ଠାକୁରଙ୍କୁ ଘରେ କିପରି ପୂଜା କରିବେ ? ଜାଣନ୍ତୁ ସଂପୂର୍ଣ୍ଣ ନିୟମ (Pragyan Tripathy)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଠାକୁରଙ୍କୁ ଲୋକ ମାନେ ପ୍ରତିଦିନ ପୂଜା ପାଠ କରିଥାନ୍ତି । ସବୁଦିନ ମନ୍ଦିର ଯିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇନଥାଏ । ତେଣୁ ଲୋକମାନେ ନିଜ ଘରେ ଠାକୁରଙ୍କ ପାଇଁ ମନ୍ଦିର ସଦୃଶ ଠାକୁର ଘର ପ୍ରସ୍ତୁତ କରି ସେଠାରେ ଠାକୁରଙ୍କୁ ରଖି ପୂଜା ଅର୍ଚନା  କରିଥାନ୍ତି । ଠାକୁର ଘରେ ଠାକୁରଙ୍କୁ ରଖି ପୂଜା କରିବା ସହିତ କେତେକ ବିଶେଷ ନୀତି ନିୟମ ପ୍ରତି ମଧ୍ୟ ସଚେତନ ରହି ପୂଜା କରିବା ଉଚିତ ।

ପ୍ରଥମେ ନିଜର ଠାକୁର ଘରକୁ କେବେ ମଧ୍ୟ ଅପରିଷ୍କାର କରି ରଖିବେ ନାହିଁ । ଠାକୁର ଘରେ ଧୁଳି ଅଳନ୍ଧୁ ଜମିବାକୁ ଦେବେ ନାହିଁ । ସର୍ବଦା ଠାକୁର ଘରକୁ ପୋଛି ପରିଷ୍କାର ପରିଚ୍ଛନ କରି ରଖିବା ଉଚିତ । ପ୍ରତ୍ଯେକ ଶନିବାରକୁ ଶନିବାର ଠାକୁର ଘରୁ ଅଳନ୍ଧୁ କାଢି ସଫା କରିଦେବା ଉଚିତ । ଘରେ କିମ୍ବା ଠାକୁର ଘରେ ଯଦି ମାଟିରେ କୁମ୍ଭାଟୁଆ ମାନେ ବସା କରି ରହିଯାଇଥାନ୍ତି ।

ତେବେ ଶନିବାର ଦିନ ଦିନ ତାହାକୁ ଭଲ ଭାବରେ ସଫା କରି ଦିଅନ୍ତୁ । ଠାକୁର ଘରକୁ ନୈରୁତ କୋଣରେ କେବେ ମଧ୍ୟ ରଖିବେ ନାହିଁ । ସେଠାରେ ଠାକୁର ଘର କରି ପୂଜା କରିବା ଦ୍ଵାରା ଦେବାଦେବୀ ମାନେ ଅସନ୍ତୁଷ୍ଟ ରହିଥାନ୍ତି । ସର୍ବଦା ଐଶାନ୍ୟ କୋଣରେ ଠାକୁର ଘର କରି ପୂଜା କରିବା ଉଚିତ ।

ଠାକୁର ଘର କବାଟକୁ ଜାଉଁଳି କବାଟ କରିବା ଉଚିତ । ଠାକୁର ଘରେ ପବନ ଚଳାଚଳ କରିବା ପାଇଁ ବ୍ୟବସ୍ତା ରଖିବା ଉଚିତ । ଘରେ କରିଥିବା ଠାକୁର ଘରେ ଘଣ୍ଟି ଲଗାଇବା ବହୁତ ଶୁଭ ହୋଇଥାଏ । କାରଣ ଠାକୁର ଘରକୁ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଯିବା ହିଁ ଉଚିତ । ଠାକୁରଙ୍କ ପାଖରେ ଦୀପ, ଧୂପ ଓ କର୍ପୁରରେ ଆଳତୀ କରିସାରିଲା ପରେ ଠାକୁର ଘରେ ଯେଉଁ ୪ ଟି କୋଣ ରହିଥିବ ।

ସେହି ୪ କୋଣ ମଧ୍ୟରୁ ଅଗ୍ନୀ କୋଣରେ ହିଁ ସେହି ଧୂପ ଦୀପ ଲଗାଇ ସେହି ଠାରେ ରଖିବେ । ଏହା ସହିତ ଐଶାନ୍ୟ କୋଣରେ ଜଳ ପାତ୍ର ରଖିବେ । ଜଳ ପାତ୍ରକୁ ଯଦି ଦକ୍ଷିଣାବର୍ତ୍ତୀ ଶଙ୍ଖରେ ରଖନ୍ତି । ତେବେ ତାହା ଘର ପାଇଁ ବହୁତ ଶୁଭ ଦାୟକ ହୋଇଥାଏ । ସେହି ଐଶାନ୍ୟ କୋଣରେ ଏକ ତମ୍ବା, ପିତ୍ତଳ କିମ୍ବା କାଚର ପାତ୍ରରେ ପାଣି ରଖି ସେଥିରେ କଇଁଛ, ମାଛ, କଉଡି, ଗୋମତୀ ଚକ୍ର, ଦକ୍ଷିଣବର୍ତ୍ତୀ ଶଙ୍ଖ ଓ ଶ୍ରୀ ଜନ୍ତ୍ର ସବୁ ସେଥିରେ ରଖିବେ ।

ସେହି ପାତ୍ରର ଜଳ ସବୁଦିନ ପରିବର୍ତ୍ତନ କରୁଥିବେ । ଏହା ସହିତ ଫୁଲ ପାଣି ଦେଇ ସବୁବେଳେ ପୂଜା କରୁଥିବେ । ଏହି ସବୁ ନୀତି ନିୟମ ମାନି ଠାକୁରଙ୍କୁ ନିଷ୍ଟାର ସହ ପୂଜା କରିବା ଦ୍ଵାରା ଶୁଭ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *