Vastu Shastra- ପୂଜା ଘରେ ଦିଆସିଲ ରଖୁଥିବା ମହିଳା ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଠାକୁର ପୂଜା କରିବା ନିତ୍ୟାନ୍ତ ଶୁଭ କାର୍ଯ୍ୟ ହୋଇଥାଏ । ନିଷ୍ଟାର ସହ ପୂଜା ଅର୍ଚନା କରିବା ଦ୍ଵାରା ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ କିନ୍ତୁ ଏହା ସେତେବେଳେ ପ୍ରାପ୍ତ ହୋଇଥାଏ । ଯେତେବେଳେ ଆମେ ପୂଜା ଘରକୁ ସଠିକ ଭାବରେ ନିର୍ମିତ କରି ପୂଜାକୁ ସଠିକ ବିଧିବିଧାନ ସହ କରି ଭଗବାନଙ୍କୁ ପ୍ରସନ୍ନ କରାଇପାରିଥାଉ । ପୂଜା ଘର ସମ୍ବଦ୍ଧିତ କେତେକେ ବିଶେଷ ନିୟମାବଳୀ ଜାଣି ରଖନ୍ତୁ ।

ପୂଜା ଘର ସର୍ବଦା ସ୍ବଚ୍ଛ କରି ରଖିବା ସହିତ ପୂଜା ଘରକୁ ଯାଇ ପୂଜା କରୁଥିବା ବ୍ୟକ୍ତି ମଧ୍ୟ ସବୁବେଳେ ନିଜକୁ ପରିଷ୍କାର ପରିଚ୍ଛନ କରି ପୂଜା କରିବା ଉଚିତ । ଠାକୁରଙ୍କ ମୁହଁ ଓ ଠାକୁର ଘରର କବାଟ କେବେ ମଧ୍ୟ ଦକ୍ଷିଣ ଦିଗକୁ ରଖିବା ଶୁଭ ନୁହେଁ । ଠାକୁର ଘରେ ଥିବା କୌଣସି ଦେବାଦେବୀଙ୍କର ମୁହଁ ପରସ୍ପର ସାମ୍ନା ସାମ୍ନି ହୋଇ ରହିବା ଅନୁଚିତ ।

ଠାକୁର ଘରେ ସର୍ବଦା ଶାନ୍ତ ଓ ବସିଥିବା ଫୋଟ ଅଥବା ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଫଟା କିମ୍ବା ଭାଙ୍ଗି ଯାଇଥିବା ଫୋଟ କିମ୍ବା ମୂର୍ତ୍ତି ଘରେ ରଖିବା ଅନୁଚିତ । ଠାକୁର ଘରେ ମୃତ ବ୍ୟକ୍ତି କିମ୍ବା କୌଣସି ସାଧୁ ସନ୍ଥର ଫୋଟ କେବେ ମଧ୍ୟ ରଖନ୍ତୁ ନାହିଁ । ଘରେ କୌଣସି ଠାକୁରଙ୍କର ଫୋଟ ବା ମୂର୍ତ୍ତି ଏକରୁ ଅଧିକ ରଖିବା ଉଚିତ ନୁହେଁ ।

୪ ରୁ ୫ ଇଞ୍ଚ ରୁ ଅଧିକ ଲମ୍ବ ବିଶିଷ୍ଠ ଫୋଟ, ମୂର୍ତ୍ତି ଘରେ ରଖିବା ଅନୁଚିତ । ୨ ଇଞ୍ଚରୁ ବଡ ଶିବଲିଙ୍ଗ ଘରେ ରଖିବା ଅନୁଚିତ । ଠାକୁର ଘରେ ମା କାଳୀ, ଶନି ଦେବ ଓ ଭଗବାନ ଭୈରବଙ୍କର ଫୋଟ ରଖିବା ଅନୁଚିତ । ଘରେ ପଞ୍ଚଦେବଙ୍କର ସ୍ଥାପନା ନିହାତି ଭାବେ କରିବା ଉଚିତ । ପ୍ରଥମେ ସୂର୍ଯ୍ୟଦେବତା, ଭଗବାନ ନାରାୟଣ, ମା ଦୂର୍ଗା, ପ୍ରଭୁ ଗଣେଶ ଓ ଭଗବାନ ଶଙ୍କର ।

ଠାକୁର ଘରେ ଫମ୍ପା ମୂର୍ତ୍ତି ରଖିବା ଶୁଭ ନୁହେଁ । ଘରେ ପ୍ଲାଷ୍ଟିକର ମୂର୍ତ୍ତି ରଖନ୍ତୁ ନାହିଁ । ଭଗବାନଙ୍କର ମନ୍ଦିର ଘରର ପୂର୍ବ ଓ ଉତ୍ତର ମଝି ସ୍ଥାନରେ ସ୍ଥାପିତ କରିବା ଶୁଭ ହୋଇଥାଏ । ଶୌଚାଳୟ ପାଖାପାଖି ଘରର ଠାକୁର ଘର ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ନକରାତ୍ମକ ଊର୍ଜା ବଢିଥାଏ । ଶୟନ କକ୍ଷରେ ପୂଜା ଘର ନିର୍ମିତ କରନ୍ତୁ ନାହିଁ ।

ପୂଜା କରିବା ପୂର୍ବରୁ ପୂଜା ଘରୁ ଜଳିଯାଇଥିବା ଦିଆସିଲି କାଠି, ବାସି ଫୁଲ, ଅଦରକାରୀ ସାମଗ୍ରୀ ଆଦି ହଟାଇ ଦେବା ଉଚିତ ।  ଏହା ଘରେ ରଖିବା ନିତାନ୍ତ ଅଶୁଭ ହୋଇଥାଏ । ଦୀପ ଜଳିବା ପାଇଁ ଲାଇଟର ଭଳି ସାମଗ୍ରୀର ବ୍ଯବହାର କରନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍ଦକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *