Health Tips- କିପରି ଜାଣିବେ ଶରୀରରେ ଅଛି Calcium ର ଅଭାବ, ଜାଣନ୍ତୁ ଏହି 7 ଲକ୍ଷଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଶରୀର ପାଇଁ କ୍ୟାଲସିୟମର ଆବଶ୍ୟକତା ନିହାତି ଭାବରେ ଦରକାର ହୋଇଥାଏ । ଆମର ଦାନ୍ତ, ହାଡ, ନଖ ଓ ଶରୀରର ଅନ୍ୟାନ୍ୟ ସ୍ନାୟୁର ସଠିକ କାର୍ଯ୍ୟକାରୀ ପାଇଁ କ୍ୟାଲସିୟମ ନିହାତି ଭାବରେ ଆବଶ୍ୟକ ହୋଇଥାଏ । ଶରୀରରେ କ୍ୟାଲସିୟମର ଅଭାବ ହେଲେ । ତାହାକୁ ହାଇପୋ କ୍ୟାଲସିୟମ ବା କ୍ୟାଲସିୟମ ହୀନତା ବୋଲି କୁହାଯାଇଥାଏ । ଆଜି ଆପଣ ମାନେ କ୍ୟାଲସିୟମର ଅଭାବର କାରଣ ଓ ଲକ୍ଷଣ ଗୁଡିକ ବିଷୟରେ ଜାଣିବାକୁ ପାଇବେ ।

ଯଦି ଆପଣଙ୍କ ଖାଦ୍ୟରେ ସଠିକ ମାତ୍ରାରେ କ୍ୟାଲସିୟମଯୁକ୍ତ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଉନାହାନ୍ତି । ତେବେ ଶରୀରେ କ୍ୟାଲସିୟମର ଅଭାବ ଦେଖାଯାଇଥାଏ । ଦିତୀୟରେ ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମଯୁକ୍ତ ଖାଦ୍ୟ ସଠିକ ଭାବରେ ଶୋଷିତ ହୋଇ ରହୁନାହିଁ । ତେବେ ମଧ୍ୟ କ୍ୟାଲସିୟମର ଅଭାବ ଶରୀରେ ପ୍ରକାଶ ପାଇଥାଏ ।

ବୟସ ବୃଦ୍ଧି ହେବା ସହିତ ଧୀରେ ଧୀରେ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଇଥାଏ । ଏପରି କିଛି ରୋଗ ବେମାରୀ ଅଛି । ଯାହା ପାଇଁ କେତେକ ଲୋକ ମେଡ଼ିସିନ ପ୍ରତିଦିନ ସେବନ କରିଥାନ୍ତି । ଏହି ମେଡ଼ିସିନ ଖାଇବା ଯୋଗୁ ମଧ୍ୟ ଶରୀରରେ କ୍ୟାଲସିୟମର ଅଭାବ ଦେଖା ଯାଇଥାଏ । ଯେପରି ଥାଇରଏଡ୍ ରୋଗୀ ଖାଉଥିବା ମେଡ଼ିସିନ ଯୋଗୁ ଶରୀରେ କ୍ୟାଲସିୟମ ହୀନତା ଦେଖାଯାଇଥାଏ ।

ଶରୀରେ କ୍ୟାଲସିୟମର ଅଭାବ ହେଲେ ଶରୀରରେ ଅନେକ ଗୁଡିଏ ଲକ୍ଷଣମାନ ପ୍ରକାଶ ପାଇଥାଏ । ପ୍ରଥମେତଃ ଶରୀରରେ ଦୁର୍ବଳତା ଆସିବା ସହ ମୁଣ୍ଡ ପ୍ରାୟ ସମୟରେ ବୁଲାଇ ଚକର ଆସିଯାଇଥାଏ । କ୍ୟାଲସିୟମର ଅଭାବ ହେଲେ । ହାଡ ଗୁଡିକ ଦୁର୍ବଳ ହେବା ସହ ଗଣ୍ଠି ଯନ୍ତ୍ରଣା ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ ।

କ୍ୟାଲସିୟମର ଅଭାବ ହେଲେ ଅଷ୍ଟୋପିନିଆ ଭଳି ଗମ୍ଭୀର ସମସ୍ଯା ଶରୀରରେ ପ୍ରକାଶ ପାଇଥାଏ । କାରଣ ଯଦି କ୍ୟାଲସିୟମ ଅଭାବ ହୁଏ, ତେବେ ହାଡ ଗୁଡିକ ଧୀରେ ଧୀରେ କରି ଦୁର୍ବଳ ହୋଇଯାଇଥାଏ । ଯାହା କାରଣରୁ ସାମାନ୍ୟତମ ଆଘାତରୁ ମଧ୍ୟ ହାଡ ଫାକଚର ବା ଭାଙ୍ଗିଯାଇଥାଏ । କ୍ୟାଲସିୟମର ଅଭାବ ଯୋଗୁ ନଖ ଗୁଡିକ ବହୁତ ଶିଘ ଭାଙ୍ଗିଯିବା ସହ ନଖ ଉପରେ ଧଳା ଧଳା ଚିହ୍ନ ଦେଖାଯାଇଥାଏ ।

ସ୍କିନ ବା ଚର୍ମ ରୁକ୍ଷ ସୂକ୍ଷ ହୋଇଯାଇଥାଏ । ଚର୍ମ ଡ୍ରାଏ ହେବା ଫଳରେ ସ୍କିନ ଜନିତ ସମସ୍ଯା ବାହାରି ଚର୍ମ କୁଣ୍ଡାଇ ହୋଇଥାଏ । କ୍ୟାଲସିୟମର ଅଭାବରୁ ଦାନ୍ତ ସମସ୍ଯା ଦେଖାଯାଇଥାଏ । ଦାନ୍ତ ଦୁର୍ବଳ ହେବା ସହିତ ମଧ୍ୟ ମାଢି ଦରଜ ହୋଇଥାଏ । କ୍ୟାଲସିୟମର ଅଭାବରୁ ହାର୍ଟ ଗତି ଠିକ ଭାବରେ କାର୍ଯ୍ୟ କରିପାରିନଥାଏ । ବେଳେ ବେଳେ ହାର୍ଟରେ ଏପରି ସ୍ଥିତି ବହୁତ ମାରାତ୍ମକ ମଧ୍ୟ ହୋଇଯାଇଥାଏ ।

ତେଣୁ ପ୍ରତ୍ଯେକ ମନୁଷ୍ୟଙ୍କ ଶରୀର ପାଇଁ କ୍ୟାଲସିୟମର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *