ବନ୍ଧୁଗଣ, ସୋରିଷ ତେଲ ସାଧାରଣତଃ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୁଏ । କିନ୍ତୁ କଣ ଆପଣ ଜାଣନ୍ତି ସୋରିଷ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଆପଣ ମାନେ ଜାଣିଥିବେ ଆମକୁ ଘରେ ବୟସ୍କ ମାନେ କୁହନ୍ତି ଯେ ସୋରିଷ ତେଲ ଲଗାଇ ଗାଧୋଇଲେ ଥଣ୍ଡା ହେବ ନାହିଁ । ଉଷୁମ ସୋରିଷ ତେଲରେ ରସୁଣ ଫୁଟାଇ ମାଲିସ କରିବା ଦ୍ୱାରା ଦରଜ କମିଯାଏ । ହଁ ଆଜ୍ଞା ସୋରିଷ ତେଲ ଅନ୍ୟ ସବୁ ତେଲ ଠାରୁ ଟିକେ ଗରମ ଏବଂ କଡ଼ା ହୋଇଥାଏ ।
ଏହାର ବାସ୍ନା ଅନେକ ରୋଗ ଜୀବାଣୁ କୁ ନଷ୍ଟ କରିଥାଏ । ସୋରିଷ ତେଲ ରେ ପ୍ରସ୍ତୁତ ଖାଦ୍ୟ ଆମ କୋଲେଷ୍ଟ୍ରୋଲ ଆଦୌ ବଢ଼ାଇ ନଥାଏ ଏହା ଆମକୁ ଇମ୍ୟୁନିଟି ଦେଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଷ ତେଲର କିଛି ଉପକାରୀ ଗୁଣ ବିଷୟରେ ।
● ସୋରିଷ ତେଲ ନିୟମିତ ମାଲିସ୍ କଲେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଶୋଇବା ପୂର୍ବରୁ ନିୟମିତ ସୋରିଷ ତେଲକୁ ହାଲ୍କା ଉଷୁମ କରି ପାଦତଳେ ମାଲିସ୍ କଲେ ଭଲ ନିଦ ହେବା ଦୃଷ୍ଟି ଶକ୍ତି ବଢ଼ିଥାଏ ।
● ସୋରିଷ ତେଲ ପାଦ ତଳେ ମାଲିସ୍ କରିବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ ।
● ମାନସିକ ଚାପ, ଅବସାଦ ଓ ନିଦ୍ରାହୀନତାରୁ ବର୍ତ୍ତିବାକୁ ଚାହୁଁଥିଲେ, ୧ ମାସ ପର୍ଯ୍ଯନ୍ତ ସୋରିଷ ତେଲ ପାଦ ତଳେ ମାଲିସ୍ କରନ୍ତୁ ।
● ସପ୍ତାହରେ ୨-୩ ଦିନ ଏଇ ଉପାୟ କରନ୍ତୁ, ଦେଖିବେ ନିଶ୍ଚୟ ଉପଶମ ମିଳିବ । ବଡ଼ କୁଣ୍ଡରେ ଉଷୁମ ପାଣି ଭର୍ତ୍ତି କରି ସେଥିରେ ୨-୩ ଚାମଚ ସୋରିଷ ତେଲ ପକାନ୍ତୁ । ସେହି ପାଣିରେ ପାଦ ୨୦ ମିନିଟ୍ ବୁଡ଼ାଇ ପରେ ଭଲଭାବେ ପୋଛିନେବେ । ଭଲ ନିଦ୍ରା ନିମନ୍ତେ ଏହା ଏକ ଉତ୍ତମ ଉପାୟ ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।