩୦ ଇଞ୍ଚର ଉଚ ଜାଗାରେ ରଖନ୍ତୁ । ଯେକୌଣସି ଲାଫିଙ୍ଗ ବୁଦ୍ଧକୁ ଘରକୁ ଆଣିବେ । ତାକୁ କେବେ ମଧ୍ୟ ତଳେ ରଖିବେ ନାହିଁ । ଅତି କମ୍ ରେ ୨୦ ରୁ ୩୦ ଇଞ୍ଚ ଉଚରେ ରଖିବେ ।

ଘରର ଏପରି ସ୍ଥାନରେ ଲାଫିଙ୍ଗ ବୁଦ୍ଧକୁ ରଖନ୍ତୁ । ଯାହା ଦ୍ଵାରା ସମସ୍ତ ବ୍ୟକ୍ତିଙ୍କ ନଜର ଏହା ଉପରେ ପଡିବ । କାରଣ ଲାଫିଙ୍ଗ ବୁଦ୍ଧକୁ ଘର କିମ୍ବା କାର୍ଯ୍ୟକ୍ଷେତ୍ରରେ ଯେତେ ଅଧିକ ଲୋକ ଦେଖିବେ । ସେତେ ହିଁ ଏହି ମୂର୍ତ୍ତିର ଭଲ ପ୍ରଭାବ ବଢିବ । ଯେଉଁ ବ୍ୟକ୍ତି ସକାଳୁ ଉଠି ଏହି ହସୁଥିବା ବୁଦ୍ଧକୁ ଦେଖନ୍ତି । ତେବେ ବ୍ୟକ୍ତିର ମନ ମଧ୍ୟ ପ୍ରସନ୍ନ ରହିଥାଏ ।

ଘରର ବେଡ୍ ରୁମ୍ ରେ କେବେ ମଧ୍ୟ ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *