South ଇଣ୍ଡଷ୍ଟ୍ରି ର ଫେମସ ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ

ବନ୍ଧୁଗଣ ଆମେ ୧୯୬୨ ରେ ଆସିଥିବା ସିନେମା ରକ୍ତ ସମ୍ବନ୍ଧ ହେଉ କିମ୍ବା ୨୦୦୨ ର ସିନେମା ଶିବ ରାମ ରାଜୁ ଆଦି ଅନେକ ସିନେମାରେ

ମଧୁର ସମ୍ପର୍କ ଭାଇ ଭଉଣୀ ଙ୍କ ସଂପର୍କ ବିଷୟରେ ଦୃଶ୍ୟମାନ ହୋଇଛି। ଏବଂ ଏହି ସବୁ ସିନେମା ରେ ଭାଇ ଭଉଣୀ ଙ୍କ ପବିତ୍ର ଓ ମଧୁର ସଂପର୍କ ବିଷୟରେ ଦେଖାଯାଏ।

ଏବଂ ଏହି ସିନେମାରେ ଅଭିନୟ କରିଥିବା ଏହି ଅଭିନେତା ଅଭିନେତ୍ରୀ ମାନେ ନିଜ ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇଥାନ୍ତି। କିନ୍ତୁ ଏହି ଅଭିନେତା ଏବଂ ଅଭିନେତ୍ରୀ ମାନେ କେବଳ ପରଦା ରେ ହିଁ ଏହି ସମ୍ପର୍କ କୁ ଭଲରେ ନିଭାଇ ନ ଥାନ୍ତି ବରଂ ବାସ୍ତବରେ ମଧ୍ୟ ନିଜ ସମସ୍ତ ସମ୍ପର୍କ କୁ ବହୁତ ଭଲ ଓ ସୁନ୍ଦର ଭାବେ ନିଭେଇଥାନ୍ତି। ତେବେ ଚାଲନ୍ତୁ ଜାଣିନେବା ସେହି ଭାଇ ଭଉଣୀଙ୍କ ବିଷୟରେ ଏବଂ ତାଙ୍କ ସଂପର୍କ ବିଷୟରେ ଆଲୋଚନା ମଧ୍ୟ କରିନେବା।

୧- ପ୍ରଥମ ନମ୍ବର ରେ ଅଛନ୍ତି ଅନୁଷ୍କା ସେଠୀ। ଅନୁଷ୍କା ସାଉଥ ଜଗତର ଜଣେ ସଫଳ ଏବଂ ପ୍ରସିଦ୍ଧ ଅଭିନେତ୍ରୀ। ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଂକୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି। ଏବଂ ନିଜ ସୁନ୍ଦର ଚେହେରା ରେ ମଧ୍ୟ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି। ଅନୁଷ୍କା ଙ୍କ ଦୁଇ ଜଣ ଭାଇ ଅଛନ୍ତି। ସାଇ ରମେଶ ସେଠୀ ଏବଂ ଗୁନ ରଞ୍ଜନ ସେଠୀ। ସାଇ ଜଣେ ଡାକ୍ତର ଏବଂ ଗୁନ ରଞ୍ଜନ ଜଣେ ବ୍ୟବସାୟୀ।ଏମାନଙ୍କ ଭିତରେ ବହୁତ ଘନିଷ୍ଠ ସମ୍ପର୍କ ରହିଛି।

୨- ଦ୍ୱିତୀୟ ରେ ଅଛନ୍ତି ମହେଶ ବାବୁ। ମହେଶ ବାବୁ ସାଉଥ ଜଗତର ଜଣେ ସୁପରହିଟ ଅଭିନେତା ସେ ନିଜର ଅଦ୍ଭୂତପୂର୍ବ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ତାଙ୍କ ର ଦୁଇ ଜଣ ବଡ଼ ଭାଇ ଅଛନ୍ତି। ରମେଶ ବାବୁ ଏବଂ ନରେଶ ବାବୁ। ଏମାନେ ଦୁଇ ଜଣ ଜଣେ ଜଣେ ଅଭିନେତା ।ଏବଂ ତାଙ୍କର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି।ମଂଜୁଲା, ପ୍ରିୟଦର୍ଶିନୀ, ଏବଂ ପଦ୍ମାବତୀ।ଏମାନଙ୍କ ଭିତରେ ବହୁତ ଭଲ ପାଇବା ରହିଛି

୩- ତୃତୀୟ ନମ୍ବର ରେ ଅଛନ୍ତି ରକୁଲ ପ୍ରୀତ ସିଂହ। ସାଉଥ ଜଗତ ର ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ସେ ଜଣେ। ସେ ସାଉଥ ରେ ଅନେକ ସିନେମାରେ ଅଭିନୟ କରିଛନ୍ତି। ଏବଂ ନିଜ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ମଧ୍ୟ ହୋଇଛନ୍ତି। ଏବଂ ସେ ବଲିଉଡରେ ମଧ୍ୟ ଅଭିନୟ କରି ସଫଳତା ହାସଲ କରିଛନ୍ତି। ତାଙ୍କର କେବଳ ଏକ ଛୋଟ ଭାଇ ଅଛନ୍ତି। ଯାହାର ନାମ ହେଉଛି ଅମନ ପ୍ରୀତ ସିଂହ। ସେ ମଧ୍ୟ ସାଉଥ ରେ ନିଜ କ୍ୟାରିୟର ର ଆରମ୍ଭ କରିବାକୁ ଯାଉଛନ୍ତି।

୪- ଚତୁର୍ଥ ରେ ଅଛନ୍ତି ରାମ ପୋଥିନେନି। ରାମ ସାଉଥ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତା। ସେ ନିଜର ଅଭିନୟ ଓ ଲୁକ ବଳରେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି। ଏବଂ ତାଙ୍କର ଭାଇ ଓ ଜଣେ ଭଉଣୀ ଅଛନ୍ତି। ତାଙ୍କ ଭଉଣୀ ଙ୍କ ନାମ ମଧୁସ୍ମିତା ପୋଥିନେନି। ଓ ଭାଇଙ୍କ ନାମ ହେଉଛି ରବି କିଶୋର। ତାଙ୍କ ଭଉଣୀ ଜଣେ ଶିକ୍ଷୟତ୍ରୀ। ଓ ଭାଇ ଜଣେ ସିନେମା ନିର୍ମାତା।ଏମାନଙ୍କ ଭିତରେ ବହୁତ ନିବିଡ଼ ସମ୍ପର୍କ ରହିଛି।

୫- ପଞ୍ଚମ ରେ ହେଉଛନ୍ତି ରାମ ଚରଣ। ରାମ ଚରଣ ସାଉଥ ର ସୁପର ହିଟ ଅଭିନେତା ଚିରଞ୍ଜିବି ଙ୍କ ପୁତ୍ର। ଏବଂ ରାମ ଚରଣ ମଧ୍ୟ ସାଉଥ ସହିତ ବଲିଉଡ ରେ ମଧ୍ୟ ଜଣେ ସଫଳ ଅଭିନେତା। ତାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି। ଚିରଞ୍ଜିବି ଶ୍ରୀଜା ଏବଂ ଚିରଞ୍ଜିବି ସୁସ୍ମିତା। ଶ୍ରୀଜା ନିଜ ସଂସାର କୁ ସମ୍ଭାଳୁଛନ୍ତି ଏବଂ ସୁସ୍ମିତା ଜଣେ ପୋଷାକ ଡିଯାଇନର।

୬- ଷଷ୍ଠ ରେ ଅଛନ୍ତି ତାପସି ପନନୁ। ତାପସି ସାଉଥ ର ଜଣେ ସଫଳ ଅଭିନେତ୍ରୀ ସହ ବଲିଉଡ ର ମଧ୍ୟ ଜଣେ ସଫଳ ଓ ପ୍ରସିଦ୍ଧ ଅଭିନେତ୍ରୀ ସେ ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି। ତାଙ୍କର କେବଳ ଜଣେ ସାନ ଭଉଣୀ ଅଛି। ଯାହାର ନାମ ହେଉଛି ସଗୁନ ପନନୁ । ଏବଂ ସୋସିୟାଲ ମିଡିଆରେ ଦୁଇ ଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବଂ ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *