ଚହଳ ସୃଷ୍ଟିକାରୀ ସୂର୍ଯ୍ୟ ପରାଗ (20 April 2023), 4 ଟି ରାଶି ସାବଧାନ…

ନମସ୍କାର ବନ୍ଧୁଗଣ, ନୂତନ ବର୍ଷ ଆରମ୍ଭ ହେବା ପରେ ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଆଉ ସୂର୍ଯ୍ୟ ପରାଗ ସମୟରେ ଅନେକ ନୀତି ନିୟମ ଏବଂ ବାରଣ ରହିଛି । ତେଣୁ ସୂର୍ଯ୍ୟ ପରାଗ କେଉଁଦିନ କେତେ ସମୟ ହେବ ଏହିସବୁ କଥା ଜାଣିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ବିବରଣୀ ଦେବାକୁ ଯାଉଛୁ ଏହିବର୍ଷ ଏପ୍ରିଲ ୨୦ ତାରିଖରେ ହେବାକୁ ଯାଉଥିବା ସୂର୍ଯ୍ୟ ପରାଗ ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କଣ ରହିଛି ଏହା ସମ୍ବନ୍ଧୀୟ କଣ ରହିଛି ସମ୍ପୂର୍ଣ ତଥ୍ୟ ।

ରୁକ୍ମିଣୀ ଅମାବାସ୍ୟା ଦିନ ଏହି ସୂର୍ଯ୍ୟ ପରାଗ ଲାଗିବ । ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ମେଷ ରାଶି ଏବଂ ଅଶ୍ଵିନୀ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟ ପରାଗଟି ମେଷ ରାଶିରେ ସଂଗଠିତ ହେବ । ସୂର୍ଯ୍ୟ ପରାଗ ଲାଗିବାର ସମୟ ହେଉଛି: ସୂର୍ଯ୍ୟ ପରାଗ ସକାଳ ୭ଟା ୪ ମିନିଟରେ ଆରମ୍ଭ ହେବ ଏବଂ ଦିବା ୧୨ଟା ୨୯ମିନିଟରେ ଏହା ସମାପ୍ତ ହେବ ।

ପରାଗର ଅବଧି କାଳ ହେଉଛି ୫ ଘଣ୍ଟା ୨୫ ମିନିଟ । ଏହି ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଣ୍ଟାର୍ଟିକା ସମେତ ପୃଥିବୀର ପାଶ୍ଚାତ ଦେଶଗୁଡିକରେ ଦୃଶ୍ୟମାନ ହେବ । ଏବଂ ଏହି ସୂର୍ଯ୍ୟପରାଗ ଭାରତ ସମେତ ଓଡିଶାରେ ଦୃଶ୍ୟମାନ ହେବ ନାହିଁ । ଯେହେତୁ ଏହା ଆମ ଭାରତ ତଥା ଓଡିଶାରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାର ସୁତକ ସମୟ ଏବଂ ପାକ ନିଷେଧ ଆମ ମାନଙ୍କ ପାଇଁ ମାନ୍ୟ ହେବ ନାହିଁ ।

ହାଣ୍ଡିଛାଡ ଇତ୍ୟାଦି ଆମ ଦେଶରେ ପାଳନ ହେବ ନାହିଁ । କାରଣ ଯେହେତୁ ସମୟ ମିଶୁନାହିଁ ତ ପାଳନ କିଭଳି ହେବ ଏବଂ କେଉଁ ସମୟରେ ହେବ । କିନ୍ତୁ ଏହି ସୂର୍ଯ୍ୟ ପରାଗର ପୃଥିବୀ ଉପରେ ପ୍ରଭାବ ନିହାତି ଭାବରେ ରହିବ । ଠିକ ଏହାର ପନ୍ଦର ଦିନ ପରେ ତଥା ମଇ ମାସର ୧୫ ତାରିଖ ଦିନ ଏହିବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ପୃଥିବରେ ସଂଗଠିତ ହେବ ।

ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ଓଡିଶାରେ ମଧ୍ୟ ଦୃଶ୍ୟମାନ ହେବ । ବୃଷ, ମିଥୁନ, କର୍କଟ, ତୁଳା, ବିଛା, ଧନୁ, କୁମ୍ଭ ଏବଂ ମୀନ ରାଶି ଉପରେ ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡିବାକୁ ଯାଉଛି । ମେଷ, କର୍କଟ, ସିଂହ ଓ ମକର ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିବା ପାଇଁ ଯାଉଛି ।

ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ନ ହେଲେ ମଧ୍ୟ ରାଶି ମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ । ଯେଉଁ ମାନଙ୍କ ପାଇଁ ଶୁଭ ସେମାନଙ୍କୁ ଶୁଭ ପରିଣାମ ମିଳିବ କାର୍ଯ୍ୟରେ । ଏବଂ ଯେଉଁମାନଙ୍କ ପାଇଁ ଅଶୁଭ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *